Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : ଗୋପାଳପୁର ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମୀଳନୀ

0

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ପ୍ରଚାର ଜୋର ଧରିଛି ।କଂଗ୍ରେସ ପକ୍ଷରୁ ଆଜି ଗୋପାଳପୁର ପଞ୍ଚାୟତର ପୁଟିଙ୍ଗ ଗ୍ରାମରେ କର୍ମୀ ସମ୍ମୀଳନୀ ଆୟୋଜ କରା୍ାଇଥିଲା ।ବରିଷ୍ଠ କଂଗ୍ରେସ ନେତା ହେମନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥୀ ଭାବେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଯୋଗ ଦେଇଥିଲେ ।ତିର୍ତ୍ତୋଲ ମାଟି ହେଉଛି ସ୍ୱାଭିମାନର ମାଟି ।ଏହି ମାଟିରେ ସବୁ ଶିକ୍ଷିତ ଲୋକ ଅଛନ୍ତି ।ବିଜେଡି ସରକାର ଜନ ହିତକର କାମ କରିଛି ବୋଲି ଯେଉଁ ବାହାସ୍ପଟ ମାରୁଛି ତେବେ ତାଙ୍କର ମନ୍ତ୍ରୀ,ବିଦାୟକ,ନେତା କାହିଁକି ମାଳ ମାଳ ହୋଇ ପଞ୍ଚାୟରେ ଜଗି ରହିଛନ୍ତି ।ପଇସା ଦେଇ ଭୋଟ କିଣିବାର ନିଶା ବିଜେଡି ସରକାରକୁ ଘାରିଛି ।

ତେଣୁ ରାତି ଅଧରେ ଆଉ ଯେଉଁ ଚାରି ଦିନ ନିର୍ବାଚନ ରହିଲା ଲୋକମାନଙ୍କୁ ସତର୍କ ରହିବାକୁ କହିଥିଲେ ।କଳା ଟଙ୍କା ଲୋଭ ଦେଖାଇ ରାତି ଅଦରେ ଘରେ ଘରେ ଯେଉଁ ଟଙ୍କା ବାଣ୍ଟି ଭୋଟ ନେବାର ଆଶା ଆଉ କଂଗ୍ରେସ କର୍ମୀ କରାଇ ଦେବେ ନାହିଁ ।

କଂଗ୍ରେସ କର୍ମୀମାନେ ଏବେ ସଂଗଠିତ ହୋଇ ଲଢେଇ ଜାରି ରଖିଛନ୍ତି ।ଦୁର୍ନୀତିରେ ବୁଡି ରହିଥିବା ସରକାରକୁ ପ୍ରତ୍ୟାଖାନ କରି କଂଗ୍ରେସକୁ ବିପୁଳ ସଂଖ୍ୟାରେ ଭୋପଟ ଦେବେ ବୋଲି କହିଥିଲେ ଚିରଞ୍ଜୀବ ।ଏହି କର୍ମୀ ସମ୍ମୀଳନୀରେ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ଯୋଗ ଦେଇ କହିଲେ ଯେ ଦିର୍ଘ ୧୫ ବର୍ଷ ଏହି ଅଞ୍ଚଳରେ ବିଜେଡି ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ରାସ୍ତା ଖଣ୍ଡିଏ ପାଇଁ ଲୋକେ ଆଜି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ତେଣୁ ଏ ସରକାରର ସତସାହାସ ନାହିଁ ଲୋକଙ୍କ ସାମନାରେ ଛିଡା ହୋଇ ତାଙ୍କର ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେବ ।ତେଣୁ ଲୋକେ କଂଗ୍ରେସ ଦଳ ପ୍ରତି ପୁଣି ମନ ବଳାଇଛନ୍ତି ।ଅଏହି ନର୍ବାଚନରେ କଂଗ୍ରେସ ଦଳ ଭଲ ଭୋଟ ବ୍ୟବଧାନରେ ଜୟଲାଭ କରିବ ବୋଲି ହିମାଂଶୁ କହିଛନ୍ତି ।

ଏହି ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ.ଯୁବ ନେତା ରଶ୍ମି ରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇ କର୍ମୀମାନଙ୍କୁ ଉସôାହିତ କରିଥିଲେ ।ଏହି ସମ୍ମିଳନୀରେ ଅନ୍ୟ ଦଳ ଛାଡି କଂଗ୍ରେସ ଦଳରେ ବହୁ କର୍ମୀ ସାମିଲ ହୋଇଥିଲେ ।

Leave A Reply