ଗାଁମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢାଯାଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡାପବନ ନିଦମାଉସୀକୁ ଡାକିଆଣେ । ଯିବାଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି ।ମଫସଲଲୋକଙ୍କର ଗାଁଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ ।
ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ” ବୋଲି ଗାଁ ବାହାରେ ଫଳକ ଲାଗିଛି, ହେଲେ ସଞ୍ଜସକାଳେ ଯଦି କେହି ସେହି ଚାନ୍ଦିନୀ ଉପରେ ବସି ଢାଳଧରି ପଠାତଳକୁ ଶୌଚପାଇଁ ଗଡୁଥିବାସ୍ତ୍ରୀପୁରୁଷଙ୍କୁ ଗଣିବ ତେବେ ତାକୁ ଗାଁ ଜନସଂଖ୍ୟାର ସଠିକ୍ ହିସାବ ମିଳିଯିବ । ସରକାରୀ ନଥିପତ୍ରରେ ସବୁଘରେ ଶୌ•ଳୟ ଅଛି ତ ସେଥିପାଇଁ ସରପଂଚ ସେପରି ବୋର୍ଡଲଗେଇ ଅଧିନରେ ଥିବା ସତରଟି ଗାଁରୁ ବାରଟି ଗାଁ ବାହ୍ୟ ମଳମୁକ୍ତ ବୋଲି ଡେଙ୍ଗୁରାପିଟି ପାଳଗଦାରେ ଚଢି ଉଚ୍ଚାହେଉଛି । କିଛିକିଛି ଶୌ•ଳୟରେ ତଳେ ଟାଙ୍କି ବି ଗଢାଯାଇନି. କେବଳ ଫଟୋ ଉଠାଯାଇ ବ୍ଲକ୍ରୁ ପଇସା ଆଣିବାପାଇଁ ଯେତିକି କାନ୍ଥ ଦରକାର ସେତିକି ତିଆରି ହୋଇ ପଲସ୍ତରା ଉପରେ ରଙ୍ଗ ମରାଯାଇଛି । ଯାହାହେଉ ଗୋଟେ ଖୁସି ।
ମହିଆନା ବରଗଛ ତଳ ଶନିମନ୍ଦିର ପୂଜାକରେ । ନଅଟାବେଳକୁ ଖାଇପି ଢାଳେ ପାଣିନେଇ ଆସି ଶନିଦେବଙ୍କ ପାଖରେ ଫୁଲପାଣି ଟିକେ ଛିଂଚି ବରଗଛଖୋଲରେ ଗେଂଜିଥିବା ଜରି ଚାନ୍ଦିନୀରେ ବିଛେଇ ପ୍ରଥମଘୁଂଗୁଡି ମାରେ । ତାକୁ ଘଡିଏ ନିଦହୋଇ ଭାଙ୍ଗିଲାପରେ ବେଫୁଲନା ଗଜି ବିଜୟ ତାସମୁଠା ଆଣି ଏଗାର ସାଢେଏଗାରଟାରେ ସେଠି ପହଁଚନ୍ତି । ଆଜି କିନ୍ତୁ ସିଏ ଦେଖୁଛି ତାର ଦୈନିଦିନ ଶୋଇବା କଣଜାଗାରେ ଜଣେ ବାଆଜି ବସି ଥକା ମେଂଟାଉଛି । ଲାଗୁଛି ବହୁତଦୂରରୁ ଚାଲିଚାଲି ଆସିଛି । ମୁହଁରେ ଦାଢି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ବହୁତଦିନ ଧରି ଅକଟା ଅଛି । ଛାତି ପଞ୍ଜରାହାଡ ଗଣି ହେଉଛି । ଅନୁମାନ ହେଉଛି କେତେଦିନରୁ କିଛି ଖାଇନି, ବୋଧହୁଏ ତାକୁ ଶୋଷ ହେଉଛି । କରୋନାକାଳରେ କାହାପାଖକୁ ଯାଇ ଭଲମନ୍ଦ ପ•ରିବାକୁ କାହାର ସାହସ କୁଳଉନି । ତଥାପି ମହିଆନା ମଣିଷପଣିଆ ଦେଖେଇଲା । ଶନି ମହାରାଜଙ୍କ ପୂଜାଛାଡି ସେ ବୁଢା ବାଆଜି ପାଖକୁ ଯାଇ ନିଜମୁହଁରେ ଗାମୁଛାକୁ ତୁଣ୍ଡିଭିଡି ପ•ରିଲା, ‘ପାଣି ପିଇବ?’
– ନା ।
– ଦାଣ୍ଡକୁଅ ଥଣ୍ଡାପାଣି, ପଇଡପାଣି ପରି ସୁଆଦ । ଆଞ୍ଜୁଳା କର, ମୁଁ ଢାଳୁଛି । ପାଣିକୁ ମନା କରନ୍ତିନି ।
– ଓଃ.. ଓଃ.. ସତରେ ପଇଡପାଣି ଲାଗୁଛି । ତମଘର ଏଇ ଗାଁରେ?
– ହଁ ।
– ଏଠି କେତେଦିନ ହେଲା ରହୁଛ?
– ବାପଅଜା ଚଉଦ ପୁରୁଷରୁ । କାହିଁକି ? କ’ଣ ପାଇଁ ଏମିତି ପ•ରୁଛ?
– ନାଇଁମ ! ସେମିତି କିଛି ନାହିଁ । ମୁଁ ଦି’ଜଣଙ୍କୁ ଛଅସାତ ବର୍ଷହେଲା ଖୋଜୁଛି । ଏବେଯାଏ ସେମାନଙ୍କର କିଛି ଖବରଅନ୍ତର ପାଇନି ।
– କ’ଣ ତାଙ୍କ ନାଁ?
– ଅଚ୍ଛେଦିନ୍ ଓ ବିକାଶ ।
– ସେମାନେ କ’ଣ ଦୁଇଭାଇ!
– ଭାଇ ନୁହଁନ୍ତି, କିନ୍ତୁ ଦୁହିଁଙ୍କ ଭିତରେ ବହୁତ ନିବିଡ ସମ୍ପର୍କ । ଜଣକୁ ଛାଡି ଅନ୍ୟଜଣେ ଗୋଟିଏ ମୁହୂର୍ତ୍ତ ବି ରହେିପାରେନା ।
– ସେମାନେ କୋଉଠିକାର?
– ଗୁଜୁରାଟ ରାଜ୍ୟର । ପ୍ରଥମେ ଗୁଜୁରାଟ ଗାନ୍ଧୀନଗରରେ ଜନ୍ମହୋଇ କଲେଜଯାଏ, ମାନେ କୋଡିଏପଚିଶବର୍ଷ ପର୍ଯ୍ୟନ୍ତ ସେଠି ବଢିଥିଲେ ବୋଲି ଅନେକ କୁହାକୁହି ହୁଅନ୍ତି । ୨୦୧୪ରୁ ଗୁଜୁରାଟ ଛାଡି ଦିଲ୍ଲୀ ଆସିଲେ । ଦୁଇବର୍ଷ ଫୁନ୍ଫାନ୍ କରୁଥିଲେ, ଭଲରେ ଚଳୁଥିଲେ । ତାପରେ ଗାୟେବ । ମୁଁ ଦୁଇହଜାର ଅଠର ମସିହା ଯାଏ ଅପେକ୍ଷା କରି ତାଙ୍କୁ ଖୋଜିବାକୁ ବାହାରି ପ୍ରଥମେ ଦିଲ୍ଲୀ, ତାପରେ ହିମାଚଳ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ କେତେ କୁଆଡେ ଖୋଜିଲିଣି । କୋଉଠି ପାଉନି । ଜଣେ କହିଲା ପୂର୍ବୋତ୍ତର ରାଜ୍ୟମାନଙ୍କରେ ଥିବେ । ସିଆଡେ ପାହାଡପର୍ବତ ଚାଲିଚାଲି ମୋ ପାଦରେ ଛାଲ ପଡିଗଲା, ହେଲେ ତାଙ୍କୁ କୋଉଠି ପାଇଲିନି । ତାପରେ ପଶ୍ଚିମବଙ୍ଗ ଦେଇ ଓଡିଶାରେ ପଶି ବହୁତ ଦିନ ହେଲା ଖୋଜୁଛି । ଜଣେ କହିଲା ପୁରୀ ପଳା । ପୁରୀ ଯାଇ ଦେଖିଲି ମନ୍ଦିର ବେଢାରେ ଜଣେ ନନା କାନ୍ଦୁଛି । ସେ ଦିଜଣ ତାକୁ ଠକି ମାସେତଳେ କୁଆଡେ କୋଣାର୍କ ପଳେଇଛନ୍ତି ।
ମୁଁ କୋଣାର୍କ ପହଁଚିଲା ପରେ ଜାଣିଲି ପନ୍ଦରଦିନ ତଳେ ତୁମରାଜ୍ୟର ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଆଡକୁ ଆସିଥିଲେ । ତାପରେ ଏମିତି ଚାଲିଛି । ହେଲେ ଏବେ ଯାହାସବୁ ରାସ୍ତାରେ ଦେଖିଲି ମୋତେ ଲାଗୁଛି ସିଏ ଏପଟ ଦେଇ ଆସିନଥିବେ । ମୁଁ ବୋଧହୁଏ ବାଟବଣା ହୋଇସାରିଛି, ତା’ଙ୍କୁ ଆଉ ପାଇବିନି ।
– ନିରାଶ ହେଉଛନ୍ତି କାହିଁକି! ଜଗନ୍ନାଥ •ହିଁଲେ ସେମାନେ ତୁମକୁ ନିଶ୍ଚିତ ମିଳିବେ ।
– ହଁ ପୁଅ । ଏତେବେଳେ ଲକ୍ଷଟଙ୍କାର କଥାଟିଏ କହିଲ । ଜଗନ୍ନାଥ ଚାହିଁଲେ ସେମାନେ ମୋତେ ମିଳିବେ, ନହେଲେ ନାହିଁ । ମୋଦୀ ନବିନା କି ଭାଇ ଦାଦା•ହିଁଲେ କିଛି ହେବାର ନାହିଁ । ଜଗନ୍ନ୍ାଥ ଚାହିଁବା ଦରକାର । ହେଲେ ସିଏ କାହିଁକି •ହିଁବ? ତାକୁ ଆମେ ଓପାସ ରଖୁଛେ, ତା ନୀତିକ୍ରାନ୍ତିରେ ବିଳମ୍ବ କରୁଛେ । ତା ମନ୍ଦିରରେ ମାଡଗୋଳ ଲାଗି କାଠପାଳିଆରେ ମୁଣ୍ଡ ଫଟାଫଟି ହେଉଛେ । ଏତେ ପରେ ବି ଆମେ କହୁଛେ ସିଏ •ହୁଁ । ଆମପାଖକୁ ଅଚ୍ଛେଦିନ୍ ଓ ବିକାଶ ଫେରନ୍ତୁ । କେହି ତ ଭାବୁନ ସିଏ କାହିଁକି କ’ଣପାଇଁ ଚାହିଁବ?
– ତୁମେ ବି କ’ଣ ମଉସା ସେଆଡର! ମାନେ ଗୁଜୁରାଟରାଜ୍ୟର ବାସିନ୍ଦା?
– ହଁ ପୁଅ । ବାଆଜି ଲୋକଙ୍କର ଘରଘାଟ ତ ନଥାଏ । ତଥାପି ମୋର ଆଶ୍ରମଟିଏ ଅଛି । ୧୯୪୭ରେ ଜନ୍ମ ହୋଇ ୧୯୫୦ରେ ଖଡି ଛୁଇଁଥିଲି । ଭାବିଥିଲି ପ•ଶଷାଠିଏ ବୟସ ହେଲାବେଳକୁ ବିଶ୍ୱପ୍ରସିଦ୍ଧ ହୋଇ ନାଁକରା ତିସ୍ମାର୍କା ହୋଇ ଚମିକିବି ବୋଲି, କିନ୍ତୁ ଆଜି ଚଉସ୍ତରି ବର୍ଷରେ ମୋର କି ଦୁର୍ଦ୍ଦଶା ଦେଖ୍ । ଅଚ୍ଛେଦିନ୍ ଓ ବିକାଶକୁ ଖୋଜିଖୋଜି ନୟାନ୍ତ ।
– ମଉସା! ତୁମ ନିଜର ଅସୁବିଧା କ’ଣ?
– ଆରେ ପୁଅ! ଗୋଟାଏ ହେଲେ ସିନା କହିବି, ଅସଂଖ୍ୟ ଅସୁବିଧାଗୁଡା ଖଜୁରୀଗଛର ପାହାଚ ପରି ତଳୁ ଉପରଯାଏ ଲମ୍ବିଛି । ତା ଭିତରେ ଦୁଇବର୍ଷ ହେଲା ଯେଉଁ କରୋନା ଭୂତାଣୁ ଗ୍ରାସିଲା, ଆଉ ଥଳକୂଳ ମିଳୁନି । ବେଳେବେଳେ ମୋତେ ଲାଗୁଛି ସେଦିଜଣଙ୍କର କାଳ ହୋଇଗଲାଣି ବୋଧେ । ସେଗୁଡା ଭୀମଅର୍ଜୁନ ପରି ବଳୁଆ ଷଣ୍ଢଗୁଡା । ବହୁତଦିନ ଅଜ୍ଞାତବାସରେ ରହି ପାରିବେନି । ବଂଚିଥିଲେ ନିହାତି ତାଙ୍କର ଖବର ଦୂରଦର୍ଶନରେ ଦେଖିବାକୁ ମିଳନ୍ତା କିକାଗଜରେ ଛପନ୍ତା । କରୋନାର ପ୍ରଥମଢେଉରେ ତାଙ୍କୁ କରୋନା ଯଦି ଗ୍ରାସିଥିବବଂଚି ଯାଇଥିବେ, ହେଲେ ଏ ଦ୍ୱିତୀୟଢେଉରୁ ରକ୍ଷାପାଇବା ମୋଟେ ସମ୍ଭବ ନୁହେଁ । ବଡବଡିଆଙ୍କୁ ଅକ୍ସିଜେନ୍ ମିଳୁନି, ତାଙ୍କୁ କିଏ ଦେବ?
– ନାକାରତ୍ମକ ଭାବନାକୁ ଦୂରେଇ ଆପଣ ଖୋଜାଖୋଜି ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ସେମାନେ ମିଳିବେ ।
– ମନକୁ ବୁଝେଇବା କଥା ।
ସତ୍ୟଯୁଗରେ ଆୟୁଷ ଶହେକୋଡିଏ ଥିଲା, ଏବେ ତ ଷାଠିଏ । ଅଧା କମିଲାଣି, କିନ୍ତୁ ତିରିଶ ବର୍ଷିଆ ଭେଣ୍ଡିଆଗୁଡା ଅକ୍ସିଜେନ୍ଅଭାବରୁ ଠକ୍ ଠାକ୍ ମରିଯାଉଛନ୍ତି । ସମସ୍ତେ ଭାରତର ନେତୃବୃନ୍ଦଙ୍କୁ ଏତେ ପ୍ରଶଂସା କରୁଥିଲେ, ହେଲେ ଶେଷରେ ଆମକୁ ନିଶ୍ୱାସ ନେବାପାଇଁ ଅକ୍ସିଜେନ୍ ପାଇଁ ଭିକ୍ଷା କରିବାକୁ ପଡୁଛି । ଏପାଇଁ ଜଣଙ୍କର ବି କାହାର ଦୂରଦୃଷ୍ଟି ସେଯାଏ ପହଁଚିଲାନି । ପବନପାଣି ଅଭାବରୁ ଯେଉଁଠି ଲୋକଗୁଡା ପୋକମାଛି ପରି ମରିଯିବେ, ସେଠି ଆମେ ସେ ଅକାଳକୁଷ୍ମାଣ୍ଡ ଅଚ୍ଛେଦିନ୍ ଓ ବିକାଶକୁ ଖୋଜିବାରେ ସମୟନଷ୍ଟ କରିବା ଆଦୌ ବୁଦ୍ଧିମାନର ପରିଚାୟକ ନୁହେଁ । ଅବଶ୍ୟ ବାହାଘର ବେଳେ ବାଇଗଣ ଋଆ •ଲିଛି, ଗୁଡିଏ କଳକାରଖାନା ଅକ୍ସିଜେନ୍ ତିଆରି ପାଇଁ ଏବେ ବସିଲାଣି ।
ହେଲେ ରାଜଧାନୀ ଦିଲ୍ଲ୍ୀକୁ ଅଧାକୋଟା ମିଳିଲା ବେଳେ ଓଡିଶାପରି ରାଜ୍ୟ ଯଦି ଅଭାବରେ ପଡିବ, ଏକଚୌଥା ମିଳିବା ବି କଷ୍ଟ । କିନ୍ତୁ ଏଥିରେ ଓଡିଶା ଆଠଟି ରାଜ୍ୟପାଇଁ ସଙ୍କଟମୋଚକ ସାଜି ମାନବିକତାର ପରିଚୟ ଦେଇଛି ସତ ହେଲେ ଓଡିଶାବାସି ବଦଳରେ କିଛିଟା ଆଶାରଖିବା କଣ ଭୁଲ୍ କଥା! ଯେଉଁରାଜ୍ୟରେ ଯଦି ସେ ଦିଜଣ, ମାନେ ଅଚ୍ଛେଦିନ୍ ଓ ବିକାଶ ଲୁଚିଥାଆନ୍ତି ତେବେ ଓଡିଶାକୁ ପଠାଇବାରେ ସାହାଯ୍ୟ କରନ୍ତୁ । ଦେଶକୁ ସିନା ଚଉସ୍ତରି, ହେଲେ ଏ ରାଜ୍ୟକୁ ତ ପଂ•ଅଶି ବର୍ଷ ପୁରି ଗଲାଣି । ସେ ଦୁହିଁଙ୍କୁ ଓଡିଶାବାସୀ କେତେଦିନ ଆଉରି ଅପେକ୍ଷା କରିବେ?
– ଆଉ ବେଶୀଦିନ ଲାଗି କାହାପାଖରେ ସମୟ ଅଛି? ଲାଗୁଛି କ୍ରମେକ୍ରମେ ଏମିତି ସତ୍ୟଯୁଗ ଚାଲିଆସିବ । ତାପରେ ସେମାନେ ଯେଉଁଠି ବି ଥିବେ ବଳେବଳେ ଆସିବେ ।
ଠିକ୍ ଅଛି ପୁଅ । ମୁଁ ବି ସେୟା ଭାବୁଛି, ସତ୍ୟଯୁଗ ଆସିଲେ ସେମାନେ ବଳେ ଆସିବେ । ଭାରତର କଥା ଏବେ ନକହିବା ଭଲ । ସବୁକ୍ଷେତ୍ରରେ ଅବସ୍ଥା ହାରାହାରି କିମ୍ବା ପଛୁଆ, ଶିକ୍ଷାକ୍ଷେତ୍ରରେ ତ ଶୋଚନୀୟ । ହାତଗଣତି ନେତା କେଇଟାଙ୍କୁ ବିଶ୍ୱାସ କରି ଜନତା ସିନା ଭୋଟଦେଲେ, ହେଲେ କିଛି ଟୁଡୁ, କିଛି ଫାଡୁ ପରିକା କେଇଟା ଭିକମଙ୍ଗା ଦୁର୍ନୀତିଖୋର ନେତା ଶାସନକ୍ଷମତାରେ ରହିଲେ ଭାରତର ଭାଗ୍ୟାକାଶରେ ସୂର୍ଯ୍ୟ ଉଇଁବାକୁ ବିଳମ୍ବ ହେବାଟା ସ୍ୱାଭାବିକ୍ କଥା । ତେଣୁ ଯୋଉଗୁଡା ଅଛନ୍ତି, ସେମାନେ ନିଜ ନିଜ ଖମାର ଭରି ଦେଲେଣି । ଆଉ ରଖିବାକୁ ତାଙ୍କ ନିଜ ଖମାରରେ ଜାଗା ନାହିଁ । କଳିକାଳରେ ପରକୁ ବିଶ୍ୱାସ ନାହିଁ । ତେଣୁ ତାଙ୍କୁ ହିଁ ଦେଲେ ଦୁର୍ନୀତି କମ୍ କରିବେ । ଆମେ ପରିବର୍ତ୍ତନ ନାଁରେ ଯୋଉଗୁଡାଙ୍କୁ ନୂଆରେ ନେତା ବାଛୁଛେ, ସେଗୁଡା ନିଆଁଗିଳି ବଡବଡ ଖାଲି ଅମାର ଭରିଲାବେଳକୁ ଅଚ୍ଛେଦିନ୍ ଓ ବିକାଶ ଆମଠାରୁ ଦୂରେଇ ଯାଉଛନ୍ତି । ମଣିଷ କ’ଣ ଯେ କରିବ କିଛି ଭାବିପାରୁନି । ପଶ୍ଚିମବଙ୍ଗର ଲୋକମାନେ ବୁଦ୍ଧିଆ, ବୁଦ୍ଧି ଶିଖେଇଲେ ।
ଆର୍ଏସ୍ଏସ୍ କାନ୍ଧରେ ନାଉହୋଇ କେତେ ରାସ୍ତା ମାପିବେ, ବିଜେପିକୁ ନିଜଘର ସଜାଡିବାକୁ ହେବ । ଫାଡୁଟୁଡୁ ପରି ଅଳିଆମାନଙ୍କୁ କାଢି ସଫା ନକଲେ ନୂଆଜାଗାରେ ଚେର କେମିତି ଗଳିବ? ବିନାହିଂସାରେ ନିର୍ବାଚନ ସମ୍ଭବ ହେଉନି । ପ୍ରତି ନିର୍ବାଚନରେ ସାଧାରଣଜନତାଙ୍କ ଭିତରୁ ଦଶକୋଡିଏଜଣଙ୍କ ମୃତୁ୍ୟ ଅନିବାର୍ଯ୍ୟ ହେଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସବୁଠାରୁ ଶିକ୍ଷିତ । ଆଇଆଇଟିୟାନ୍ ହେଲେବି ଅକ୍ସିଜେନ୍ପାଇଁ ଗୁହାରଲଗେଇ ହଲ୍ଲା କରୁଛନ୍ତି, ଏଥିରୁ ସିଏ କେତେ ଦୂରଦୃଷ୍ଟି ସମ୍ପର୍ଣ୍ଣ କ’ଣ ଜଣାପଡୁନି! ଏବେ ତ ବଦଳି ଯାଇଛନ୍ତି, ନହେଲେ ମଫଲର୍ ଭିଡିକି ଜନ୍ତରମନ୍ତର ମୈଦାନରେ ମଂଚାଲଗେଇ ଆମରଣ ଅନସନ କରିଦେଇଥାନ୍ତେ । ଛାଡନ୍ତୁ ମଞ୍ଜକଥା ହେଲା ଜଗନ୍ନାଥ •ହିଁଲେ ହେବ, ଅନ୍ୟକାହାକୁ ଆଶାକରି କୁହୁଡି ପହଁରିଲେ ଆଣ୍ଠୁଗଣ୍ଠି ଛିଣ୍ଡି ଖଣ୍ଡିଆଖାବରା ହେବାଟି ସାର ସିନା ଅଚ୍ଛେଦିନ୍ କି ବିକାଶକୁ ଭେଟିପାରିବାନି । ପୁଅ! ମୋ ଥକା ମେଂଟିଗଲା ମୁଁ ତା’ଙ୍କୁ ଖୋଜିବାକୁ •ଲିଲି । ହେଲେ କୁଆଡେ ଯିବି! ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?