ହଳଦୀ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣରେ ଭରପୁର ଅଟେ । ଏଥିରେ କରୋକ୍ୟୁମିନ ସହିତ ଅନେକ ଯୌଗିକ ଉପାଦାନ ରହିଛି । ହଳଦୀ ସେବନ ଦ୍ଵାରା ଶରୀରର ଅନେକ ରୋଗ ଦୂରେଇ ଯାଇଥାଏ । କୋଲେଷ୍ଟ୍ରେଲ ମଧୁମେହ ଇତ୍ୟାଦି ଦୂରେଇ ଯାଇଥାଏ ଓ ଦେହ ଫୁର୍ତି ଲାଗିଥାଏ ।
* ହଳଦୀ ଯୁକ୍ତ ଚା ସେବନ ଦ୍ଵାରା ଆପଣଙ୍କ ଇମ୍ୟୁନିଟି ବୁଷ୍ଟ୍ ହୋଇଥାଇ । ଯେଉଁ କାରଣରୁ ଆମେ ଅଧିକାଂଶ ରୋଗ ଠାରୁ ଦୂରେଇ ରହିଥାଏ ଓ ଶରୀର କୁ ରୋଗ ସହିତ ଲଢ଼ିବାର ଶକ୍ତି ଯୋଗାଇ ଥାଏ ।
* ମଧୁମେହ ରୋଗୀ ଙ୍କ ପାଇଁ ହଳଦୀ ଯୁକ୍ତ ଚା ଖୁବ୍ ହିତକର । ଏହାଦ୍ବାରା ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ।
* ହଳଦୀ ଚା ହାର୍ଟ ପାଇଁ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ହିତକର । କାରଣ ହଳଦୀ ଚା ଶରୀରରେ କୋଲେଷ୍ଟ୍ରାଲ କୁ ନିୟନ୍ତ୍ରିତ କରିଥାଏ ଓ ହାର୍ଟ କୁ ସୁରକ୍ଷିତ ରଖେ । ହଳଦୀ ଚା ଗୁଡ କୋଲେଷ୍ଟ୍ରାଳ୍ କୁ ବୃଦ୍ଧି କରିଥାଏ ।
* ହଳଦୀ ଚା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପେଟର ଚର୍ବି କୁ ହ୍ରାସ କରିବା ସହିତ ଶରୀରର ଫୁଲା କୁ କମାଇ ଥାଏ ।
* ଲିଭର୍ ସମସ୍ୟା କୁ ଦୁର କରିଥାଏ ହଳଦୀ ଯୁକ୍ତ ଚା । ହଳଦୀ ଯୁକ୍ତ ଚା ସେବନ ଦ୍ଵାରା ଶରୀର ଡିଟକ୍ସ ହୋଇଥାଏ । ଯାହା ଲିଭର୍ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
* ହଳଦୀ ଯୁକ୍ତ ଚା ମାନସିକ ଚାପ କୁ କମାଇ ଥାଏ ଓ ଶରୀରକୁ ରିଲାକ୍ସ ରଖିଥାଏ ।