ନୂଆଦିଲ୍ଲୀ : ନକର ଟିକ୍କା ଯାହା ଭାରତରେ ପ୍ରସ୍ତୁତ ହେଉଛି ତାହା ଛୋଟ ପିଲା ମାନଙ୍କ ପାଇଁ ଗୋଟିଏ ପରିବର୍ତ୍ତନ ଆଣିପାରେ । ଏହା ଚଳିତ ବର୍ଷ ଉପଲବ୍ଧ ହୋଇ ନପାରେ , ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମଧ୍ୟରେ ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀ ନାଥନ କହିଛନ୍ତି । ଛୋଟ ପିଲା ମାନଙ୍କଙ୍କୁ ଜୀବନ ନେଉଥିବା କରୋନା ମହାମାରୀ ତୃତୀୟ ଲହର ଚିନ୍ତାର କାରଣ ହୋଇ ପାରେ । ଜଣେ ଶିଶୁରୋଗ ବିଶେଷଜ୍ଞ ଏହି ତଥ୍ୟ ଦେଇ କହିଛନ୍ତି ଏହି ଟିକ୍କା ଛୋଟ ପିଲା ମାନଙ୍କ ପାଇଁ ଲାଭ ଦାୟକ ହେବ ଓ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବ ।
ସେ ଆହୁରି ମଧ୍ୟ କହିଛନ୍ତି ଏହା ଦ୍ବାରା ସମ୍ପ୍ରଦାୟକ ପ୍ରସାରଣ ରେ ଓ ସଂକ୍ରମଣରେ ବିପଦ କମି ଯିବା ଏବଂ ତାପରେ ସ୍କୁଲ ମଧ୍ୟ ଖୋଲାଯାଇ ପାରିବ । ସୌମ୍ୟା କହିଛନ୍ତି ସାମୁହିକ ସଂକ୍ରମଣ ଦ୍ୱାରା ସ୍କୁଲ ଖୋଲିହେବ ନାହିଁ । ବାକି ଅନ୍ୟ ଦେଶରେ ମଧ୍ୟ ଏହା କରାଯାଇଛି । ଯଦି ପ୍ରତେକ ଶିକ୍ଷକ ଟିକ୍କା କରଣ ହୋଇ ପାରିବେ ତେବେ ଏହା ଗୋଟିଏ ବଡ ପଦକ୍ଷେପ ହେବ ।
ଶନିବାର ଦିନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ପିଲାମାନେ ସଂକ୍ରମଣ ରୁ ସୁରକ୍ଷିତ ନୁହଁନ୍ତି । ଯଦି କରୋନାରେ ପ୍ରଭାବିତ ହେଉଛନ୍ତି ତେବେ ସାଧାରଣ ଲଷଣରେ ତାଙ୍କୁ ଡାକ୍ତର ଖାନାରେ ଭର୍ତି ହେବାର ଆବଶ୍ୟକତା ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କରୋନା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟର ସମସ୍ତ ସ୍ଥିତିକୁ ବଦଳାଇବାକୁ ପଡ଼ିବ । WHO ର ପଲ୍ କହିଛନ୍ତି ଭାରତ ଓ ଦୁନିଆର ବାକି ସ୍ଥାନରେ ଥିବା ଡାକ୍ତରଖାନା ଗୁଡ଼ିକରେ ୪ ପ୍ରତିଶତ ଛୋଟ ପିଲା ଭର୍ତି ହୋଇଥାନ୍ତି ,ବିଶେଷ କରି ୨ ରୁ ୧୨ ବର୍ଷ ପର୍ଯ୍ୟନ୍ତ ଛୁଆ ମାନଙ୍କୁ ଧ୍ୟାନ ଦେବା ଆବଶ୍ୟକ । ବର୍ତ୍ତମାନ ସାରା ଦେଶରେ ବିଭିନ୍ନ ବର୍ଗର ଛୋଟ ପିଲା ଓ ଯୁବକ ମାନଙ୍କ ପାଇଁ ତଥ୍ୟ ସଂଗ୍ରହ କରିବାକୁ କୁହାଯାଉଛି ।
ବିଭିନ୍ନ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି ,ଯେପରିକି ଫୋଇଯର ଟିକ୍କା ବର୍ତ୍ତମାନ ୧୨ ବର୍ଷରୁ ଅଧିକ ପିଲା ମାନଙ୍କ ପାଇଁ ସିକୃତି ଦିଆଯାଇଛି ଏବଂ ଛୋଟ ପିଲା ମାନଙ୍କ ପାଇଁ ପରୀକ୍ଷଣ ଚାଲିଛି । ଆଶା କରାଯାଉଛି ଯେ ଆସନ୍ତା ଦୁଇ ମାସ ମଧ୍ୟରେ ଫାଇଯର ଟିକ୍କାକୁ ମଞ୍ଜୁରୀ ମିଳିଯିବ । ଦୁଇରୁ ୧୧ ବର୍ଷ ପିଲା ମାନଙ୍କ ପାଇଁ ସେପ୍ଟେମ୍ବର ମାସରେ ଏହି ଟିକ୍କାକୁ ଆପାତ କାଳୀନ ଭାବରେ ମଞ୍ଜୁରୀ ମିଳିବାର ଆଶା ରହିଛି ଓ ୬ ମାସରୁ କମ୍ ଛୁଆ ମାନଙ୍କ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ଟିକ୍କା ବାହାରିବାର ଆଶା କରାଯାଉଛି ।
ନିକଟରେ କାନାଡା ,ସିଙ୍ଗାପୁର ଓ ସଂଯୁକ୍ତ ଆରବରେ ୧୨ ରୁ ୧୫ ବର୍ଷ ଆୟୁ ବର୍ଗଙ୍କ ପାଇଁ ଏହି ଟିକ୍କାକୁ ମଞ୍ଜୁରୀ ଦିଆଯାଇଛି ।

Comments are closed.