ତାଳଚେର୨୦/୦୨ ତାଳଚେର ସଦର ଥାନା ଅନ୍ତର୍ଗତ ରେମୁଁଆ ଗ୍ରାମଦେଇ ଯାଇଥିବା ଏନଟିପିସି ଟ୍ରେନ୍ ଧାରଣା ମଧ୍ୟରୁ ଜୈନିକ ହାତଗୋଡ଼ କଟା ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଥିବା ଅବସ୍ଥାରେ ପଡ଼ିଥିବା ଦେଖି ସେହି ଅଂଚଳବାସୀ ତାଳଚେର ଥାନାକୁ ଖବର ଦେଇଥିଲେ । ପୋଲିସ୍ ସେଠାରେ ପଂହଚି ଗୁରୁତ୍ୱର ଯୁବକକୁ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାରୁ ପ୍ରକାଶ ରେମୁଁଆ ଗ୍ରାମର ସୁନିଲ ନାଏକ (୨୩) ରାତି ପ୍ରାୟ ୪ଘଟିକା ସମୟରେ ଶୌଚ ହେବାକୁ ଟ୍ରେନ୍ ଧାରଣା ଅତିକ୍ରମ କରୁଥିଲେ । ଅତ୍ୟଧିକ କୁହୁଡ଼ି ଯୋଗୁଁ ସେ ଏନଟିପିସି ଟ୍ରେନକୁ ନଦେଖିପାରି ଟ୍ରେନ ଲାଇନ୍ ଅତିକ୍ରମ କରୁଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ଘଟିଥିଲା । ସେଠିକାର ଅଂଚଳବାସୀ ସାଢ଼େ ୫ଘଟିକା ସମୟରେ ଦେଖି ଥାନାକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପଂହଚି ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ଉକ୍ତ ଗ୍ରାମଟିରେ ଶୋକରଛାୟା ଖେଳାଇ ଦେବାସହ ମୃତ ଯୁବକଙ୍କୁ କ୍ଷତିପୂରଣ ଦାବିକରି ଶତାଧିକ ଗ୍ରାମବାସୀ ରେମୁଁଆ ରେଳଫାଟକ ଠାରେ ଆନ୍ଦୋଳନ କରିଥିଲେ । ଏହାପରେ ଏନଟିପିସିି କର୍ତୁପକ୍ଷ ସେଠାରେ ପଂହଚି ଶବସତ୍କାର ପାଇଁ ନଗଦ ୩୦ହଜାର ଟଙ୍କା ଦେବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୩ଲକ୍ଷ ୨୦ହଜାର ଟଙ୍କା ପ୍ରତିଶ୍ରୁତି ଦେବାପରେ ସ୍ୱାଭାବିକ ଅବସ୍ଥା ଫେରିଥିଲା ।