ଯଦି ତମେ ଆର୍ଥିକ ଅସୁବିଧାର ସମୁଖୀନ ହେଉଛ, କିମ୍ବା ପଇସାର ଅସୁବିଧା ସବୁଦିନ ଲାଗି ରହୁଛି , କିମ୍ବା ବ୍ୟବସାୟ ରେ ପରିଶ୍ରମ କରି ମଧ୍ୟ ସଫଳତା ଲାଭ କରୁ ନାହାନ୍ତି ତେବେ ଆପଣ ଗୁରୁବାର ଦିନ କିଛିଟା ବିଶେଷ ଉପାୟ କରିବା ଆବଶ୍ୟକ l ଗୁରୁବାର ଦିନଟି ଲକ୍ଷ୍ମୀ ଓ ବିଷ୍ନୁ ଙ୍କ ଦିନ ଅଟେ l ସେ ହିଁ ଏହି ସାରା ବ୍ରହ୍ମାଣ୍ଡ ର ପାଳନ କର୍ତା l ସେହିଭଳି ଗୁରୁବାର ଦିନଟି ମଧ୍ୟ ଦେବ ଗୁରୁ ବୃହସ୍ପତି ଙ୍କୁ ସମର୍ପିତ ଅଟେ l ଯଦି ଗୁରୁବାର ଦିନ ଏହିସବୁ ଉପାୟକୁ କରିବା ତେବେ ଆର୍ଥିକ ଅନାଟନ ଠାରୁ ଦୂରେଇ ରହିବା l
* ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହେବ :
ଗୁରୁବାର ଦିନ ଓସ୍ତ ଗଛର ପତ୍ର କୁ ନେଇ ତାକୁ ଗଙ୍ଗାଜଳ ରେ ଧୋଇ ପବିତ୍ର କରନ୍ତୁ l ଏହାପରେ ସେଥିରେ ସିନ୍ଦୁର ସାହାଯ୍ୟରେ ଓଂ ଶ୍ରୀଙ୍ଗ ହିଂ ଲଖ୍ମୈ ନମଃ ଲେଖି ଦିଅନ୍ତୁ l ଏହାପରେ ତାହାକୁ ଭଗବାନଙ୍କ ନିକଟରେ ଅର୍ପଣ କରି ଦିଅନ୍ତୁ ଓ ପରଦିନ ତାହାକୁ ନିଜ ସ୍ପର୍ଶ ରେ ରଖି ଦିଅନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ମା ଲକ୍ଷ୍ମୀ ଓ ବିଷ୍ନୁ କୃପାରୁ ପଇସାର ଅସୁବିଧା ହୋଇ ନଥାଏ l
* ଏହି ଉପାୟ ଦ୍ୱାରା ବାକି ରହିଥିବା ଧନ କୁ ପ୍ରାପ୍ତ କରିବେ :
କୋଷାଧକ୍ଷ କୁବେର ଙ୍କୁ ସ୍ଥାଇ ଧନ ଦେବତା କୁହା ଯାଇଥାଏ l ତମ୍ବା ପାତ୍ର ଉପରେ କୁବେର ଯନ୍ତ୍ର ଅଥବା ଶ୍ରୀ ଯନ୍ତ୍ର ଅଙ୍କିତ କରାଇ ନିଜ ସ୍ପର୍ସ ରେ ରଖନ୍ତୁ l ଏହା ବ୍ୟତୀତ ଗୋମତୀ ଚକ୍ର,କଉଡ଼ି ,କେଶର,କିମ୍ବା ଖଣ୍ଡ ହଳଦୀ ମଧ୍ୟ ଆପଣ ନିଜ ସ୍ପର୍ଶ ରେ ରଖି କୁବେର ଙ୍କୁ ସନ୍ତୁଷ୍ଟ କରି ପାରିବେ l ଏହାଦ୍ୱାରା ବାକି ପଡିଥିବା ଧନ ମଧ୍ୟ ପ୍ରାପ୍ତ ହେବ l
* ଏହି ଉପାୟ ଆଣିବ ଜୀବନରେ ସମ୍ପନ୍ନତା :
ମାନ୍ୟତା ରହିଛି ଯେ କଦଳୀ ବୃକ୍ଷରେ ସାକ୍ଷାତ ଭଗବାନ ବିଷ୍ନୁ ବାସ କରନ୍ତି l ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଓ ଶାନ୍ତି ର ବରଦାନ ଲାଭ ହୋଇଥାଏ l କଦଳୀ ଗଛକୁ ଶୁଭ ଓ ସମ୍ପନତା ର ପ୍ରତୀକ ଭାବରେ ଗ୍ରହଣ କରାଯାଏ l
* ବିବାହ କାର୍ଯ୍ୟର ବାଧା ଦୂର ହୋଇଥାଏ :
ଯଦି ଆପଣଙ୍କ କୁଣ୍ଡଳୀ ରେ ଗୁରୁ ର ସ୍ଥିତି ଦୁର୍ବଳ ହୋଇ ବିବାହରେ ବାଧା ଉପୁଜୁଛି ତେବେ ବୃହସ୍ପତି ଙ୍କ ବ୍ରତ କରନ୍ତୁ ଓ କଦଳୀ ଗଛକୁ ପୂଜା କରନ୍ତୁ l
* ଏହି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ :
ଗୁରୁବାର ଦିନ କଦଳୀ ବୃକ୍ଷକୁ ପୂଜା କରିବା ବିଧାନ ରହିଛି ତେଣୁ ଏହିଦିନ ବିଷ୍ନୁ ଓ ଲକ୍ଷ୍ମୀ ଙ୍କ ନିକଟରେ କଦଳୀ ଭୋଗ କରିବା ଉଚିତ l ଯାହାଦ୍ୱାରା ଘର ଓ ପରିବାର ର ସମସ୍ତ ସଙ୍କଟ ଦୂର ହେବ ଓ ଜୀବନ ରେ ସଫଳତା ଲାଭ ହେବ l