Odisha news

ଓଜନ ହ୍ରାସ କରିବା ପାଇଁ କାହିଁକି ସକାଳ ଜଳଖିଆରେ ଅଣ୍ଡା ଖାଇବା ଆବଶ୍ୟକ , ଆସନ୍ତୁ ଜାଣିବା

0

ଓଜନ ହ୍ରାସ କରିବାର କଥା ଆମ ସାମ୍ନା କୁ ଆସିଲା ମାତ୍ରକେ ପ୍ରଥମେ ଆମେ ଡାଏଟିଂ କଥା ଚିନ୍ତା କରିଥାଉ l ଏହି ଡାଏଟିଂ କରିବା ଲୋକମାନେ ପ୍ରାୟ ଭୁଲି ଯାଇଥାଆନ୍ତି ଯେ ସକାଳ ଜଳଖିଆ ସବୁବେଳେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ l ଯଦି ଆପଣ ଦ୍ରୁତ ବେଗରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସକାଳ ଜଳଖିଆ ରେ ଅଣ୍ଡା ନିହାତି ଖାଇବା ଉଚିତ l ଓଜନ ହ୍ରାସ ପାଇଁ ଅଣ୍ଡା ଖୁବ ଉପଯୋଗୀ l

– ଅଣ୍ଡା ରେ ପ୍ରୋଟିନ ମାତ୍ରା ଖୁବ ଅଧିକ ରହିଥାଏ l ଯାହାଦ୍ୱାରା ଆପଣଙ୍କ ପେଟ ଦୀର୍ଘ ସମୟ ଧରି ଭରି ରହିଥାଏ l ଗବେଷଣାରୁ ଜଣା ପଡିଛି ଯେ ଅଣ୍ଡା ଦ୍ୱାରା ଓଜନ ହ୍ରାସ ହୋଇଥାଏ l

– ଅଣ୍ଡା ରେ ହାଇ ପ୍ରୋଟିନ,ଭିଟାମିନ ଏ,ଭିଟାମିନ ଡି ଓ ଫୋଲେଟ ଭଳି ପୋଷକତତ୍ୱ ରହିଥାଏ l ଆମେରିକାରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଛି ଯେ ଅଣ୍ଡା ରେ ଫୋଲିକ ରହିଥିବା କାରଣରୁ ଗର୍ଭ ଅବସ୍ଥାରେ ନାରୀ ମାନଙ୍କ ପାଇଁ ଖୁବ ଉପଯୋଗୀ l ଅଣ୍ଡା ର ଧଳା ଓ ହଳଦିଆ ଅଂଶ ରେ ପ୍ରୋଟିନ ଭରି ରହିଥାଏ l ଅଣ୍ଡା ର ହଳଦିଆ ଅଂଶ ରେ ଫ୍ୟାଟ,ଭିଟାମିନ ଓ ମିନେରାଲ ରହିଥାଏ l

–  ବୈଜ୍ଞାନିକ ମାନଙ୍କ ମତରେ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଜଳଖିଆରେ ସିଝା ଅଣ୍ଡା ନିହାତି ଖାଇବା ଆବଶ୍ୟକ l ଏଥିରେ ୪ .୮ ଗ୍ରାମ ଫ୍ୟାଟ ରହିଥିବା ବେଳେ ଅନ୍ୟାନ୍ୟ ପୋଷାକ ତତ୍ୱ ଭରିହୋଇ ରହିଛି l

– ଟାଇପ 2 ମଧୁମେହ ରୋଗୀଙ୍କ ପାଇଁ ସିଝା ଅଣ୍ଡା ଗୋଟିଏ ଭଲ ଜଳଖିଆ l ସିଝା ଅଣ୍ଡା ଶରୀରର ସମସ୍ତ ପୋଷାକ ତତ୍ଵକୁ ଠିକ ଭାବରେ ରଖିଥାଏ l ଯାହା ଆମକୁ ବିଭିନ୍ନ ଶାରୀରିକ ସମସ୍ୟା ରୁ ଦୁରେଇ ରଖିଥାଏ l

– ସକାଳ ଜଳଖିଆ ରେ ସିଝା ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ଶକ୍ତି ମିଳିଥାଏ ଓ କାର୍ଯ୍ୟ କରିବାର ଦକ୍ଷତା ହାସଲ କରିଥାଏ l

– ଆମେରିକା ରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଛି ଯେ ବ୍ରେଡ ଖାଉଥିବା ଲୋକଙ୍କ ତୁଳନାରେ ଅଣ୍ଡା ଖାଉଥିବା ବ୍ୟକ୍ତିଙ୍କ ଓଜନ ହ୍ରାସ ହୋଇଥାଏ l

Leave A Reply