ନୂଆଦିଲ୍ଲୀ : ଫେସବୁକ ମେସେଞ୍ଜର ର ଆପଣ ଏହି ଭିଡିଓରେ ଅଛନ୍ତି କି ଏହି ସ୍କାମ୍ ବର୍ତମାନ ହଇଚଇ ସୃଷ୍ଟି କରିଛି l ଆପଣ ଥରେ ଭାବନ୍ତୁ ତ ଆପଣଙ୍କର କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ଆପଣଙ୍କୁ ଗୋଟିଏ ଲିଙ୍କ ମେସେଞ୍ଜର ରେ ପଠାଇ ଆପଣଙ୍କୁ ପଚାରିବେ କଣ ଏହି ଭିଡିଓ ରେ ଆପଣ ଅଛନ୍ତି କି . ତେବେ ଆପଣଙ୍କ ରିଆକ୍ସନ କଣ ରହିବ l ନିଶ୍ଚିତ ଭାବରେ ଆପଣ ଏହି ଲିଙ୍କ କୁ ଖୋଲି ନିଜକୁ ଖୋଜିବାକୁ ଚେଷ୍ଟା କରିବେ ଓ ଏହାପରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ସମସ୍ତ ଜରୁରୀ ତଥ୍ୟ ସମସ୍ତଙ୍କୁ ଜଣାଇ ଦେବେ l ଆସନ୍ତୁ ଜାଣିବା ଏହି ବିଷୟରେ ସମ୍ପୂର୍ଣ ବିବରଣୀ l
ଫେସବୁକ ରେ ଚାଲୁଚି ଏହି ସ୍କାମ –
ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ ହେଉଛି ଫେସବୁକ , କିନ୍ତୁ ଗତ କିଛିଦିନ ହେବ ଏହି ପ୍ଲାଟଫର୍ମ ରେ ଗୋଟିଏ ସ୍କାମ ଚାଲିଛି l ଏହି ସ୍କାମ ରେ ଲୋକମାନଙ୍କୁ ଫେସବୁକ ମେସେଞ୍ଜର ରେ ନିଜର ଫେସବୁକ ଫ୍ରେଣ୍ଡ୍ସ ଙ୍କ ନିକଟରୁ ଗୋଟିଏ ଲିଙ୍କ ସହିତ ମେସେଜ ଆସୁଛି l ଯେଉଁଥିରେ ଗୋଟିଏ ପ୍ରଶ୍ନ ରହିଛି ଯେ କଣ ଆପଣ ଏହି ଭିଡିଓ ରେ ଅଛନ୍ତି l ଏହା ୟୁଜର ଆକାଉଣ୍ଟ ଓ ବ୍ୟାଙ୍କ ଆକାଉଣ୍ଟ କୁ ହ୍ୟାକ କରିବାର ଗୋଟିଏ ଉପାୟ l
ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ଆପଣ ପଡିପାରନ୍ତି ଅସୁବିଧାରେ –
ଅଧିକାଂଶ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ ଅଧିକାଂଶ ୟୁଜର ମେସେଜ ପାଇବା ପରେ ତାହାକୁ ତୁରନ୍ତ କ୍ଲିକ କରି ଦେଉଛନ୍ତି l ଯେଉଁ କାରଣରୁ ସେମାନେ ଅସୁବିଧାର ସମୁଖୀନ ହେଉଛନ୍ତି l ଯେପରି ତାଙ୍କର ୟୁଜର ପାସୱାର୍ଡ଼ ହ୍ୟାକ ହେବା ସହିତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଶୂନ୍ୟ ହୋଇ ଯାଉଛି l
ନିଜକୁ ସୁରକ୍ଷିତ ରଖିବା ପାଇଁ ଏଭଳି କୌଣସି ପ୍ରକାରର ଲିଙ୍କ ରେ କ୍ଲିକ କରନ୍ତୁ ନାହିଁ l ଏହାଛଡା ଅନ୍ୟ ଯେ କୌଣସି ଲିଙ୍କ ରେ କ୍ଲିକ କରିବା ପୂର୍ବରୁ ସାମାନ୍ୟ ଟିକିଏ ଚିନ୍ତା ମଧ୍ୟ କରିବା ଜରୁରୀ ଅଟେ l