ପ୍ରତାପ ଚନ୍ଦ୍ର ସାହୁ : ପାଣି ହେଉ ଅବା ପବନ ,ଏଇ ମାନଙ୍କ ବିନା ସୃଷ୍ଟି ଆଦୌ ସମ୍ଭବ ପର ନୁହେଁ।ଏହାକୁ କେହି ବି ଅସ୍ଵିକାର୍ କରି ପାରିବେ ନାହିଁ। ଆମ ସଭିଙ୍କର ଜୀବନ ର ମୂଳ ଆଧାର ହେଲା” ଜଳ”। ଏସବୁ ଜାଣି ବି ଜଣା ରେ ହେଉ ଅବା ଅଜଣା ରେ ହେଉ, ଆମେ ଅନେକ ଗୁରୁତ୍ତର୍ ଭୁଲ କରି ବସି ଥାଉ। ଇତିହାସ୍ ପୃଷ୍ଠା ଓଲଟା ଇ ଲେ ଜଣା ପଡେ,ଯେ ଅତୀତ ରେ ନଦୀ କୁଳ ମାନଙ୍କରେ ଜନବସତି ମାନ୍ନ୍ ଗଢି ଉଠୁଥିଲା ,ଗାଁ ତଥା ମାନବ ସଭ୍ୟତା। ଏଥିରୁ ଅନୁମେୟ୍ ଯେ ମାନବ ସଭ୍ୟତା ଓ ଜଳ ସମ୍ବଳ ମଧ୍ୟ ରେ ଥିବା ସମ୍ପର୍କ କେତେ ନିବିଡ଼। ଠିକ ମୁଦ୍ରା ର ଦୁଇ ପାର୍ସ୍ଵ୍ ପରି। ଅବଶ୍ୟ ପରବର୍ତ୍ତି ସମୟ ରେ ବିଜ୍ଞାନ ଓ ପ୍ରଜୁକ୍ତି ବିଦ୍ୟା ବଳରେ କେବଳ ନଦୀ ଜଳ ଉପରେ ନିର୍ଭର ନ୍ କରି ଭୁତଲ୍ ଜଳ ର ସନ୍ଧାନ କରି ତାର କିପରି ବିନିଯୋଗ ହୋଇପାରିବ ଚେଷ୍ଟା ଜାରି ରଖିଲା। ଜଳ ପ୍ରଦୁସିତ୍ ହୋଇଥାଏ ଆମରି ଯୋଗୁଁ। ପ୍ରଦୁସିତ୍ ଜଳ ବ୍ୟବହାର ଅନୁପଜୋଗି ହେବାରୁ ଜଳ ସଙ୍କଟ ସୃଷ୍ଟି ହୁଏ। ଜଳ ଯିବ ମାନେ ମୃତ୍ୟୁ ମୁଖରେ ପଡନ୍ତି। ଏହି ଜଳ ରେ ବାସ କରୁଥିବା ଯିବ ମାନଙ୍କୁ ଖାଇ ମନୁଷ୍ୟ ମଧ୍ୟ ବିଭିନ୍ନ ରୋଗ ର ଶିକାର ହୋଇଥାଏ। ଏଇ ପ୍ରକାର ଜଳ ଯୋଗୁଁ ନାନା ପ୍ରକାର ଜଳ ବାହିତ୍ ସଙ୍କ୍ରମକ୍ ରୋଗ ବ୍ୟାପି ଥାଏ। ଅତିପୋସନ ଦ୍ୱାରା ଜଲସୟ୍ ଗୁଦିକରୁ ଜିବଜନ୍ତୁ ଲୋପ ପାଇଁ ଯାଆନ୍ତି। ପ୍ରଦୁସିତ୍ ଜଳ ଯୋଗୁ କ୍ଷେତ ମଧ୍ୟ ନଷ୍ଟ ହୋଇଥାଏ। ମୃତ୍ତି କା ନଷ୍ଟ ହୁଏ।
ଜଳ ପ୍ରଦୂଷଣ କୁ ରୋକିବା ନିତାନ୍ତ୍ ଜରୁରୀ। ଏଥିପାଇନ୍ ଜଳ ସଚେତନତା ସୃଷ୍ଟି କରିବା ଆବଶ୍ୟକ ,ଆଇନ ପ୍ରନୟନ୍ ହେବା ଦରକାର,କୀଟ ନସକ୍ ଦ୍ରବ୍ୟ ସୀମିତ ବ୍ୟବହାର୍ ହେବା ଆବଶ୍ୟକ,ଆବଶ୍ୟକ ଅନୁଯାଇ ରାସାୟନିକ ସାର ର ବ୍ୟବହାର ହେବା ଉଚିତ ,ତୈଳ କୂପ ଖନନ୍ ହେବା ଆବଶ୍ୟକ,ଜଳ ବିସୋଧନ୍,ପରିବହନ କ୍ଷେତ୍ର ରେ ସତର୍କତା ଅବଲମ୍ବନ କରଜିବା ଉଚିତ,ଜଲାସୟ୍ ଗୁଡିକ ନିୟମିତ ବ୍ୟବଧାନ ରେ ସଫା କରଜିବା ଦରକାର୍। ପରିବେଶ ବିତ୍ତ୍ ମାନେ ଜଳ ସଂ ରଖ୍ୟନ୍ ଉପରେ ଗୁରୁତ୍ୱ ଆରୋପ୍ କରିଛନ୍ତି। ଜଳ ସଙ୍କଟ କୁ ଦୁରେଇ ବାକୁ ହେଲେ ବର୍ଷା ଜଳ କୁ ଆମେ ସଂ ରଖ୍ୟନ୍ କରି ରଖିବାକୁ ପଡିବ। କୃଷି ବୈଜ୍ଞାନିକ ଙ୍କ ମତରେ ଯଦି ଠିକ ସମୟ ରେ ବାର୍ସିକ୍ ବୃଷ୍ଟି ପାତ୍ ୧୫୫୪ ମି.ମି ହୁଏ ,ତେବେ ଚାଷ୍ କାର୍ଯ୍ୟ ଠିକ ଭାବେ ହୋଇ ପାରିବ୍। କିନ୍ତୁ ବିଭିନ୍ନ କାରଣରୁ ମୌସମି ବୃଷ୍ଟି ଠିକ ସମୟ ରେ ହେଉ ନାହିଁ। ଜଳ ସେଚନ୍ ର ସୁବିଧା ନ୍ ଥିଲେ ଚାଷ୍ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି। ଲଘୁଚାପ୍ ହେଲେ ଯାଇ ବର୍ଷା ହେଉଛି। ଜଳ ସାଧାରଣ ଆମେ ପାଇଁ ଥାଉ ଜଲାସୟ୍,ଜଳ ଭଣ୍ଡାର,ନଦୀ,ନାଲ,ପୋଖରୀ ,କୂଅ ସର୍ବୋପରି ଭୁତଲ୍ ଜଳ ଉପରେ ଆମେ ନିର୍ଭରସିଲ ।
୨୦/୨୫ ବର୍ଷ ପୂର୍ବେ ଆମେ ୧୦ ଫୁଟ ଖୋଲିଲେ ଯେଉଁଠି ପାଣି ମିଳୁ ଥିଲା ଏବେ ସେଇ ଜାଗାରେ ୪୫/୫୦ ଫୁଟ ଖୋଲିଲେ ବି ପାଣି ବାହାରୁ ନାହିଁ। ସର୍ଭେ କହୁଛି ଯେ ପ୍ରତି ବର୍ଷ ହାରାହାରି ୮ ଫୁଟ ହିସାବ ରେ ଭୁତଲ୍ ଜଳ ସ୍ତର ନିମ୍ନ ଗାମୀ ହେଉଛି। ଜନସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ବିଶ୍ୱ ଜଳ ଦିବସ ପାଲିତ୍ ହେଉଛି। ବର୍ଷା ଦିନେ ଛତର୍ ଜଳ କୁ ସଂ ରଖ୍ୟନ୍ କରାଯାଉ। ଆମେ ଛାତ୍ ଓ ଅଗଣା ର୍ ଜଳ କୁ ନାଲ୍ କି ନର୍ଦମା ରେ ବହି ଯିବାକୁ ନ୍ ଦେଇ ସଂ ରଖ୍ୟନ୍ କରି ରଖିବାକୁ ପଡିବ। ଜଙ୍ଗଲ ଧ୍ବଂସ ନ୍ କରି ବରଂ କୁତ୍ରିମ ଜଙ୍ଗଲ ବି ସୃଷ୍ଟି କରିବା ଦରକାର।
କାରଣ ପ୍ରାକୃତିକ ଜଳ ଚକ୍ର ନିର୍ବାହ୍ ରେ ଜଙ୍ଗଲ ଏକ ମୁଖ୍ୟ ଭୂମିକା ନିର୍ବାହ୍ କରିଥାଏ। ନିଜର ସ୍ୱାର୍ଥ ପୂରଣ ପାଇଁ ,ଲୋଭ,ଓ ଅ ସଂଞ୍ଜତ୍ ବ୍ୟବହାର ହେତୁନ୍ ମନୁଷ୍ୟ ପ୍ରକୃତି କୁ ନଷ୍ଟ କରି ଚାଲିଛି। ମନୁଷ୍ୟ ର ଦେହ ରେ ୭୫% ଜଳ ରହିଛି। ଜଳ କୁ ଆମେ ଖାଦ୍ୟ ପ୍ରସ୍ତୁତି,ପାନିୟ୍,ସ୍ନାନ,ସଉଚ୍,କୃ ଷି କ୍ଷେତ୍ର ରେ ମଧ୍ୟ ବ୍ୟବହାର କରିଥାଏ। କଲ କାରଖାନା ମଛ୍ୟ୍ ଚାସ୍ ଜଳ ବିଦ୍ୟୁତ ଉତ୍ପାଦନ,ଗୃହ ନିର୍ମାଣ ଆଦି ବିଭିନ୍ନ କାମ ରେ ଜଳ ଉଚ୍ଛ୍ହ୍ ର ବ୍ୟବହାର ହୋଇଥାଏ। ପୃଥିବୀ ପୃଷ୍ଠ ରେ ଯେତିକି ଜଳ ସମ୍ପଦ ରହିଛି,ତାର ମାତ୍ର୍ ୩% ଉପଯୋଗୀ। ଭାରତ ବର୍ଷ ରେ ମୋଟ ୧୮୬୯୦୦୦ କୋଟି ଘନ ମିଟର ଜଳ ରହିଛି ।ସେଥିରୁ ୬୦% ଭୂମି ଉପରେ ଓ ୪୦% ଭୁତଲ୍ ଜଳ ରହିଛି। ଏବେ ମୁଣ୍ଡ ପିଛା ଜଳ ବ୍ୟବହାର ହେଉଛି ୧୦୦୦ ଘନ ମିଟର। ଏହା ସମୁଦ୍ର କୁ ସଙ୍ଖେ ପରି। ୨୦୫୦ ସୁଦ୍ଧା ୩୯% ପାନୀୟ ଜଳ ହ୍ରାସ୍ ପାଇବ ବୋଲି ଆକଲନ୍ କର ଯାଇଛି। ପାଣି ପାଇଁ ହୁଏତ ତୃତୀୟ ବିଶ୍ୱ ଯୁଦ୍ଧ ଭବିଷ୍ୟତ ରେନ୍ ହେବ ତାହା କିଏ କହିବ?