ହିମାଂଶୁ ଶେଖର ଆ·ର୍ଯ୍ୟ : ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରୁ ସତ୍ୟବାଦୀ ବନବିଦ୍ୟାଳୟ – ଏହାହିଁ ପାଞ୍ଚ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୯ ଅକ୍ଟୋବର ୧୮୭୭ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୧୭ ଜୁଲାଇ ୧୯୨୮ ପବିତ୍ର ନେତ୍ରୋତ୍ସବ ତିଥିରେ । ସେବା, ତ୍ୟାଗ ଓ ତିତିକ୍ଷାରେ ବିତିଗଲା ଜୀବନ । ମଣିଷ ପଣିଆର ନିଚ୍ଛକ ଉଦାହରଣ ଭିତରେ ହଜିଗଲା ଜୀବନଟି । ଜୀବନ ସିନା ହଜିଗଲା, ହେଲେ ସେ ଜୀଇଁ ରହିଛନ୍ତି ଆମ ଭିତରେ ତାଙ୍କ ସୁକର୍ମ ପାଇଁ ଆଉ ଜୀଇଁ ରହିଥିବେ ସବୁଦିନ ପାଇଁ । ସେ ହେଉଛନ୍ତି ମହାନ୍ ଦେଶଭକ୍ତ, ଯୋଗଜନ୍ମା ସାଧକ, ମାନବବାଦୀ କବି, ଆର୍ତ୍ତଜନତାର ବନ୍ଧୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଯଥାର୍ଥରେ ସେ ଥିଲେ ଏଜାତିର ଅମୂଲ୍ୟମଣି ।
କୈଶୋରରୁ ତାଙ୍କର ସମାଜସେବା ମନୋବୃତ୍ତିର ସୁରାକ ମିଳିଥିଲା । ନିଜ ଗାଁର ଅବସ୍ଥାରୁ ହିଁ ସେ ସାରାରାଜ୍ୟର ସମକାଳୀନ ଚିତ୍ରକୁ ପଢ଼ିପାରିଥିଲେ । ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଜନତାଙ୍କ କରୁଣ ଓ ଅସହାୟ ଅବସ୍ଥା ଦେଖି ସେ ବିଚଳିତ ହୋଇଯାଉଥିଲେ । ସେମାନଙ୍କ ଦୁର୍ଦ୍ଦଶାର ଅନ୍ତ ଘଟାଇବା ପାଇଁ ଓ ଜନମାନସରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ପାଇଁ ସେ ଅନେକ ଅନୁଷ୍ଠାନ ଗଠନ କରିଥିଲେ । ପୁରୀ ସେବା ସମିତିଠାରୁ ଆରମ୍ଭ କରି କଲିକତାର ନିର୍ଯାତିତ ଓଡ଼ିଆମାନଙ୍କ ପାଇଁ କଲିକତା ଓଡ଼ିଆ ଶ୍ରମିକ ସଂଘ, ଯୁବଉକôଳ ସଂଘ ଓ ଓଡ଼ିଆଶିକ୍ଷା ସଂଗଠନ ମା୍ମମରେ ସେ ସେବାର ଯେଉଁ ପରମ୍ପରା ଆରମ୍ଭ କରିଥିଲେ ତାହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ଅଶିକ୍ଷା, କୁସଂସ୍କାର ଓ ଦାରିଦ୍ର୍ୟ ହିଁ ସମାଜର ମୁଖ୍ୟ କଳଙ୍କ ବୋଲି ମର୍ମେ ମର୍ମେ ଅନୁଭବ କରିଥିଲେ ଗୋପବନ୍ଧୁ । ଏଥିରୁ ମୁକ୍ତିପାଇଁ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳ ଛୁରୀଅନା କୁଞ୍ଜତଳେ ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ଥିଲା ଏକ ମଣିଷ ତିଆରି କାରଖାନା । ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟଚେତନା, ଦେଶାତ୍ମବୋଧ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା । ପଣ୍ଡିତ ନୀଳକଣ୍ଠ, ଆ·ର୍ଯ୍ୟ ହରିହର, ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ମନିଷୀମାନଙ୍କ ନିଷ୍ଠାପର ସାଧନା ଓ ଶ୍ରମଦାନରେ ଗୁରୁକୁଳ ଶିକ୍ଷାର ଏକ ନୂତନ ଅ୍ମାୟ ସୃଷ୍ଟି ହୋଇଥିଲା । ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିନିକେତନ ଏବଂ ଆର୍ଯ୍ୟସମାଜ ଦ୍ୱାରା ପ୍ରତିଷ୍ଠିତ ବୈଦିକ ଶିକ୍ଷାନୁଷ୍ଠାନ ଢ଼ାଞ୍ଚାରେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ଏହା ପଛରେ ଥିଲା ଗୋପବନ୍ଧୁଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ସାଧନାର ‘ଳଶ୍ରୁତି ।
ଖଣ୍ଡବିଖଣ୍ଡିତ ଓଡ଼ିଶାରେ ଏକତ୍ରୀକରଣ ପାଇଁ ତାଙ୍କର ଆନ୍ତରିକ ଅବଦାନ ରହିଥିଲା । ୧୯୧୭ ମସିହାରେ ବିହାର-ଓଡ଼ିଶା ବିଧାନସଭାରେ ସଭ୍ୟଭାବେ ନିର୍ବାଚିତ ହେବାପରେ ସେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପିତ କରିଥିଲେ । ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଆଣି ଉକôଳମଣି ରାଜ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିବା ସହ ସ୍ୱାଧୀନତା ପାଇଁ ରାଜ୍ୟବାସୀଙ୍କ ମନରେ ମୁକ୍ତିର ମଶାଲ ଜଳାଇବାର ଶୁଭାରମ୍ଭ କରିଥିଲେ । ଜାତୀୟବାଦ ପ୍ର·ର କରିବା ଉଦେ୍ଦଶର ୧୯୧୫ ମସିହାରେ ଉତ୍କଳମଣି ‘ସତ୍ୟବାଦୀ ମାସିକ ପତ୍ରିକା’ ପ୍ରକାଶନ କରିଥିଲେ ଯେଉଁଥିରେ ରାଜ୍ୟବାସୀଙ୍କ ମନରେ ମୁକ୍ତିର ମଶାଲ ଜଳାଇବାର ଶୁଭାରମ୍ଭ କରିଥିଲେ ।
ଜାତୀୟବାଦ ପ୍ର·ର କରିବା ଉଦେ୍ଦଶର ୧୯୧୫ ମସିହାରେ ଉତ୍କଳମଣି ‘ସତ୍ୟବାଦୀ ମାସିକ ପତ୍ରିକା’ ପ୍ରକାଶନ କରିଥିଲେ ଯେଉଁଥିରେ ଓଡ଼ିଆ ମାନଙ୍କର ସମସ୍ୟାଗୁଡ଼କ ଅଗ୍ରାଧିକାର ଦିଆଯାଉଥିଲା । ସେହିପରି ମୂକ ଓଡ଼ିଆକୁ କଥା କହିବାର ଶୈଳୀ ଶିଖାଇବା ଉଦେ୍ଦଶ୍ୟରେ ତାଙ୍କ ଚିନ୍ତା ଚେତନାରୁ ସୃଷ୍ଟି ହେଲା ୧୯୧୯ ମସିହାରେ ସାପ୍ତାହିକ ସମ୍ବାଦ ପତ୍ର ‘ସମାଜ’ । ଲାହୋରଠାରେ ଅନୁଷ୍ଠିତ ଅଧିବେଶନରେ ଉପସଭାପତି ପଦ ଅଳଙ୍କୃତି କରିଥିଲେ ଗୋପବନ୍ଧୁ । ପରେ ଏହି ଅନୁଷ୍ଠାନର ଆଦର୍ଶରେ ଉଦ୍ବୁଦ୍ଧ ହୋଇ ସେ ‘ସତ୍ୟବାଦୀ ପ୍ରେସ୍’ ଓ ‘ସମାଜ’ର ସମସ୍ତ ସଂପତ୍ତି ଲୋକସେବକ ମଣ୍ଡଳକୁ ଦାନ କରି ଦେଇଥିଲେ । ଆଜି ସମାଜ ଏକ ଖବର କାଗଜ ନୁହେଁ ଏକ ଅନୁଷ୍ଠାନରେ ପରିଣତ ହୋଇଅଛି ।ଇତି ମଧ୍ୟରେ ଗୋପବନ୍ଧୁଙ୍କ ମାନସ ସନ୍ତାନ ସମାଜ ୧୦୦ ବର୍ଷରେ ପଦାର୍ପଣ କରି ଓଡିଆ ସାମ୍ବାଦିକ ଜଗତରେ ଏକ ବିରଳ ପରିଚୟ ସୃଷ୍ଟି କରିଛି । ଏହା ପଛରେ ରହିଛି ଉକôଳମଣିଙ୍କ ତ୍ୟାଗ, ସାଧନା ଓ ପ୍ରଚେଷ୍ଟାର ଫଳ ଶ୍ରୁତି ।
ରାଜନୈତିକ, ସାମାଜିକ ଓ ଜନସେବା ପରି ବିଭିନ୍ନକ୍ଷେତ୍ରରେ ଥାଇ ମଧ୍ୟ ସେ ସାହିତ୍ୟ ସେବା ପ୍ରତି ବିମୁଖ ହୋଇନଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋପବନ୍ଧୁ ଥିଲେ ନୂତନ ଯୁଗର ସ୍ରଷ୍ଟା ଯାହା ‘ସତ୍ୟବାଦୀ ଯୁଗ’ ରୂପେ ପରିଚିତ । ଗୋପବନ୍ଧୁ ଦାସ ଓ ତାଙ୍କର ସହଯୋଗୀ ସ୍ରଷ୍ଟାମାନେ ସେମାନଙ୍କ ଲେଖାରେ ଜାତୀୟତାବାଦକୁ ଗୁରୁତ୍ୱ ଦେଇଥିଲେ । ଉକôଳର ଜାତୀୟତା ଓ ସଂସ୍କୃତି ତାଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଥିଲା । ତାଙ୍କ ରଚିତ ‘ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ଅବକାଶ ଚିନ୍ତା, ନଚିକେତା ଉପାଖାନ, ଗୋ-ମାହାତ୍ମ୍ୟ କାବ୍ୟ କବିତାରେ ଜାତୀୟତାବୋଧ, ବିଶ୍ୱପ୍ରେମ ଭାବ ଅତି ସୁନ୍ଦର ଭାବେ ପ୍ରକଟିତ ହୋଇଥିବାର ଦେଖାଯାଏ । କବି ହିସାବରେ ସେଥିଲେ ପ୍ରଥମେ ବିଶ୍ୱପ୍ରେମୀ, ପରେ ଭାରତୀୟ ଓ ସବାଶେଷରେ ଓଡ଼ିଆ ।
ଉତ୍କଳମଣି ଗୋପବନ୍ଧୁ ସାରା ଓଡ଼ିଶାର ମଉଡ଼ମଣି ଥିଲେ । ସେଇ ଗୋପବନ୍ଧୁ ଯିଏ ନିଜ ପୁଅକୁ ମୃତୁ୍ୟର ଦ୍ୱାର ଦେଶରେ ଛାଡ଼ି ଶହ ଶହ ମାଆଙ୍କ ସନ୍ତାନକୁ ମୃତୁ୍ୟ ମୁଖରୁ ବଞ୍ଚାଇବାକୁ ଘରୁ ବାହାରି ଆସିଥିଲେ, ସେ ଆଜି ନାହାଁନ୍ତି । ଆଜିବି ବଢ଼ି, ମରୁଡ଼ି ବେଳେ ଅସହାୟ ମଣିଷର ଆର୍ତ୍ତ ଚିତ୍କାର ଶୁଭୁଛି । କିନ୍ତୁ ଲୋକଙ୍କ ପାଖରେ ପହଞ୍ଚô ତାଙ୍କୁ ବୋଧ ଦେଇ, ଭରସା ଦେଇ ଆଖିର ଲୁହ ପୋଛି ନିଜ ହାତରେ ଖୁଆଇ ଦେବା ଭଳି ମଣିଷ ଜଣେ ବି କେହି ନାହାଁନ୍ତି । ସେଥିପାଇଁ ଆମ ଗୋପବନ୍ଧୁ ଆମ ପାଇଁ କାଳେ କାଳେ ନମସ୍ୟ, ସବୁଦିନର ଆଦର୍ଶ । ସମୟ ଆସିଛି ଆମେ ନିଜକୁ ବଦଳାଇବା, ଆମ ଜାତି ଓ ଜାତୀୟତା ପାଇଁ ନିଜକୁ ଉତ୍ସର୍ଗ କରିବା, ଯାହା ଉକôଳମଣି ଗୋପବନ୍ଧୁ ଦାସ କରିଥିଲେ । ତାହେଲେ ଯାଇ ପୁଣି ଗୋପବନ୍ଧୁ ଆମ ଭିତରେ ଜୀବ ନ୍ୟାସ ପାଇବେ । ଏହାହିଁ ଆଜି ସେହି ପୁଣ୍ୟାତ୍ମାଙ୍କ ୧୪୩ ତମ ଜୟନ୍ତୀ ପାଳନ ଅବସରରେ କାମନା ।