ନୂଆଦିଲ୍ଲୀ : ସଂଯୁକ୍ତ ଆରବ ରାଷ୍ଟ୍ରର ରାଜଧାନୀ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିଛି l ଏହି ମନ୍ଦିର ତିଆରି ହେବାର କାର୍ଯ୍ୟକ୍ରମରେ ଲୁହା କିମ୍ବା ଲୁହା ଜାତୀୟ ଜିନିଷର ବ୍ୟବହାର କରାଯିବ ନାହିଁ l ଏହାର ନିର୍ମାଣ କାର୍ଯ୍ୟ ପାରମ୍ପରିକ ଭାରତର ବାସ୍ତୁକଳା ମାଧ୍ୟମରେ କର ଯିବା l ଏହି ସୂଚନା ମନ୍ଦିର କମିଟିରେ ଥିବା ଅଧିକାରୀଙ୍କ ଠାରୁ ହସ୍ତଗତ ହୋଇଛି l ମନ୍ଦିରର ଶିଳାନ୍ୟାସର ଦୁଇ ବର୍ଷ ପରେ ଗୁରୁବାର ଦିନ ଏହାର ଫାଉଣ୍ଡେସନରେ କଂକ୍ରିଟ କାମ ସମ୍ପୂର୍ଣ ହୋଇଛି l
ଏହି ସମୟରେ ଅଧିକ ସଂଖ୍ୟାରେ ମୂଳ ଭାରତୀୟ ମାନେ ମନ୍ଦିର ସ୍ଥଳରେ ଉପସ୍ଥିତ ରହିଥିଲେ l ମନ୍ଦିର ସମିତିର ପ୍ରବକ୍ତା ଅଶୋକ କୋଟେଚା ସ୍ଥାନୀୟ ଗଣମାଧ୍ୟମ ଗଲ୍ଫ ନିୟୁଜକୁ କହିଛନ୍ତି ଯେ ସାଧାଣତଃ ଭାବନା ଗୁଡିକ ତିଆରି ହେବl ବେଳେ କଂକ୍ରିଟ ଓ ଲୁହାର ବ୍ୟବହାର କରାଯାଇଥାଏ l ଭାରତର ପାରମ୍ପରିକ ମନ୍ଦିର ବାସ୍ତୁକଳା ଅନୁସାରେ ଏହି ମନ୍ଦିର ନିର୍ମାଣରେ ଇସ୍ପାତ କିମ୍ବା ଇଷ୍ପାତରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହାର କରାଯାଇ ନାହିଁ l ସେ କହିଛନ୍ତି ଯେ ମୂଳକୁ ମଝବୁତ କରିବା ପାଇଁ ଫ୍ଲାଇ ଏସର ବ୍ୟବହାର କରାଯାଇଛି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ରେ ସଂଯୁକ୍ତ ଆରବ ରାଜ୍ୟର ଦୁବାଇରେ ଅପେରା ହାଉସରୁ ଭିଡିଓ କନଫେରିସିଂ ଜରିଆରେ ମନ୍ଦିରର ଆଧାର ଶିଳାକୁ ରଖିଥିଲେ l UAE ରେ ଭାରତୀୟ ମୂଳ ୩୦ ଲକ୍ଷରୁ ଅଧିକ ଲୋକ ରହିଛନ୍ତି l ମନ୍ଦିରର ନିର୍ମାଣ ପାଇଁ ୩ ହଜାର କାରିଗର ପ୍ରତେକ ଦିନ ଭାରତରେ କାମ କରୁଛନ୍ତି l କାରଣ ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଇଟାଲିୟନ ମାର୍ବଲର ମୂର୍ତ୍ତି ଗୁଡିକ UAE ଯିବ l CDA ଦୁବାଇର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓମର ଅଲ ମୁଥନା କହିଛନ୍ତି ଯେ ବିଦେଶରେ ନିଜର ଘରଭଳି ଅନୁଭୂତି ପାଇଁ ଧର୍ମ ଏକ ମହତ୍ୱପୂର୍ଣ୍ଣ କାରଣ ଅଟେ l ଆମେ ଚାହୁଁଛୁ ଯେ ଭାରତୀୟ ମାନେ UAE ରେ ଘରୋଇ ବାତାବରଣ ଅନୁଭବ କରିବା ସହିତ ଶାନ୍ତିରେ ରୁହନ୍ତୁ ,ସେଥିପାଇଁ ଆମେ ପ୍ରତିବଦ୍ଧ ଅଟୁ l