Odisha news

ସ୍ୱାମୀ ବିବେକାନନ୍ଦ ଙ୍କ ସେହି ଭାଷଣ ଯାହା ଦୋହଲାଇ ଦେଇଥିଲା ସମଗ୍ର ବିଶ୍ୱକୁ

0

୧୨ ଜାନୁଆରୀ କୁ ସାରା ଭାରତରେ ଜାତୀୟ ଯୁବା ଦିବସ ଭାବରେ ପାଳନ କରାଯାଇ ଥାଏ l ଏହି ଦିନଟି ଜଣେ ବ୍ୟକ୍ତିଙ୍କୁ ସମର୍ପିତ ଯିଏକି ସାରା ବିଶ୍ୱରେ ସନାତନ ଧର୍ମ ପତାକା ଲହରାଇ ଦେଇଥିଲେ l ଯାହାର ଗୁଞ୍ଜରଣ ଆଜି ମଧ୍ୟ ସାରା ବିଶ୍ୱରେ ହେଉଛି l ହଁ ଆଜ୍ଞା ସେ ଆଉ କେହି ନୁହନ୍ତି ସେ ହେଉଛି ମହାନ ସନ୍ଥ ସ୍ୱାମୀ ବିବେକାନନ୍ଦ l ସେ ଏଭଳି ଜଣେ ସନ୍ୟାସୀ ଯିଏ କି ଆଧୁନିକ ଦୁନିଆର ଚାଲିଚଳନ ସହିତ ଖୁବ ଭଲରେ ଜ୍ଞାତ ଥିଲେ l ୧୨ ଜାନୁଆରୀ ୧୮୬୩ ରେ କୋଲକାତା ର ଗୋଟିଏ ବଙ୍ଗାଳୀ ପରିବାର ରେ ତାଙ୍କର ଜନ୍ମ ହୋଇଥିଲା l ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଓ ମା ଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା l ସ୍ୱାମୀ ବିବେକାନନ୍ଦ ଙ୍କ ପିଲାବେଳର ନାମ ନରେନ୍ଦ୍ର ନାଥ ଦତ୍ତ ଥିଲା l

ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକ ଗୁରୁ ହେବା ସହିତ ଦେଶଭକ୍ତ ଓ ଜଣେ କୁଶଳ ବକ୍ତା ଥିଲେ l ସେ ବିଜ୍ଞାନ, କଳା, ଦର୍ଶନ ଓ ସାହିତ୍ୟ ରେ ଖୁବ ଜ୍ଞାନୀ ଥିଲେ l ସେ ଭାରତୀୟ କଳା ଓ ସଂସ୍କୃତି ର ମହତ୍ୱ ଦୁନିଆରେ ରଖିଥିଲେ l ଚିକାଗୋ ର ଧର୍ମ ସଭା ସେ ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ନିମିତ୍ତ ଅଂଶ ଗ୍ରହଣ କରିଥିଲେ l ଯାହାର ଚର୍ଚା ଆଜି ମଧ୍ୟ ସାରା ବିଶ୍ୱରେ ରହିଛି l ଦିନଥିଲା ୧୧ ସେପ୍ଟେମ୍ବର ୧୮୯୩ , ଯେଉଁଦିନ ସ୍ୱାମୀ ବିବେକାନନ୍ଦ ଦେଇଥିଲେ ଏହି ଐତିହାସିକ ଭାଷଣ l ବର୍ତମାନ ଏହି ଘଟଣାକୁ ପ୍ରାୟ ହୋଇ ଯାଇଛି ୧୩୧ ବର୍ଷ, ସ୍ୱାମୀଜୀ ଙ୍କ ଭାଷଣ ଏଭଳି ଥିଲା ଯେ ଯାହାକୁ ଶୁଣିବା ପାଇଁ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଳି ମାରି ଚାଲିଥିଲେ l

ପ୍ରାରମ୍ଭିକ ଭାଷଣ ରେ ସ୍ୱାମୀଜୀ ଙ୍କ ସମ୍ବୋଧନ ଥିଲା ମୋର ପ୍ରିୟ ଭାଇ ଓ ଭଉଣୀ , ଯାହାକୁ ଶୁଣି ସେଠାକାର ଲୋକେ ହୋଇଯାଇ ଥିଲେ ସାମୋହିତ l ଏହାପରେ ଜ୍ଞାନ, ଉପଦେଶ ଓ ତର୍କ କୁ ନେଇ ଯେଉଁ ଅବିରଳ ଧାରା ବୋହି ଚାଲିଥିଲା ଏବଂ ଏଥିରେ ବିଶ୍ୱର ବଡ଼ ବଡ଼ ବିଦ୍ୱାନ ମଧ୍ୟ ବୋହି ହୋଇ ଯାଇଥିଲେ l ସେ ନିଜ ଭାଷଣ ରେ କହିଥିଲେ ଯେ ମୁଁ ସମସ୍ତ ଧର୍ମ ର ଜନନୀ ଓ ଦୁନିଆର ସବୁଠୁ ପୁରୁଣା ସଂଥ ପରମ୍ପରା ପକ୍ଷରୁ ଆପଣ ମାନଙ୍କର ଧନ୍ୟବାଦ କରୁଛି l ମୁଁ ନିଜକୁ ନେଇ ଗର୍ବିତ ଅନୁଭବ କରୁଛି ଯେ ମୁଁ ଏମିତି ଗୋଟିଏ ଦ୍ୱେସହ ଯେଉଁଠି ସମସ୍ତ ଧର୍ମ କୁ ଶରଣ ଦିଆଯାଇ ଥାଏ l ଆମେ ଦେଶ ର ସମସ୍ତ ଧର୍ମ କୁ ସମାନ ସମ୍ମାନ ଦେଇଥାଉ l ‘ ଆଜି ମଧ୍ୟ ବିବେକାନନ୍ଦ ଙ୍କର ଏହି ଅଭିଭାଷଣ ସାରା ବିଶ୍ୱ ରେ ଲୋକଙ୍କ ମନରେ ରହିଛି l

Leave A Reply