Odisha news

ଗୋ ଦାନଠାରୁ ମଧ୍ୟ ଅଧିକ ପୁଣ୍ୟ ମିଳିଥାଏ ତୁଳସୀଙ୍କ ପୂଜା କଲେ : କିପରି କରିବେ ପୂଜା

0

କାର୍ତିକ ମାସରେ ତୁଳସୀ ବୃକ୍ଷର ପୂଜା କରିବା ଏକ ବିଶେଷ ବିଧାନ ରହିଛି l ଏମିତିରେ ଦେଖିବାକୁ ଗଲେ ଆମେ ବର୍ଷ ସାରା ତୁଳସୀ ଗଛର ପୂଜା କରିଥାଉ ,କିନ୍ତୁ କୁହାଯାଏ ଯେ କାର୍ତିକ ମାସରେ ତୁଳସୀ ବୃକ୍ଷ ଆଗରେ ଦୀପ ଜଳାଇ ପୂଜା କରିବା ଦ୍ୱାରା ତୁମକୁ ତୁମର ମନ ବାଂଛିତ ଫଳ ମିଳିଥାଏ l କାର୍ତିକ ମାସରେ ତୁଳସୀଙ୍କ ଠିକ ବିଧି ବିଧାନରେ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ l ଏମିତିରେ ଦେଖିବାକୁ ଗଲେ ବିଷ୍ଣୁଙ୍କର ତୁଳସୀ ଖୁବ ପ୍ରିୟ ଅଟେ ,କିନ୍ତୁ ଧାର୍ମିକ ମତ ଅନୁସାରେ କାର୍ତିକ ମାସରେ ବିଷ୍ଣୁଙ୍କୁ ପ୍ରତେକ ଦିନ ତୁଳସୀ ଚଢ଼ିବା ଦ୍ୱାରା ଯେଉଁ ପୁଣ୍ୟ ମିଳିଥାଏ ତାହା ଗୋ ଦାନର ପୁଣ୍ୟ ଠାରୁ ଅଧିକ ଅଟେ l କାର୍ତିକ ମାସର ଶୁକ୍ଳ ପକ୍ଷରେ ଏକାଦଶୀ ଦିନ ତୁଳସୀଙ୍କର ବିବାହ ମଧ୍ୟ କରାଯାଇଥାଏ l

ଏହି ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠନ୍ତି ଓ ତାଙ୍କର ମଧ୍ୟ ଭବ୍ୟ ଭାବରେ ପୂଜା କରାଯାଏ l ସେଥିପାଇଁ ଭଗବାନଙ୍କ ଉଠିବା ପରେ ତୁଳସୀଙ୍କ ବିବାହ କରାଯାଉଥିବା ହେତୁ ଏହି ଦିନକୁ ପବିତ୍ର ଦିନ ଭାବରେ ଗଣାଯାଏ l ଏହିପରି ମାନ୍ୟତା ରହିଛି ଯେ ଯେଉଁ ଘରେ ତୁଳସୀ ଚଉରା ଥାଏ ସେହି ଘରେ ଯମଦୂତ ମଧ୍ୟ ପ୍ରବେଶ କରି ପାରନ୍ତି ନାହିଁ l ତୁଳସୀଙ୍କର ବିବାହ ଶାଳଗ୍ରାମଙ୍କ ସହିତ ବିବାହ ହୋଇଥିଲା ,ତେଣୁକରି ଯିଏ ତୁଳସୀଙ୍କ ପୂଜା କରିଥାଏ ତାହାକୁ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ l ଗୋଟିଏ ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁ ତୁଳସୀଙ୍କ ବରଦାନ ଦେଇଥିଲେ କି ମତେ ଶାଳଗ୍ରାମଙ୍କ ସହିତ ତୁଳସୀ ଚଢାଇ ପୂଜା କରାଯିବ ଆବଶ୍ୟକ ଓ ଯେଉଁ ବ୍ୟକ୍ତି ବିନା ତୁଳସୀରେ ମୋର ଭୋଗ ଲଗାଏ ମୁଁ ତାର ପ୍ରାସାଦକୁ ଗ୍ରହଣ କରିବି ନାହିଁ l

ଏହିପ୍ରକାରେ କରନ୍ତୁ ତୁଳସୀଙ୍କ ପୂଜା –

ଶାସ୍ତ୍ର ଅନୁସାରେ ତୁଳସୀଙ୍କ ହିନ୍ଦୁ ଧର୍ମରେ ଅନେକ ମହତ୍ୱ ଦିଆଯାଇଛି l ତୁଳସୀ ଚଉରା ନିକଟରେ ସକାଳ ଓ ସନ୍ଧ୍ୟା ସମୟରେ ବିଧି ବଦ୍ଧ ଭାବରେ ପୂଜା କରିବା ଆବଶ୍ୟକ l ତୁଳସୀ ଚଉରା ନିକଟରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ l କାର୍ତିକ ମାସରେ ତୁଳସୀ ଚଉରା ପାଖରେ ଶଙ୍ଖ ,ଚକ୍ର ,ଗଦା ଓ ପଦ୍ମ ମୁରୁଜରେ ଅଙ୍କନ କରନ୍ତୁ l ଏହାପରେ ଧୂପ,ଦୀପ,ସିନ୍ଦୁର ,ଚନ୍ଦନ ,ନୈବେଦ୍ୟ ଅର୍ପଣ କରି ତୁଳସୀଙ୍କ ଆବାହନ କରନ୍ତୁ l ଆଳତି କଲା ବେଳେ ଦୀପ ଧରି ତୁଳସୀ ଚଉରା ଚାରିପଟରେ ପରିକ୍ରମା କରନ୍ତୁ l ଏହିପରି ଭାବରେ ବିଦ୍ଧିବଦ୍ଧରେ ତୁଳସୀଙ୍କର ପୂଜା କରନ୍ତୁ l

Leave A Reply