Odisha news

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବୃକ୍ଷ ପୂଜନର ରହିଛି ଅନେକ ମହତ୍ୱ, କେଉଁ ବୃକ୍ଷରେ ରହି ଥାଆନ୍ତି କେଉଁ ଦେବତା

0

ହିନ୍ଦୁ ଧର୍ମର ସମସ୍ତ ପୂଜାରେ ବୃକ୍ଷର ଖୁବ ମହତ୍ୱ ରହିଥାଏ l କୌଣସି ନା କୌଣସି ବୃକ୍ଷରେ ଦେବଦେବୀ ଙ୍କ ବାସ ହୋଇଥାଏ l ଯାହାଦ୍ୱାରା କୃପା ଲାଭ ହୋଇଥାଏ l ତେଣୁ ହିନ୍ଦୁ ମାନ୍ୟତା ଅନୁସାରେ ନିହାତି ନିୟମିତ ଭାବରେ ବୃକ୍ଷ ପୂଜନ କରିବା ଆବଶ୍ୟକ l

* ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷ ଖୁବ ଶୁଭ ଓ ପୂଜନୀୟ ଅଟେ ବୋଲି ଗ୍ରହଣ କରାଯାଇ ଥାଏ l ଏହି ବୃକ୍ଷ ରେ ଜଗତର ପାଳନ କର୍ତା ବିଷ୍ଣୁଙ୍କର ଓ ମାତା ଲକ୍ଷ୍ମୀ ଙ୍କ  ବାସ ହୋଇଥାଏ l

*ବରଗଛ ରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଙ୍କର ନିବାସ ହୋଇଥାଏ l ଏହି ବୃକ୍ଷକୁ ନିୟମିତ ପୂଜା କରିବା ଦ୍ୱାରା ତ୍ରିଦେବ ଙ୍କ ଆଶୀର୍ବାଦ ମିଳିଥାଏ l

* ଅଁଳା ଗଛ ମଧ୍ୟ ଖୁବ ପୂଜନୀୟ ଅଟେ, ଏପରିସ୍ଥିତି ରେ ଯଦି ଆପଣ ଅଁଳା ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ l

* ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ମହାଦେବ ଙ୍କ ବାସ ହୋଇଥାଏ, ଓ ଏହି ବୃକ୍ଷକୁ ପୂଜା କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ l ଏହି ଵୃକ୍ଷଟି ଖୁବ ଶୁଭ ହୋଇଥାଏ l

* ବାଉଁଶ ବୃକ୍ଷ ଗୋଟିଏ ଶୁଭ ବୃକ୍ଷ ଅଟେ, ଏହି ବୃକ୍ଷରେ ଭଗବାନ ଶ୍ରୀକୃଷ୍ଣ ଙ୍କ ବାସ ହୋଇଥାଏ, ଏବଂ ଏହା ତାଙ୍କର ଗୋଟିଏ ପ୍ରିୟ ବୃକ୍ଷ ଅଟେ l

* ଶମି ବୃକ୍ଷରେ ଶନିଦେବ ଙ୍କ ବାସ ହୋଇଥାଏ, ଏହା ସହିତ ଭଗବାନ ଶିବ ଙ୍କର ମଧ୍ୟ ଏହି ବୃକ୍ଷ ଖୁବ ପ୍ରିୟ ଅଟେ l ଏହି ବୃକ୍ଷ କୁ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l

* ମାନ୍ୟତା ଅନୁସାରେ ଓସ୍ତ ବୃକ୍ଷରେ ୬୪ କୋଟି ଦେବଦେବୀ ଙ୍କ ବାସ ହୋଇଥାଏ, ଅର୍ଥାତ ଏଠାରେ ସମସ୍ତ ଦେବଦେବୀ ଙ୍କ ବାସ ହୋଇଥାଏ l ଏବଂ ଏହି ବୃକ୍ଷ କୁ ପୂଜା କରିବା ନିହାତି ଜରୁରୀ ଅଟେ l

Leave A Reply