Odisha news

କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉଲ୍ନେଖନୀୟ ଫଳା ଫଳ ପ୍ରଦର୍ଶନ ପାଇଁ ନାଲକୋର ଭୁୟସୀ ପ୍ରଶଂସା

• କେନ୍ଦ୍ର ମନ୍ତ୍ରୀ ନାଲକୋ ସମୁଦାୟକୁ ଉଲ୍ନେଖନୀୟ ଫଳା ଫଳ ଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି, କର୍ମଚାରୀଙ୍କ ପାଇଁ ଉପହାର କରିଛନ୍ତି

0

୨୯.୧୨.୨୦୨୨, ଭୁବନେଶ୍ୱର: ବିଶ୍ୱବ୍ୟାପୀ ଆହ୍ୱାନ ପୂର୍ଣ୍ଣ ବ୍ୟବସାୟିକ ପରିସ୍ଥିତି ସତ୍ତ୍ୱେ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଉଲ୍ଲେଖନୀୟ ସଫଳତା ହାସଲ କରିପାରି ଥିବାରୁ, ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ଭୁୟସୀ ପ୍ରଶଂସା କରିଛନ୍ତି। ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଆଜି ଭୁବନେଶ୍ୱରଠାରେ ନାଲକୋ ମୁଖ୍ୟ କାର୍ୟ୍ୟାଳୟ ଗସ୍ତ ସମୟରେ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିଥିଲେ।
ଉଲ୍ଲେଖଯୋଗ୍ୟଯେ ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମର ଉତ୍ପାଦନ ଓ ରପ୍ତାନି କାରୀ ଉଦ୍ୟୋଗ ତଥା କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ଆଲୁମିନିୟମ୍କମ୍ପାନୀ ଲିମିଟେଡ୍ (ନାଲକୋ), ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବକାଳୀନ ରେକର୍ଡହାସଲ କରିଛି ।କମ୍ପାନୀ୨,୯୫୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ଯାହା କମ୍ପାନୀ ସ୍ଥାପନା ହେବା ଦିନଠାରୁ ସର୍ବାଧିକଅଟେ l

ସମଗ୍ରବିଶ୍ୱ କୋଭିଡ-୧୯ମହାମାରୀର ପ୍ରଭାବ ଭିତରେ ଗତି କରୁଥିଲା ବେଳେ,ନାଲକୋ ନିଜର ଉତ୍ପାଦନଏବଂ ଉତ୍ପାଦକତାକୁ ପରିଚାଳନା କରିବାରେ ସକ୍ଷମ ହୋଇ ପାରି ଥିବାରୁ, ମାନ୍ୟବର ମନ୍ତ୍ରୀ ଶ୍ରୀଯୋଶୀ, ଏହାରନେତୃବର୍ଗର ପ୍ରଶଂସାକରିଥିଲେ। ଶ୍ରୀଯୋଶୀକହିଛନ୍ତିଯେଆଲୁମିନିୟମ୍ରଆତ୍ମନିର୍ଭରଶୀଳତା କ୍ଷେତ୍ରରେ ନାଲକୋ ସର୍ବଦା ଆଗରେ ରହି ଆସିଛି l ନାଲକୋଏବଂ ଅନ୍ୟାନ୍ୟ ଖଣିଏବଂଧାତବ ଶିଳ୍ପ ସଂଗଠନ ଗୁଡ଼ିକ ପ୍ରକୃତରେ ‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ବୋଲି ସେ କହିଛନ୍ତି।
ଯେତେବେଳେ ସଂଗଠନ ଏବଂ ଶିଳ୍ପ ଗୁଡିକ ସେମାନଙ୍କର ସଫଳତାର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲକରି ବା ଜାରି ରଖନ୍ତି ଏବଂ ପ୍ରତ୍ୟେକ ଥର ନୂତନ ମାନ ଦଣ୍ଡ ସ୍ଥିର କରନ୍ତି, ସେତେବେଳେଏହା ଆତ୍ମ ବିଶ୍ୱାସର ଭାବନା ସୃଷ୍ଟି କରିଥାଏ ଯେ ଆମର ଅର୍ଥନୀତି ଏବଂ ନୂତନ ଭାରତର ଦୂର ଦୃଷ୍ଟି ହାସଲ କରିବା ପାଇଁ ଆମର ପ୍ରୟାସ ସଠିକ୍ ରେ ଗତି କରୁଛି ବୋଲି ଶ୍ରୀଯୋଶୀ କହିଛନ୍ତି।

ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ କର୍ମଚାରୀଙ୍କ ପାଇଁ ନିଜର କୃତଜ୍ଞତା ପ୍ରଦାନ ପୂର୍ବକ ବିଗତ ୪୨ ବର୍ଷର ରେକର୍ଡ ଭଙ୍ଗ କରି ସଫଳତା ପ୍ରଦାନ କରିଥିବାରୁ, ଟ୍ୟାକ୍ସ ପୂର୍ବ-ଲାଭାଂଶର ୧% ଉପହାର ସ୍ୱରୂପ ଘୋଷଣା କରିଛନ୍ତି।ସମସ୍ତ ଚୁକ୍ତିଭିତ୍ତିକ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ଶ୍ରୀଯୋଶୀ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଏକ ମାସର ମୂଳ ବେତନ ଉପହାର ଆକାରରେ ଦିଆଯିବା ପାଇଁ ଘୋଷଣା କରିଥିଲେ l ଭବିଷ୍ୟତରେ ଅଧିକରୁ ଅଧିକ ସଫଳତା ହାସଲ କରିବା ପାଇଁ ସେ ନାଲକୋ  କର୍ମଚାରୀ ମାନଙ୍କୁ ସେମାନଙ୍କର ଉତ୍ସାହ,ଉତ୍ସର୍ଗୀକୃତ ମନୋଭାବ ଜାରି ରଖିବାକୁ କହିଥିଲେ l ଏହି ଅବସରରେ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ମଧ୍ୟ ଉପସ୍ଥିତ ଥିଲେ ଏବଂ ନାଲକୋ ସାମୁଦାୟଙ୍କୁ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ଶ୍ରୀଧର ପାତ୍ର, ସିଏମଡି, ନାଲକୋ, କମ୍ପାନୀ ତରଫରୁ ଖଣି ମନ୍ତ୍ରଣାଳୟର ନିରବିଛିନ୍ନ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ତଥା କଠିନ ପରିଶ୍ରମ ତଥା ଅନ୍ୟ ଅଂଶ ଧାରକ ମାନଙ୍କ ସହଯୋଗ ଫଳରେ ଏହି ସଫଳତା ହାସନ ହୋଇ ପାରିଛି ବୋଲି କହିଛନ୍ତି। ବିଗତ ଚାରି ଦଶନ୍ଧି ର ନାଲକୋ ସର୍ବଦା ଉତ୍କର୍ଷତା ପ୍ରତିପାଦନ କରିବା ସହ ସର୍ବଦା ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ତୁଳନାରେ ଉତ୍ତମ ପ୍ରଦର୍ଶନ କରି ଆସୁଅଛି । ନାଲକୋର ଆଗାମୀ ୪୩ ତମ ସ୍ଥାପନା ଦିବସ ପାଳନର ଠିକ ପୂର୍ବରୁ ମାନନୀୟ ଖଣି ମନ୍ତ୍ରୀଙ୍କ ଦ୍ୱାରା ଆମ କର୍ମଚାରୀଙ୍କ ପରିଶ୍ରମ ତଥା ଉଦ୍ୟମକୁ ପ୍ରଶଂସା କରିବା, ଆମ ମାନଙ୍କ ମନୋବଳ ବୃଦ୍ଧି କରାଇ ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରେରିତ କରିଛି ।

ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ବିନା କୁମାରୀ ଡି, ଯୁଗ୍ମସଚିବ, କେନ୍ଦ୍ର ଖଣିମନ୍ତ୍ରଣାଳୟ, ନାଲକୋରସମସ୍ତନିର୍ଦ୍ଦେଶକ, ମୁଖ୍ୟ ସତର୍କତା ଅଧିକାରୀ, ବିଭିନ୍ନ ୟୁନିଅନ ଏବଂ ଆସୋସିଏସନର ପ୍ରତିନିଧୀଗଣ ,ଉକ୍ତ କାର୍ୟ୍ୟକ୍ରମରେ ଉପସ୍ଥିତଥିଲେ। ଅନୁଗୁଳ ଏବଂ ଦାମନଯୋଡିରେ ଅବସ୍ଥିତ ଅପରେଟିଂ ୟୁନିଟର ସମସ୍ତ କର୍ମଚାରୀ, ଚୁକ୍ତି ଭିତ୍ତିକ କର୍ମଚାରୀ, ଆଞ୍ଚଳିକ କାର୍ୟ୍ୟାଳୟ ଗୁଡ଼ିକର କର୍ମଚାରୀମାନେ ମଧ୍ୟରେ ଯୋଗଦେଇଥିଲେ l

 

Govt
Leave A Reply