Odisha news

ୱେଷ୍ଟ ବେଙ୍ଗଲ ଇଲେକ୍ସନ : ଅଭିନେତାରୁ ରାଜ ନେତା ପାଲଟିଥିବା ମିଥୁନ ଚକ୍ରବର୍ତ୍ତୀ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବେକି ?

ପଶ୍ଚିମବଙ୍ଗରେ ବର୍ତମାନ ରାଜନୀତି ସରଗରମ ଦେଖିବାକୁ ମିଳିଲାନି l ମମତାଙ୍କୁ ଟକ୍କର ଦେବାପାଇଁ ବିଜେପିର ତୁଙ୍ଗ ନେତାମାନେ ଘନ ଘନ ପଶ୍ଚିମବଙ୍ଗରେ ରାଲିଠୁ ଆରମ୍ଭ କରି ରୋଡ଼ସୋ ପର୍ଯ୍ୟନ୍ତ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି l କିନ୍ତୁ ଦିଦି ମଧ୍ୟ ପଛରେ ପଡ଼ିନାହାନ୍ତି l ମମତାଙ୍କ ଗୋଟେ ଗୋଡ ଭାଙ୍ଗିଥିଲେ ମଧ୍ୟ ସେବି ସବୁ ପ୍ରୟାସ ଜାରି ରଖିଛନ୍ତି l ଦଶ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ ମମତାଙ୍କ ଲୋକପ୍ରିୟତା ସବୁଠୁ ଉପରେଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବର୍ତମାନ ସବଠୁ ଉପରେ ରହିଛି l ଏହା ମଧ୍ୟରେ ବିଜେପି ତାର ଘୋଷଣା ପତ୍ର ସାର୍ବଜାନୀନ କରିଛି l ଏହି ଘୋଷଣା ପତ୍ରକୁ ନିଜେ ଅମିତ ସାହା ପ୍ରକାଶ କରିଛନ୍ତି l

ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରାଇଛନ୍ତି। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଛନ୍ତି। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍‌ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଛି। କାରଣ ବିଜେପିରେ ଯୋଗ ଦେବାପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ, ଯେ ଯଦି ଦଳ ଚାହିଁବ ତେବେ ସେ ନିର୍ବାଚନରେ ଲଢ଼ିବେ।

ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରାଇଥିବା ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସଂପର୍କୀୟା ଶର୍ମିଷ୍ଠା ସରକାର। ସେ କହିଛନ୍ତି ଯେ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀ ମୋ ଘରର ଭୋଟର ଭାବେ ତାଙ୍କ ନାମ ପଞ୍ଜୀକରଣ କରାଇଛନ୍ତି। ସେ ଯେତେବେଳେ ବି କୌଣସି କାରଣରୁ କୋଲକାତା ଆସନ୍ତି, ସେତେବେଳେ ସେ ମୋ ଘରେ ରୁହନ୍ତି ବୋଲି ଅଭିନେତାଙ୍କ ସମ୍ପର୍କୀୟା ଶର୍ମିଷ୍ଠା ସରକାର ଗଣମାଧ୍ୟମକୁ କହିଛନ୍ତି।

ତେବେ ମିଥୁନ୍‌ ଚକ୍ରବର୍ତ୍ତୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ସଂପର୍କରେ କିଛି କହି ନାହାନ୍ତି ଶର୍ମିଷ୍ଠା। ସେ କହିଛନ୍ତି, ଦାଦା ଜଣେ କିମ୍ବଦନ୍ତୀ ସୁପରଷ୍ଟାର। ସେ ଯେକୌଣସି ପଦବୀରେ ରହିଲେ ବି ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ପାରିବେ।

Govt

Comments are closed.