Odisha news

ଆଜି ହେଉଛି ତୁଳା ସଂକ୍ରାନ୍ତି : ସୂର୍ଯ୍ୟ ଦେବଙ୍କୁ ଜଳରେ ଏହି ପାଞ୍ଚଟି ଜିନିଷ ମିଶାଇ ଦିଅନ୍ତୁ ଅର୍ଘ୍ୟ , ମିଳିବ ସମସ୍ତ କ୍ଷେତ୍ରରେ ଶୁଭ ଫଳ  

0

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଦେବ ଅଟନ୍ତି, ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କୁ ସଂକ୍ରାନ୍ତି କୁହାଯାଏ, ଚଳିତ ମାସ ୧୭ ତାରିଖ ରେ ସୂର୍ଯ୍ୟ ଦେବ କନ୍ୟା ରାଶିରୁ ତୁଳା ରାଶିକୁ ଗମନ କରିବେ l ତେଣୁ ଏହିଦିନ ସଂକ୍ରାନ୍ତି ପାଳନ ହେବ, ସନାତନ ଧର୍ମ ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ଜୀବନ୍ତ ଠାକୁର, ତେଣୁ ସଂକ୍ରାନ୍ତି ରେ ତାଙ୍କର ଆରାଧନା କରାଯାଏ l ତୁଳା ସଂକ୍ରାନ୍ତି ରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ ଦୂର ହୋଇଥାଏ, ଜାତକ ରେ ସୂର୍ଯ୍ୟ ଙ୍କ ସ୍ଥିତି ଠିକ ରହିଥାଏ, ଯେଉଁ କାରଣରୁ ସ୍ୱାସ୍ଥ୍ୟ ଠିକ ରହିଥାଏ, ସୁଖ-ସମ୍ମାନ ପ୍ରାପ୍ତ ହୋଇଥାଏ l କିନ୍ତୁ ସେଥିପାଇଁ ତୁଳା ସଂକ୍ରାନ୍ତି ରେ ୫ଟି  ବସ୍ତୁ ଜଳରେ ଅର୍ପଣ କରି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ଜରୁରୀ ଅଟେ l

* ଆଜିର ସଂକ୍ରାନ୍ତି ରେ ଗୋଟିଏ ତମ୍ବା ଗଡୁ ରେ ଜଳ, ସହିତ ସିନ୍ଦୁର ମିଶାଇ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦିଆଯାଏ ତେବେ ଜାତକ ରେ ସୂର୍ଯ୍ୟ ଦୋଷ ଦୂର ହୋଇଥାଏ, ଏବଂ ବ୍ୟକ୍ତିତ୍ୱ ର ପ୍ରକାଶ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ l

* ଅକ୍ଷତ ବା ଚାଉଳ ଗୋଟିଏ ଶୁଭ ଜିନିଷ, ଯାହାର ପୂଜାରେ ବିଶେଷ ସ୍ଥାନ ରହିଥାଏ, ଯଦି ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ଆମେ ଜଳରେ ଅକ୍ଷତ ବା ଚାଉଳ ମିଶାଇ ଅର୍ପଣ କରିବା ତେବେ ଜୀବନ ରେ ସୁଖ-ଶାନ୍ତି ର ଆଗମନ ହୋଇଥାଏ l

* ସନାତନ ଧର୍ମ ରେ ସୂର୍ଯ୍ୟଂକୁ ହଳଦୀ ଅର୍ପଣ କରିବା ଖୁବ ଶୁଭ ହୋଇଥାଏ ଯଦି ବିବାହ କାର୍ଯ୍ୟରେ ଡେରି ହେଉଛି ତେବେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ରେ ହଳଦୀ ଅର୍ପଣ କରନ୍ତୁ l ଏହାଦ୍ୱାରା ଦୁଃଖ ର ବିନାଶ ହେବ ଏବଂ ଯୋଗ୍ୟ ଜୀବନ ସାଥି ମିଳିବ l

*ସୂର୍ଯ୍ୟଙ୍କୁ ସଂକ୍ରାନ୍ତି ରେ ଅର୍ଘ୍ୟ ଦେବା ସମୟ ରେ ଜଳରେ ମିଶ୍ରି କିମ୍ବା ଗୁଡ଼ ଅର୍ପଣ କରନ୍ତୁ, ଏହାଦ୍ୱାରା ସୂର୍ଯ୍ୟଙ୍କ କୃପା ମିଳିବ ଏବଂ ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ l

* ସଂକ୍ରାନ୍ତି ରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟ ରେ ଜଳରେ ଚନ୍ଦନ, କର୍ପୁର , ସିନ୍ଦୁର ଓ ନାଲି ମନ୍ଦାର ଅର୍ପଣ କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ l ଏବଂ ସୂର୍ଯ୍ୟଙ୍କ ସ୍ତୋତ୍ର ପାଠ କରିବା ମଧ୍ୟ ଜରୁରୀ ଅଟେ l

Leave A Reply