Odisha news

ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା : ୨୧୪ ମିଲିୟନ ଡଲାର ପାଣ୍ଠି ସଂଗ୍ରହ କଲାଣି WHO

0

ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି ଓ ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବ।

ଗତ ୭୫ ଦିନ ମଧ୍ୟରେ ଏହି ଫାଉଣ୍ଡେସନ ଦ୍ୱାରା ୪ଲକ୍ଷ ଲୋକ ଓ କଂପାନୀଙ୍କ ଠାରୁ ମିଳିତଭାବେ ୨୧୪ ମିଲିୟନ ଡଲାର ସଂଗ୍ରହ କରାଯାଇଛି। କରୋନା ସଂକ୍ରମଣର ମୁକାବିଲା ପାଇଁ ଏହି ଅର୍ଥ ସହାୟକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରସ ଆଧାନମ କହିଛନ୍ତି।

ପୂର୍ବରୁ କେବଳ ସଦସ୍ୟ ରାଷ୍ଟ୍ରମାନଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଥିଲା। କରୋନାର ମୁକାବିଲା କରିବାରେ ବିଫଳ ଓ ଚୀନ ପ୍ରତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅଧିକ ଦରଦ ଥିବା ଦର୍ଶାଇ କିଛି ଦିନ ତଳେ ଆମେରିକା ପାଣ୍ଠି ସ୍ଥଗିତ କରିବା ପାଇଁ ଚେତାବନୀ ଦେଇଥିଲା।

Leave A Reply