ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩ମାସ ରୁ ମଧ୍ୟ ଅଧିକ ହୋଇ ସାରିଛି l ବର୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଥମିବାର ନାଁ ଧରୁନି l ଏହି ଯୁଦ୍ଧ ମଧ୍ୟରେ ଭାରତ ନିଜ ନାଗରିକ ମାନଙ୍କୁ ୟୁକ୍ରେନ ରୁ ବାହାର କରିବାରେ ସଫଳ ତ ହୋଇଥିଲା , କିନ୍ତୁ ବର୍ତମାନ ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି ୟୁକ୍ରେନ ରେ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତକୁ ନେଇ l ଗୁରୁବାର ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନକୁ ନେଇ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଉତର ରଖିଛନ୍ତି l
ସେ କହିଛନ୍ତି ‘ଭାରତ ୟୁକ୍ରେନ ର ପଡୋଶୀ ଦେଶ ସହିତ କଥା ହେଇଚି ଯେ ଭାରତୀୟ ଛାତ୍ରଛାତ୍ରୀ ମାନେ ତାଙ୍କ ବିଶ୍ୱବିଦ୍ୟାଳୟ ରେ ଆଡ଼ଜଷ୍ଟ କରିବେ l ‘ ସେ ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନ ର ପଡୋଶୀ ଦେଶ ହଙ୍ଗେରୀ ର ସରକାର କହିଛନ୍ତି ସେ ଅଧିକରୁ ଅଧିକ ଭାରତୀୟ ଛାତ୍ର ଙ୍କୁ ନିଜ ବିଶ୍ୱବିଦ୍ୟାଳୟ ରେ ଆଡ଼ଜଷ୍ଟ କରିବାର ଚେଷ୍ଟା କରିବେ l’
ଏସ. ଜୟଶଙ୍କର ପିଏମ କେୟାର୍ସ ର ଗୋଟିଏ କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ଗୁଜୁରାଟ ର ବରୋଦା ରେ ପହଂଚି ଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କାରନଫରେନ୍ସ ମାଧ୍ୟମରେ ପିଲା ମାନଙ୍କ ପାଇଁ PM CARES କୁ ଲାଭ ଜାରି କରିଥିଲେ l ଏହି ଯୋଜନା ସେହି ପିଲା ମାନଙ୍କ ପାଇଁ ଉପଲବ୍ଧ ଅଟେ ଯେଉଁମାନେ କରୋନା ସମୟରେ ନିଜ ମାତା ପିତାଙ୍କୁ ଓ ଅଭିବାବକ ଙ୍କୁ ହରାଇଛନ୍ତି l