ତିର୍ତ୍ତୋଲ, ୧୨ା୮(ସବ୍ୟୁ) ଲୋକନାଥ ସ୍ମୃତି ସାହିତ୍ୟ ସଂସଦ ଦଶମାଣକୁଳ ତରଫରୁ ସଂସଦର କାର୍ଯ୍ୟାଳୟ ପରିସରରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ୫୬୭ ନମ୍ବର ରଖି ତିର୍ତୋଲ ବ୍ଲକରେ ପ୍ରଥମ ଓ ଜଗତ୍ସିଂହପୁର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ଆମ୍ବେରୀର ଛାତ୍ର ଓ ଅତୀତରେ ଶିଶୁ ବିଦ୍ୟା ମନ୍ଦିର ଦଶମାଣକୁଳର କୃତି ଛାତ୍ର ଦିବଜ୍ୟୋତି ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କୋବିଡ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂସଦର ସଭାପତି ଶ୍ରୀ ଦେବେନ୍ଦ୍ର ନାଥ କର ପୌରୋହିତ୍ୟ କରିଥିଲେ । ପ୍ରାକ୍ତନ କୃଷି ଅଧିକାରୀ ଗୋଲେଖ ବିହାରୀ ହୋତା, ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ସଂସଦର ସହସଂପାଦକ ତଥା ସି. ଆର. ସି. ସି. ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସଂପାଦିକା ଆରତି ତ୍ରିପାଠୀ, ଶିକ୍ଷାବିତ ଗୋଲୋକ ବିହାରୀ ପଲାଇ, ପରମାନନ୍ଦ ମିଶ୍ର, ନିତ୍ୟାନନ୍ଦ ନାୟକ, ବସବ କୁମାର ନନ୍ଦ, ଆଷାଢ ସମ୍ପାଦକ ପିତାମ୍ବର ମହାପାତ୍ର ପ୍ରମୁଖ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ପ୍ରଶଂସା ପତ,୍ର ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଦିବ୍ୟଜ୍ୟୋତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡା. ସତ୍ୟ କାନୁନଗୋ, ଯଦୁମଣି ମୁଦୁଲି, ଅଜୟ କୁମାର ସାହୁ, ଦୀପକ ରାଜ କର, ଶୁଭଦର୍ଶିନୀ କର ପ୍ରମୁଖ ସଭ୍ୟ ସଭ୍ୟା ସହେଯାଗ କରିଥିଲେ ।
ସୂଚନାଯୋଗ୍ୟ ଯେ ଦିବ୍ୟଜ୍ୟୋତି ବିଜିପୁର ଗ୍ରାମର ଇନ୍ଧ୍ରମଣି ମହାନ୍ତିଙ୍କର ନାତି, ଓଷ୍ଟା ତିର୍ତୋଲର ପ୍ରାକ୍ତନ ସଂପାଦକ ଶିକ୍ଷକ ଦେବେନ୍ଦ୍ର ମହାନ୍ତିଙ୍କର ପୁତୁରା. ଆଦର୍ଶ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଓ ସୁଷମା ମହାନ୍ତିଙ୍କର ପୁତ୍ର ଅଟନ୍ତି । ସେହିପରି ସରସ୍ୱତୀ ବିଦ୍ୟାମନ୍ଦିର ଦଶମାଣକୁଳ ପରିସରରେ କୃତି ଛାତ୍ର ଦିବ୍ୟଜୋ୍ୟାତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପୂର୍ବତନ ସଭାପତି ଗୌରାଙ୍ଗ ଚରଣ ମହାପାତ୍ର ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ତ୍ରୀଲୋଚନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଗୋଲୋକ ବିହାରୀ ହୋତା, ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ହୋତା, ସଭ୍ୟ ବିଭୂତି ଭୂଷଣ ପରିଜା, ଗୋବିନ୍ଦ ଚନ୍ଦ୍ର ଦାସ, ଲୋକନାଥ ସ୍ମୃତି ସାହିତ୍ୟ ସଂସଦର ସମ୍ପାଦିକା ଆରତୀ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ଦିବ୍ୟଜ୍ୟୋତିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ମାନପତ୍ର, ଉପଢୌକନ ଓ ପୁଷଗ୍ୁଛ ପ୍ର୍ଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କୃତି ଛାତ୍ରଙ୍କ ପିତା ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ଅନୁଷ୍ଠାନର କର୍ମକତ୍ତା ଓ ବିଦ୍ୟୁତ ପରିଷଦର ସଭ୍ୟ ସଭ୍ୟା ଓ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ ।