Odisha news

ଆପଣ ପିଉଥିବା ଜଳ ଆପଣଙ୍କ ପାଇଁ ହୋଇପାରେ କ୍ୟାନ୍ସର ର କାରଣ : ରିସର୍ଚ୍ଚ

0

ମଣିଷ ଶରୀର ର ୭୦ ପ୍ରତିଶତ ଅଂଶ ପାଣିରେ ପ୍ରସ୍ତୁତ l ଜଳ ଶରୀର ପାଇଁ ସବୁଠୁ ଆବଶ୍ୟକୀୟ ବସ୍ତୁ, କଥାରେ ଅଛି ଜଳ ହିଁ ଜୀବନ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଜଣେ ପୁରୁଷ ଦିନକୁ ଅତି କମ ରେ ୩ ଲିଟର ପାଣି ନିହାତି ପିଇବା ଜରୁରୀ, ଏବଂ ଜଣେ ମହିଳା ଦିନକୁ ୨ ଲିଟର ପାଣି ନିହାତି ପିଇବା ଆବଶ୍ୟକ l ଗରମ ଦିନରେ ପାଣି ଆମେ ଯେତେ ପିଇଲେ ମଧ୍ୟ ସେତେ କମ ପଡିଥାଏ l ଦେଶରେ ଲୋକଙ୍କୁ ସୁରକ୍ଷିତ ପାନୀୟଜଳ ଯୋଗାଇବା ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ରହିଛି l

– ଜଳ ଶକ୍ତିର ମନ୍ତ୍ରଣାଳୟ ର ଅଧ୍ୟୟନ ର ଗୋଟିଏ ରିପୋର୍ଟ ଅନୁସାରେ ଭାରତର ୮୦ ପ୍ରତିଶତ ଲୋକେ ଗ୍ରାଉଣ୍ଡ ୱାଟର ପିଇଥାଆନ୍ତି l ଗୋଟିଏ ଅଧ୍ୟୟନ ଅନୁସାରେ ଏହା କ୍ୟାନ୍ସର ର କାରଣ ଅଟେ l ଯେଉଁଥିରେ କ୍ୟାନ୍ସର ଭୁତାଣୁ ରହିଥିବାର ସୂଚଚନା ଦିଆଯାଇଛି l

– ମିଳିଥିବା ରିପୋର୍ଟ ଅନୁସାରେ ଗ୍ରାଉଣ୍ଡ ୱାଟର ରେ ଟକ୍ସିକ ମାତ୍ରା ସାମାନ୍ୟ ଷ୍ଟାଣ୍ଡାର୍ଡ ଠାରୁ ଅଧିକ ରହିଛି l ଯାହାକି ଜଳକୁ ବିଷାକ୍ତ କରୁଛି l ଏବଂ ଏହା କ୍ୟାନ୍ସର ତ କାରଣ ଭାବରେ ଦେଖା ଯାଉଛି l

– ଏହି ଅଧ୍ୟୟନ ର ରିପୋର୍ଟ ଅନୁସାରେ ଗ୍ରାଉଣ୍ଡ ୱାଟର ରେ ଆର୍ସେନିକ ଓ ଆଇରନ ର ମାତ୍ରା ନିର୍ଦ୍ଧିଷ୍ଟ ମାତ୍ରା ଠାରୁ  ମଧ୍ୟ ଅଧିକ ରହିଛି l ଏବଂ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ଅଟେ , ଏବଂ ଏହା କ୍ୟାନ୍ସର ଭୁତାଣୁ କୁ ବୃଦ୍ଧି କରିବାର ମୁଖ୍ୟ କାରଣ l

– ଏହି ଅଧ୍ୟୟନ ରେ ବିଶେଷଜ୍ଞ ଙ୍କ ମତ ରହିଛି ଯେ ଯଦି ପାଣି ପିଇବା ପରେ ପେଟରେ ଯନ୍ତ୍ରଣା, ବାନ୍ତି, ଝାଡା କିମ୍ବା ଅନ୍ୟ କୌଣସି ସମସ୍ୟା ପେଟ ସମ୍ବନ୍ଧିତ ଦୀର୍ଘ ଦିନରୁ ରହୁଛି ତେବେ ଆପଣ ଏହାକୁ ସାମାନ୍ୟ ରେ ନିଅନ୍ତୁ ନାହିଁ l ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ l ଏବଂ ପାଣି କୁ ଟେଷ୍ଟ କରନ୍ତୁ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆମେ ସମସ୍ତେ ନିୟମିତ ପ୍ରତ୍ୟେକ ୬ମାସ ବ୍ୟବଧାନ ରେ ପାଣି ଚେକ କରାଇବା ଜରୁରୀ, ଏହି ଟେସ୍ଟ ଆପଣ ପବ୍ଲିକ ଇଂଜିନିୟରିଂ ଡିପାର୍ଟମେଣ୍ଟ ର ୱାଟର ଟେଷ୍ଟିଙ୍ଗ ଲ୍ୟାବ ରେ  ୫୦୦ ରୁ ୬୦୦ ଟଙ୍କା ରେ କରିପାରିବେ l

Leave A Reply