ନୂଆଦିଲ୍ଲୀ : ମେଟା ର ପ୍ରଭୂତ୍ଵ ଥିବା ହ୍ୱାଟସଆପ୍ କଥିତ ଭାବରେ ଗୋଟିଏ ନୂଆ ଫିଚର୍ ଉପରେ କାମ କରୁଛି । ଯାହା ହ୍ୱାଟସଆପ୍ ର ଆଡାମିନି କୁ ଚାଟ ଗ୍ରୁପ ରେ ନିୟନ୍ତ୍ରଣ କରିବା ପାଇଁ ଯୋଗ୍ୟ କରି ପାରିବ । ନୂଆ ସୁବିଧା ରେ ଗୁଗଲ ପ୍ଲେ ବିଟା ପ୍ରୋଗ୍ରାମ ମାଧ୍ୟମ ରେ ୨.୨୨.୧୧. ୪ ପର୍ଯ୍ୟନ୍ତ ନୂଆ ଅପଡେଟ୍ ସଂସ୍କରଣ ରେ ଜାରୀ କରାଯାଉଛି ।
ହ୍ୱାଟସଆପ୍ ଅପ୍ ଡେଟ୍ ଟ୍ରକର WABetaInfo ଦ୍ଵାରା ସୂଚନା ଦିଆଯାଇଛି ଯେ ବ୍ୟବସ୍ଥାପକ ଖୁବ୍ ଶୀଘ୍ର ମେସେଜ ଗୁଡ଼ିକୁ କାଢ଼ିବାକୁ ସକ୍ଷମ ହୋଇ ପାରିବେ, ବ୍ୟବହାରକାରୀ ମାନେ ଚାଟ ଦେଖି ସାରିଲେ ମଧ୍ୟ ହଟାଇ ଦିଆ ଯାଇ ପାରିବ ।
ନୂଆ ଫିଚର କୁ ସ୍କେଙ୍ଗ୍ରେବ୍ ସେୟାର କରି କହିଛନ୍ତି ଓ ଲେଖିଛନ୍ତି ଯେ ” ଯେତେବେଳେ ସୁବିଧା ସକ୍ଷମ ହୋଇଥାଏ ଆଉ ଆପଣ ଗୋଟିଏ ଗ୍ରୁପ ରେ ସମସ୍ତଙ୍କ ପାଇଁ ଆସିଥିବା ମେସେଜ କୁ ହଟାଇ ଥାଆନ୍ତି । ଅନ୍ୟ ସମସ୍ତେ ଜାଣିବାକୁ ଚାହିଁବେ କିଏ ମେସେଜ ହଟାଇଲେ । ‘
ଗ୍ରୁପ୍ ଆଡ୍ ମିନି ସବୁଠୁ ଶକ୍ତିଶାଳୀ –
ଗତ ବର୍ଷ ସାମାନ୍ୟ ସନ୍ଦେଶ ଲଂଚ ପରେ ଆଗାମୀ ଫିଚର୍ ଇନ୍ଷ୍ଟ ଣ୍ଟ ମେସେଜିଂ ପ୍ଲାଟଫର୍ମ ଉପରେ ଗୋଟିଏ ମୁଖ୍ୟ ପରିବର୍ତ୍ତନ ହେବ । ଗୋଟିଏ ଥର ମେସେଜ ଆରମ୍ଭ ହୋଇଯିବା ପରେ ହ୍ୱାଟସଆପ୍ ଆଡ଼ ମିନି ଙ୍କୁ ଗ୍ରୁପ୍ ରୁ ସଦସ୍ୟ ମାନଙ୍କୁ ବାହାର୍ କରିବାର ଅଧିକାର ବ୍ୟତୀତ ମଡୋ ରେଟର ଭାବରେ କାର୍ଯ୍ୟ କରିବାର ଶକ୍ତି ମଧ୍ୟ ମିଳିଯିବ । ଏହାଦ୍ବାରା ଏହା ଅନୁଭବ ହେଉଛି ଯେ ଜଣେ ମୁଖ୍ୟ ସମ୍ପୂର୍ଣ୍ଣ ଗ୍ରୁପ୍ କୁ ନିୟନ୍ତ୍ରଣ କରି ପାରିବ ।
ଏହାଛଡା ମେଶେଜିଂ ଆପ୍ ମଧ୍ୟ ସମସ୍ତଙ୍କ ପାଇଁ ଏହି ମେସେଜ ହଟାଇବାର ସମୟ ସୀମା ବୃଦ୍ଧି କରିବାର ଯୋଜନା ପ୍ରସ୍ତୁତ କରୁଛି : ୨ଦିନ ଓ ୧୨ ଘଣ୍ଟା । ଏହି ସୁବିଧା ଭବିଷ୍ୟତ ର ଅପ୍ ଡେଟ୍ ରେ ଉପଲବ୍ଧ କରାଇବ ।
ଏହା ମଧ୍ୟରେ ହ୍ୱାଟସଆପ୍ ଗୋଟିଏ ନୂଆ ଇମୋଜି ଆରମ୍ଭ କରିଛି ଯାହାଦ୍ଵାରା ହ୍ୱାଟସଆପ୍ ବ୍ୟବହାର କାରୀ ନିଜ ଗ୍ରୁପ୍ ସଦସ୍ୟ ଓ ପରିବାର ବର୍ଗ ଙ୍କ ସ୍ଥିତି ଉପରେ ପ୍ରତିକ୍ରିୟା ଦେଇ ପାରିବ । ଏହା ଫେସବୁକ୍ ଓ ଇଂସ୍ତଗ୍ରମ୍ ଭଳି ସୋସିଆଲ ମିଡ଼ିଆ ରେ ଉପଲବ୍ଧ ହୋଇ ପାରିବ । ମେସେଜ ରିଆକ୍ସନ୍ ନାମରେ ଏହି ଫିଚର୍ ୟୁଜର ଙ୍କୁ ୬ଟି ଈମୋଜି – ଲାଇକ, ଲଭ୍, ଲାଫ, ସର୍ପ୍ରାଇଯ , ଥ୍ୟାଙ୍କ,ଓ ସ୍ୟାଡ କୁ ନେଇ ରିଆକ୍ସନ ଦେଇ ପାରିବେ ।