Odisha news

ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0

ତିର୍ତ୍ତୋଲ : ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟ ଷ୍ଟାଫ କ୍ଲବ୍ ତରଫରୁ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପେଟନ୍ ଜ୍ଞାନଜ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ ।

ସଭାର ଆରମ୍ଭରେ ଷ୍ଟାଫ କ୍ଲବର ସଭାପତି ତଥା ଅର୍ଥନୀତି ବିଭାଗର ମୁଖ୍ୟ ଡଃ ବିରଞ୍ଚିନାରୟଣ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଜଣେ ସଫଳ ଓ ଛାତ୍ର ବସôଳ ଅଧ୍ୟାପକ ଓ ବନ୍ଧୁସେହ୍ନୀ ମଣିଷ ଭାବେ ଶ୍ରୀଯୁକ୍ତ ଆଚାର୍ଯ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଯାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଷ୍ଟାଫ କ୍ଲବର ସଂପାଦକ ଅଧ୍ୟାପକ ଦୀପକ କୁମାର ସିଂହ ଏହି ସମ୍ବର୍ଦ୍ଧନା ସଭାରେ କହିଥିଲେ ଯେ ଅଧ୍ୟାପକ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଅବସର ଆମ ଅନୁଷ୍ଠାନ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିବ, ଏଥିରେ ସନେ୍ଦହର ଅବକାଶ ନାହିଁି । ସେହିପରି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରାଧ୍ୟାପକ ନିରୋଦ କୁମାର ଦାସ କହିଥିଲେ ଯେ ଜଣେ ଦକ୍ଷ ଶିକ୍ଷକ ଓ ସାରସ୍ୱତ ସଂଗଠକ ତଥା ସୁବକ୍ତା ଭାବେ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ରାଜ୍ୟରେ ଜଣାଶୁଣା ।

ଅନ୍ୟମାନଙ୍କ ମଧ୍ୟରେ ପା୍ରଧ୍ୟାପକ ଡଃ କ୍ଷୀରୋଦ କମାର ଓଝା, ଅଧ୍ୟାପିକା ଜୟନ୍ତୀ ମେକାପ, ରତ୍ନାବତୀ ମିଶ୍ର, ଅଧ୍ୟାପକ ରଞ୍ଜନ କୁମାର ଦାସ , ଅରୁଣ କୁମାର ପଣ୍ଡା, ପ୍ରବୀଣ ବେହେରା ଓ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରୁ ମୁଖ୍ୟ କରାଣୀ ଜ୍ୟୋତିର୍ମୟ ମହାପାତ୍ର ଓ ଅଶୋକ କୁମାର ସାହୁ, ବସନ୍ତ କୁମାର ମଲ୍ଲିକ, ସନାତନ ମହାପାତ୍ର ଓ ଝାଟୁ ଚରଣ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କର ‘ଅତପି୍ରୟ ସାର୍ ଥିଲେ’ ଏବଂ ଏପରି ଗୁଣ କ୍ୱଚିତ୍ ଅଧ୍ୟାପକଙ୍କ ନିକଟରେ ଦେଖାଯାଇଥାଏ ବେଲି ମତ ରଖିଥିଲେ ।

ବିଶେଷ କରି ତାଙ୍କ ଯାଦୁକରୀ ଭାଷଣ କେବଳ ଛାତ୍ରଛାତ୍ରୀ କିମ୍ବା ସହକର୍ମୀ ବନ୍ଧୁମାନଙ୍କୁ ନୁହେଁ ,ଜନସାଧାରଣଙ୍କୁ ମଧ୍ୟ ବିମୋହିତ କରୁଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅଧ୍ୟାପକ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅବସର ଜୀବନ ସୁସ୍ଥ, ଦୀର୍ଘ ଓ ନିରାମୟ ହେଉ ବୋଲି ମା’ ସାରଳାଙ୍କ ନିକଟରେ କାମନା କରିଥିଲେ । ଶେଷରେ ସନାତନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply