Odisha news

ଭାରତର ଏହି ରାଜ୍ୟରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ଅନିରବlର୍ଜ୍ୟ ଅଟେ

0

ନୂଆଦିଲ୍ଲୀ :ଲିଭ ଇନ ରିଲେସନସିପ କୁ ନେଇ ଲୋକ ସେତିକି ଲୋକ ସେତିକି ରାୟ ଶୁଣିବାକୁ ମିଳିଥାଏ l ଏହା ପଶ୍ଚିମ ସଭ୍ୟତା ରେ ସାଧାରଣ କଥା ହୋଇଥିବା ବେଳେ, ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ପରେ ମଧ୍ୟ ଭାରତରେ ଏହାକୁ ଆଜି ମଧ୍ୟ ଠିକ ରେ ଗ୍ରହଣ କରାଯାଇ ପାରୁ ନାହିଁ l ଯେପରିକି ବିବାହ ପୂର୍ବରୁ ଭାରତରେ ଯଦି କେହି ମା ହୋଇଯାଏ ତେବେ ଏହା ଆଜିର ସମାଜରେ ଗୋଟିଏ କୁତ୍ସିତ ଘଟଣା ଭାବରେ ଦେଖାଯାଇ ଥାଏ l

କିନ୍ତୁ ଅଧିକାଂଶ ପୁରୁଷ ଓ ମହିଳା ଏହାକୁ ଆଦରରେ ଗ୍ରହଣ କରୁଥିବା ସମୟରେ ଅନେକ ଲୋକେ ଏହାକୁ ଲୁଚାଇ ରଖୁଛନ୍ତି l ଆଉ କିଛି ଲୋକେ ଏହାକୁ ପଶ୍ଚିମ ସଭ୍ୟତା ର ଦୁଃସପ୍ରଭାବ ଭାବରେ ଗ୍ରହଣ କରାଯାଇ ଥାଏ l ଏହା ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ କରିବ ଯେ ଭାରତରେ ମଧ୍ୟ ଏଭଳି ପରମ୍ପରା ପାଖାପାଖି ୧୦୦୦ ବର୍ଷ ପୂର୍ବରୁ ରହି ଆସିଛି l

କିଛି ଲୋକ ଏହାକୁ ଖରାପ ଦୃଷ୍ଟିରେ ଦେଖୁଥିଲେ ସୁଧା କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତରେ ଏଭଳି ଗୋଟିଏ ରାଜ୍ୟ ରହିଛି ଯେଉଁଠି ୧୦୦୦ ବର୍ଷ ପୂର୍ବରୁ ରହିଛି l ସେଠାରେ ବିବାହ ପୂର୍ବରୁ ଯଦି ଆପଣ ସନ୍ତାନ ପ୍ରସବ କଲେନାହିଁ ତେବେ ବିବାହ ଭାଙ୍ଗି ଯାଇଥାଏ l

ରାଜସ୍ଥାନ ର ୨ଟି ଜିଲ୍ଲା ସିରୋହି ଓ ପାଲୀ ରେ ଗରାସିୟା ଜନଜାତି ରେ ବିବାହକୁ ନେଇ ଗୋଟିଏ ଅଦ୍ଭୁତ ପରମ୍ପରା ରହିଛି l ଯାହା ହଜାରେ ବର୍ଷ ପୁରୁଣା ଅଟେ l ପରମ୍ପରା ଟି ହେଲା ବିବାହ ପୂର୍ବରୁ ସନ୍ତାନ ପ୍ରସବ କରିବାକୁ ପଡିଥାଏ , ଏହାକୁ ଉକ୍ତ ସମ୍ପ୍ରଦାୟ ରେ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଇ ଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜେଡି କେହି ଯୋଡି ସନ୍ତାନ ପ୍ରସବ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ବିବାହ ଭାଙ୍ଗି ଯାଇଥାଏ l

ମାନ୍ୟତା ଅନୁସାରେ ପୁଅ ଝିଅଙ୍କ ମିଳନ ପାଇଁ ଏହି ସ୍ଥାନରେ ୨ଦିନ ର ମେଳା ଲାଗିଥାଏ ଓ ଯେଉଁଥିରେ ପୁଅ ଝିଅ ଉଭୟ ନିଜର ପସନ୍ଦ ଯୋଗ୍ୟ ସାଥି ବାଛି ଥାଆନ୍ତି l ଏହାପରେ ସେମାନେ ଏକ ସଙ୍ଗରେ ରହିବା ଆରମ୍ଭ କରନ୍ତି l  ଯଦି ଉଭୟ ନିଜର ପରିବାର ବଢାଇବାରେ ସକ୍ଷମ ହେଲେ ତେବେ ଏହାକୁ ଗୋଟିଏ ବଡ଼ ପର୍ବ ଭାବରେ ପାଳନ କରି ଥାଆନ୍ତି l

Leave A Reply