Odisha news

ଓଡ଼ିଶା ସରକାରଙ୍କ ବଡ ଘୋଷଣା : ଏବେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା , ଓଡ଼ିଆ ପିଲାଙ୍କୁ ଭାରତ ଆଣିବା ପାଇଁ ୪ ଜଣ ପ୍ରତିନିଧିଙ୍କୁ ନିଯୁକ୍ତ

0

ଭୁବନେଶ୍ୱର: ୟୁକ୍ରେନ୍‌ ଉପରେ ଗତମାସ ୨୪ ତାରିଖ ଠାରୁ ରୁଷିଆ ଆକ୍ରମଣ କରି ଚାଲିଛି। ରୁଷିଆର ଆକ୍ରମଣ କାରଣରୁ ସେଠାରେ ଜନତାଙ୍କ ଜୀବନ ଆଦୌ ସୁରକ୍ଷିତ ନାହିଁ। ପାଖାପାଖି ୧୦ ଲକ୍ଷ ବିଦେଶୀ ନାଗରିକ ୟୁକ୍ରେନ୍‌ ଛାଡ଼ି ସାରିଛନ୍ତି। ଭାରତରୁ ୟୁକ୍ରେନ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ୱ ନାଗରିକ ଫସିଥିବା ବେଳେ ଏଥିରେ ଓଡ଼ିଶାରୁ ଅଛନ୍ତି ଏକ ହଜାରରୁ ଅଧିକ ଲୋକ। ଓଡ଼ଆମାନଙ୍କ ମଧ୍ୟରେ ଅଧିକ ଅଛନ୍ତି ମେଡିକାଲ ଛାତ୍ରଛାତ୍ରୀ। ଏବେ ସୁଦ୍ଧା କିଛି ଓଡ଼ିଆ ଛାତ୍ରଛାତ୍ରୀ ଆସି ସାରିଥିବା ବେଳେ ଅନ୍ୟମାନଙ୍କର ଅପେକ୍ଷାରେ ଅଛନ୍ତି ସେମାନଙ୍କର ପରିବାର ଓ ଓଡ଼ିଶାବାସୀ। ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆମାନେ କେମିତି ଓଡ଼ିଶାରେ ପହଞ୍ଚିବେ ତାହାହିଁ ଏବେ ବଡ଼ ଚିନ୍ତା।

ତେବେ ଓଡ଼ିଶା ସରକାର ଏବେ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ୟୁକ୍ରେନ୍‌ର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରି, ରୋମାନିଆ ଓ ସ୍ଲୋଭାକିଆରୁ ଓଡ଼ିଆ ପିଲାଙ୍କୁ ଭାରତ ଆଣିବା ପାଇଁ ୪ ଜଣ ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ୟୁକ୍ରେନ୍‌ ଯେ, ସଂକଟ ନେଇ ପୋଲାଣ୍ଡ ପାଇଁ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ବିକ୍ରମାଦିତ୍ୟ, ହଙ୍ଗେରି ପାଇଁ ୟୁଏନ୍‌ଏଚ୍‌ସିଆରର ବରିଷ୍ଠ ଟିଡିପିଏସ୍‌ ଅଧିକାରୀ ଆରୁଷି ରାୟ, ରୋମାନିଆ ପାଇଁ ରୋମ୍‌ର ୟୁଏନ୍‌ ପଲିସି ଅଫିସର ବୈଶାଳୀ ମହାନ୍ତି ଓ ସ୍ଲୋଭାକିଆ ପାଇଁ ହଙ୍ଗେରିସ୍ଥିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ରେସିଡେଣ୍ଟ କମିସନରଙ୍କ ସହ ଯୋଗରୁତ୍ର ରଖି ପିଲାମାନଙ୍କୁ ଆଣିବେ। ପିଲାମାନଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ।

ଓଡ଼ିଆ ଛାତ୍ରଛାତ୍ରୀମାନେ ଏବେ ୟୁକ୍ରେନ୍‌ ଓ ଏହାର ପଡୋଶୀ ରାଷ୍ଟ୍ରରେ ବଡ଼ କଷ୍ଟରେ ଦିନ କାଟୁଛନ୍ତି। ଭୁବନେଶ୍ୱରରୁ ଯାଇ ଖାରଭିକ୍‌ ନ୍ୟାସନାଲ ମେଡିକାଲ କଲେଜରେ ପଢୁଥିବା ଛାତ୍ରୀ ରିତୁପର୍ଣ୍ଣା ରାଉତ କହିଛନ୍ତି, ଆମେ ଉଦ୍ଧାରକୁ ଅପେକ୍ଷା କରିଛୁ। କିନ୍ତୁ ଆମକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ତାଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡ଼ିଛନ୍ତି। ଏହି କଲେଜର ପ୍ରଥମ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ବେହେରା ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଖାରଭିକ୍‌ରୁ ଉଦ୍ଧାର ହେବା ପରେ ମେଡିକାଲ ଛାତ୍ରୀ ଆକାଂକ୍ଷା ମଲ୍ଲିକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply