କାକଟପୁର 26/2 ଗ୍ରାମାଞ୍ଚଳ ରେ ମହିଳା ମାନଙ୍କୁ ତୃଣମୂଳ ସ୍ତରରୁ ସସକ୍ତ ଏବଂ ରୋଜଗାର କ୍ଷମ କରିବାକୁ ସମସ୍ତେ ଅଣ୍ଟା ଭିଡିଛନ୍ତି। ଅନେକ ସ୍ଥାନରେ ଏହି ଉନ୍ନତି କେବଳ ଖାତା କଲମରେ ସୀମିତ ରହିଯାଇଥିବା ବେଳେ କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳରେ କିଛି ଭିନ୍ନତା ଦେଖିବାକୁ ମିଳିଛି।
ପୁରୀ ଜିଲ୍ଲାର ଅନ୍ୟତମ ଦୈବି ପୀଠ ଗଙ୍ଗା ଦେବୀ ପୀଠ ପ୍ରାଙ୍ଗଣରେ ମା କଲରାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଏକ ଟ୍ରେନିଂ ପ୍ରୋଗ୍ରାମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ନାରୀମାନେ କିଭଳି ରୋଜଗାରକ୍ଷମ ହୋଇ ପାରିବେ ଏବଂ ଆତ୍ମ ନିର୍ଭର କ୍ଷେତ୍ରରେ ସକ୍ଷମତା ହାସଲ ହୋଇପାରିବ ସେ ବିଷୟରେ ଟ୍ରଷ୍ଟ ର ସମ୍ପାଦକ ରଞ୍ଜିତ ସ୍ୱାଇଁ ଆଲୋଚନା କରିଥିଲେ। ପରେ ଟ୍ରଷ୍ଟ ତରଫ ରୁ ଧୂପକାଠି ର ପ୍ରସ୍ତୁତି, ସଂଗ୍ରହ ଏବଂ ବିକ୍ରୟ ସମ୍ବଧୀୟ ଟ୍ରେନିଂ ଦିଆଯାଇଥିଲା। ଶେଷରେ ଟ୍ରଷ୍ଟ ତରଫରୁ ମାସ୍କ ବଣ୍ଟନ ଏବଂ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା