Odisha news

ଆଜିହିଁ ନିଜ ଜୀବନରେ ସାମିଲ କରନ୍ତୁ ଏହି ୫ଟି ଟିପ୍ସ , ଏବଂ ଜୀବନ ସାରା ଦୂରେଇ ରୁହନ୍ତୁ ରୋଗ ନିକଟରୁ

0

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯଦି ଜଣେ ବ୍ୟକ୍ତି ନିରୋଗୀ ରହିଥାଏ ତେବେ ତାର ସମ୍ପୂର୍ଣ ଜୀବନ ସୁଖମୟ ହୋଇଥାଏ l ମଣିଷ ନିରୋଗୀ ରହିଲେ ହିଁ ସୁଖରେ ଜୀବନ ର ସ୍ୱାଦ କୁ ଚାଖି ପାରିବ l ମଣିଷ ନିଜକୁ ସୁସ୍ଥ ରଖିବା ପାଇଁ ଗୋଟିଏ ଆଦର୍ଶ ଜୀବନ ହିଁ ଆବଶ୍ୟକତା ରହିଛି l ସେଥିପାଇଁ ନିଜ ଜୀବନ କୁ କିଛିଟା ନିୟମ ରେ ଅନୁପ୍ରାଣିତ କରିବା ଜରୁରୀ l

– ସନ୍ତୁଳିତ ସାକାହାରୀ ଭୋଜନ –
ନିଜକୁ ସୁସ୍ଥ ରଖିବାର ପ୍ରଥମ ମାଧ୍ୟମ ହେଉଛି ସନ୍ତୁଳିତ ଆହାର, ସନ୍ତୁଳିତ ଆହାର ସହିତ ତାହା ସାକାହାରୀ ହୋଇଥିବା ଜରୁରୀ, ଭୋଜନ ର ପ୍ରଭାବ ସର୍ବ ପ୍ରଥମେ ଶରୀର ଉପରେ ପଡିଥାଏ ଏବଂ ଏହାପରେ ମନ ଉପରେ ପଡିଥାଏ l  ସାକାହାରୀ ଭୋଜନ ମନରେ ସାତ୍ୱୀକ ଭାବନା ଭରିଥାଏ ଏବଂ ଗୋଟିଏ ସୁସ୍ଥ ଜୀବନ ମଧ୍ୟ ସାତ୍ୱୀକ ଭୋଜନ ଉପରେ ନିର୍ଭର କରିଥାଏ l ଏବଂ ଅଧିକ ଚର୍ବି ଯୁକ୍ତ ଖାଦ୍ୟ ଠାରୁ ମଧ୍ୟ ଦୁରେଇ ରହିବl ଆବଶ୍ୟକ l

– ୩ଟି ଧଳା ଜିନିଷ ଠାରୁ ଦୁରେଇ ରହିବ ଜରୁରୀ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଅତ୍ୟଧିକ ଲୁଣ, ଅତ୍ୟଧିକ ଚିନି ଏବଂ ଅତ୍ୟଧିକ ମଇଦା ରେ ପ୍ରସ୍ତୁତ ଜିନିଷ ଟାଣି ନେଇଥାଏ ଗମ୍ଭୀର ରୋଗ ଆଡକୁ l ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ , କୋଲେଷ୍ଟ୍ରଲ , ହାର୍ଟ ଷ୍ଟ୍ରୋକ ର ସମସ୍ୟା ଏହି ୩ଟି ପଦାର୍ଥ ଦ୍ୱାରା ଅଧିକ ବ୍ୟାପିବାର ସମସ୍ୟା ହୋଇଥାଏ l

– ମଦ୍ୟପାନ ଓ ଧୁମ୍ରପାନ ଠାରୁ ଦୂରେଇ ରୁହନ୍ତୁ –
ମଦ୍ୟପାନ ଓ ଧୁମ୍ରପାନ ୨ଟି ଏଭଳି ସମସ୍ୟା ଯାହାକି ଶରୀର ରେ ରୋଗ ବୃଦ୍ଧି କରିବାର ଗୋଟିଏ ବଡ଼ କାରଣ ଅଟେ l ଏହି ଦୁଇଟି ଜିନିଷ ସହିତ ଜଡିତ ଥିବା ବ୍ୟକ୍ତି ଲିଭର ଷୋରିଆସିସ , ହୃଦ ରୋଗ, କ୍ୟାନ୍ସର, ଭଳି ଗମ୍ଭୀର ରୋଗ ଆଡକୁ ଟାଣି ନେଇଥାଏ l

– ନିୟମିତ ବ୍ୟାୟାମ କରିବା ଜରୁରୀ –
ବ୍ୟାୟାମ ପ୍ରତ୍ୟେକ ମଣିଷଙ୍କ ପାଇଁ ନିହାତି ଆବଶ୍ୟକ ଅଟେ, କାହିଁକି ନା ବ୍ୟାୟାମ ବିନା ମଣିଷ ଓଜନ ବୃଦ୍ଧି ସମସ୍ୟାର ସମୁଖୀନ ହୋଇଥାଏ, ଯାହାକି ତାକୁ ଅନେକ ଗୁଡିଏ ରୋଗରେ ଆକ୍ରାନ୍ତ କରିଥାଏ l  ପ୍ରତିଦିନ ନିଜର କିଛି ସମୟ ନିଜ ପାଇଁ ବାହାର କରିବା ଆବଶ୍ୟକ l ମାତ୍ର ୩୦ ମିନିଟ ହେଉନା କାହିଁକି l ଏହି ୩୦ ମିନିଟ ଆପଣ ଯୋଗ କରି ପାରିବେ, ବ୍ୟାୟାମ କରି ପାରିବେ, ଭ୍ରମଣ ମଧ୍ୟ କରି ପାରିବେ l

– ନିଜକୁ ଖୁସି ରଖନ୍ତୁ –
ଏହି ସବୁ କାର୍ଯ୍ୟ ସହିତ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଖୁସି ରଖିବା ନିହାତି ଜରୁରୀ l କାହିଁକି ଖୁସି ରଖିଲେ ହିଁ ଆପଣ ଚିନ୍ତା ଠାରୁ ଏବଂ ମାନସିକ ଚାପ ଠାରୁ ଦୁରେଇ ରହି ପାରିବେ l ଚିନ୍ତା ବା ମାନସିକ ଚାପ ଅନେକ ରୋଗର କାରଣ ଅଟେ l ତେଣୁ ପ୍ରତିଦିନ କିଛି ସମୟ ସଂଗୀତ ଶୁଣିବା, କିଛି ପଢିବା, ବଗିଚା କାମ କରିବା, ବନ୍ଧୁଙ୍କ ସହିତ ମିଶିବା ପ୍ରଭୃତି କାର୍ଯ୍ୟରେ ଲଗାନ୍ତୁ l ଏହା ଆପଣଙ୍କୁ ଖୁସି ରଖିବl ସହିତ ରୋଗ ନିକଟରୁ ଦୁରେଇ ରଖିବ l

Nalco
Leave A Reply