ପଶ୍ଚିମବଙ୍ଗ : ଭୋଟ୍ ଆଇଡି କାର୍ଡରେ ଜଣକ ନାଁ, ଜନ୍ମ ତାରିଖ ଆଦି ଭୁଲ୍ ରହିଯିବା ନୂଆ କଥା ନୁହେଁ । ମାତ୍ର ପଶ୍ଚିମବଙ୍ଗର ସୁନୀଲ କମରାକର ତାଙ୍କ ଭୋଟର୍ ଆଇ-କାର୍ଡରେ ସେ ନିଜ ଫଟୋ ପରିବର୍ତ୍ତେ କୁକୁର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଜନ୍ମ ତାରିଖ ଭୁଲ ଥିବାରୁ ୨୦୧୯ ଡିସେମ୍ବରରେ ସେ ନୂଆ ଭୋଟର୍ କାର୍ଡ ପାଇଁ ଆବେଦନ କରିଥିଲେ । ନୂଆ ଭୋଟର୍ କାର୍ଡ ଆସିବାରୁ ସେଥିରେ ସୁନୀଲ କୁକୁର ଫଟୋ ଦେଖି ରାଗିଯାଇଛନ୍ତି । ଅପମାନିତ ହୋଇ ସେ କହିଛନ୍ତି ସରକାର ତାଙ୍କୁ ମଣିଷ ନୁହେଁ ପଶୁ ହିସାବରେ ସ୍ୱୀକୃତି ଦେଇଛନ୍ତି। ଯେଉଁ ଅଫିସର କାର୍ଡରେ ଦସ୍ତଖତ କରିଛନ୍ତି ସେ କ’ଣ କାର୍ଡରେ ଫଟୋ ଦେଖି ନାହାନ୍ତି ? ବିଡ଼ିଓଙ୍କୁ ଜଣାଇବା ପରେ ଏପ୍ରିଲ୍ ମାସରେ ତାଙ୍କୁ ନୂଆ କାର୍ଡ ଆଉଥରେ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି ।