ରା,ଉଦୟଗିରି-: ଗଜପତି ଜିଲ୍ଲାର ରା,ଉଦୟଗିରି ମୋହନା, ନୁଆଗଡ ଓ ରା,ଉଦୟଗିରି ଅଞ୍ଚଳରୁ ପ୍ରତ୍ୟେକ ମାସରେ ଶହ ଶହ ଗାଇଗୋରୁ ମାନଙ୍କୁ ଅନୁଷିତ ଭାବେ ନିର୍ଯାତନ ଦେଇ ଗାଡି ଡାଲାରେ ଭତ୍ତିକରି ବାହାର ରାଜ୍ୟର କଂସେଇଖାନାକୁ ଅବାଧରେ ଚାଲାଣ ହେଉଛି । ଏହି ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଥି୍ଲେ ବି ପ୍ରଶାସନ ସବୁ ଜାଣି ଚୁପ୍ ରହୁଥିବାରୁ ଏହାକୁ ନେଇ ସାଧାରଣରେ କ୍ଷୋଭସୃଷ୍ଟି ହୋଇଛି । ଜୁନ ୪ ତାରିଖ ରାତ୍ର ମୋହନା ରୁ ୧୮ଟି ଗୋରୁକୁ ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ସହରସ୍ଥିତ କଂସେଇଖାନାକୁ ଚାଲାଣ କରାଯାଉଥିବାବେଳେ ସ୍ଥାନୀୟ ଯୁବକ ସଂଘର କର୍ମକର୍ତାମାନେ ମିଳିତ ଭାବେ କଲେଜଛକ ଠାରେ ଏହାକୁ ଜବତ କରି ପୋଲିସକୁ ଜିମା ଦେଇଥିଲେ।
ସେହିପରି ଗୁରୁବାର ଦିନ ସକାଳେ ରା,ଉଦୟଗିରି ସହରର କିଛି ବ୍ୟକ୍ତି ପ୍ରତଃଭ୍ରମଣରେ ଯାଉଥିବାବେଳେ ଚିନ୍ଦିପୁଟ ଅଞ୍ଚଳରୁ ଏକ ବୁଲେରୋ ପିକ୍ଅପ୍ ଭ୍ୟାନ ନଂ(ଓଡି୦୨ – ବିଏନ ୯୭୫୯) ପାରଳାଖେମଣ୍ଡି ଆଡକୁ ଯାଉଥିଲେ। ଉକ୍ତ ପିକ୍ଅପ୍ ରେ ୬ଟି ଗୋରୁ ବୋଝେଇ ହୋଇଯିବା ସମୟରେ ଗ୍ରାମବାସୀ ତାହାକୁ ଅଟକାଇ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗୋରୁ ଚାଲାଣକାରୀମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରୁ ୬ଟି ଗୋରୁ ଗାଡିକୁ ଜବତ କରି ରା,ଉଦୟଗିରି ଥାନାରେ କେସନଂ ୬୩\୨୧ରେ ମାମଲା ରୁଜୁକରି ଗାଈଗୁଡିକୁ ଯୁବନ୍ୟାସ ସୁନ୍ଦରରାୟ ପାତ୍ରଙ୍କୁ ପାଳନ ସକାଶେ ଦେଇଥିବା ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡା ସୁଚନା ଦେଉଛନ୍ତି ।

Comments are closed.