Odisha news

ଋଷି ମିଡ଼ିଆ ର ଦାବି : ୟୁକ୍ରେନ ଛାଡ଼ି ପୋଲାଣ୍ଡରେ ପହଞ୍ଚିଲେ ରାଷ୍ଟ୍ରପତି ଜେଲେଁସ୍କି

0
ନୂଆଦିଲ୍ଲୀ : ରୁଷ ସୈନ୍ୟମାନେ ୟୁକ୍ରେନ ମାଟିରେ ବମ ଓ ମିଶାଇଲ ପକାଇ ଆତଙ୍କ ଖେଳାଇ ଦେଇଛନ୍ତି । ରାଜଧାନୀ କିବ ରେ ରୁଷ ସୈନ୍ୟ ଙ୍କ କାର୍ଯ୍ୟ କଳାପ ଜାରି ରହିଛି । ଏହା ଭିତରେ ରୁଷ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ଯେ ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡ଼ି ଦେଇଛନ୍ତି ଓ ପୋଲାଣ୍ଡ ରେ ପହଞ୍ଚି ଯାଇଛନ୍ତି ।
ଶୁକ୍ରବାର ଦିନ ଋଷ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡ଼ି ଦେଇଛନ୍ତି ଓ ପୋଲାଣ୍ଡ ରେ ଶରଣ ନେଇଛନ୍ତି । ରୁଷ ର ଦାବି କୁ ନେଇ ବର୍ତ୍ତମାନ୍ ପର୍ଯ୍ୟନ୍ତ ୟୁକ୍ରେନ ର କୌଣସି ପ୍ରତିକ୍ରିୟା ଆସି ନାହିଁ ।
କିଛିଦିନ ପୂର୍ବରୁ ମଧ୍ୟ ୠଷି ମିଡ଼ିଆ ପକ୍ଷରୁ ଏହି ଦାବି ହୋଇଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ନିଜର ଗୋଟିଏ ଭିଡିଓ ଜାରୀ କରି ନିଜ ଦେଶରେ ସେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ଗତ କିଛିଦିନ ହେଲା ୟୁକ୍ରେନ ରୁ ୧୨ଲକ୍ଷ ଲୋକ ପଳାୟନ କରିଛନ୍ତି । ୟୁକ୍ରେନ ଜନ ସାଧାରଣ ପଡୋଶୀ ଦେଶ ମାନଙ୍କରେ ଶରଣ ନେଇଛନ୍ତି ।
Leave A Reply