ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ଖୁବ ମହତ୍ୱ ଦିଆଯାଇ ଥାଏ, ଏହା ଗୋଟିଏ ପବିତ୍ର ବୃକ୍ଷ ହୋଇ ଥିବାରୁ ଏହାର ମହତ୍ୱ ଖୁବ ବେଶୀ ରହିଛି l ଏହି କାରଣରୁ ଅଧିକାଂଶ ଘରର ଅଗଣା ରେ ତୁଳସୀ ବୃକ୍ଷକୁ ନିୟମିତ ପୂଜା କରାଯାଇ ଥାଏ l ତୁଳସୀ କୁ ନେଇ ଧାର୍ମିକ ମାନ୍ୟତା ରହିଛି ଯେ ଏଥିରେ ମା ଲକ୍ଷ୍ମୀ ବିରାଜମାନ କରି ଥାଆନ୍ତି l ତେଣୁ ତୁଳସୀ କୁ ବିଧି ବିଧାନ ଭାବରେ ପୂଜା କରାଯାଏ l
– ଏହି ତୁଳସୀ ବୃକ୍ଷରେ ପ୍ରତି ରବିବାର ଦିନ ଗୋଟିଏ ଜିନିଷ ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ପ୍ରତି ରବିବାର ଦିନ ତୁଳସୀ ବୃକ୍ଷରେ ପାଣି ରେ କେଇ ବୁନ୍ଦା ଗଙ୍ଗାଜଳ ମିଶାଇ ଅର୍ପଣ କରି ଦିଅନ୍ତୁ l
– ମାନ୍ୟତା ରହିଛି ଯେ ପ୍ରତିଦିନ ସୂର୍ଯ୍ୟ ଙ୍କୁ ସ୍ନାନ ସାରିବା ପରେ ଆମେ ଜଳ ଅର୍ପଣ କରିଥାଉ, ଏହି ସମୟରେ ତୁଳସୀ ଙ୍କୁ ମଧ୍ୟ ଜଳ ଅର୍ପଣ ର ବିଧି ରହିଛି l ପ୍ରତି ରବିବାର ଦିନ ତୁଳସୀ ରେ ଗଙ୍ଗା ଜଳ ଅର୍ପଣ କରିବା ଦ୍ୱାରା ଘର କୁ ପଜିଟିଭ ଏନର୍ଜି ର ଆଗମନ ହୋଇଥାଏ ଏବଂ ଆର୍ଥିକ ଅସୁବିଧା ଦୂର ହୋଇଯାଇ ଥାଏ l
– ପ୍ରତି ରବିବାର ଦିନ ତୁଳସୀ ବୃକ୍ଷରେ ଗଙ୍ଗା ଜଳ ଅର୍ପଣ କରିବା ଦ୍ୱାରା ଜୀବନ ର ସମସ୍ତ ଅସୁବିଧା ଦୂର ହୋଇଥାଏ l ଏବଂ ଜୀବନରେ ସୁଖ-ଶାନ୍ତି ର ବାସ ହୋଇଥାଏ l
– ହିନ୍ଦୁ ଧର୍ମରେ ଗଙ୍ଗାଜଳ କୁ ଗୋଟିଏ ପବିତ୍ର ନଦୀ ର ଜଳ ଭାବରେ ଗ୍ରହଣ କରାଯାଇ ଥାଏ l ପ୍ରତି ରବିବାର ଦିନ ତୁଳସୀ ରେ ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ତୁଳସୀ ରେ ଗଙ୍ଗାଜଳ ସହିତ ଚନ୍ଦନ ଅର୍ପଣ କରନ୍ତୁ ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l ଏବଂ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l