କରୋନା ମହାପାରୀ ର ପ୍ରଭାଵକୁ ଦୃଷ୍ଟିରେ ରଖି ଦୀର୍ଘ 7 ମାସ ଧରି ଦେଶ ଏବଂ ରାଜ୍ୟରେ ଅଧିକାଂଶ ଯାତ୍ରୀ ବାହି ଟ୍ରେନ ଚଳା ଚଳ ବନ୍ଦ ରହିଥିଲା । ତେବେ ଗତକାଲି କେନ୍ଦ୍ର ସରକାର ଙ୍କ ଅନଲକ 5 ଗାଇଡ଼ ଲାଇନ ଆସିବା ପରେ ଆଜି ଠାରୁ ପୁରୀ ରୁ ଟ୍ରେନ ଚଳା ଚଳ ଆରମ୍ଭ ହୋଇଛି l ଆଜି ପ୍ରଥମ ଦିନରେ ପୁରୀ 3ଟି ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଗଡ଼ିଛି । ଆଜି ପୁରୀରୁ ଗଡ଼ିବାକୁ ଥିବା ଟ୍ରେନ ଗୁଡିକ ହେଉଛି ପୁରୀ ଅହମଦା ବାଦ ଅପରାହ୍ନ 5.30 ପୁରୀ ଦୁର୍ଗ ସନ୍ଦ୍ୟା 6.30ଏବଂ ପୁରୁଷତ୍ତମ ଏକ୍ସପ୍ରେସ ରାତ୍ର 9.45 ରେ ପୁରୀ ରୁ ଛାଡିଚି ।
3ଟି ଟ୍ରେନ ସହ ଏକ ପେସାଲ ଟ୍ରେନ ମଧ୍ୟ ପୁରୀ ରୁ ଗଡିଛି । ଟ୍ରେନ ଚଳାଚଳକୁ ଆଖି ଆଗରେ ରଖି ରେଳ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ ସ୍କାନିକ ଜରାଯିବା ସହ ହ୍ୟାଣ୍ଡ ସାନିଟାଇଜର କରାଯାଇ ଷ୍ଟେସନ ମଧ୍ୟକୁ ଛଡା ଯାଉଛି । ଯାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ନିମନ୍ତେ ଷ୍ଟେସନ ପରିସରରେ ଓ ବାହାରେ ଗୋଳେଇ କରାଯାଇ ଚିହ୍ନ ଦିଆଯାଇଛି । ସେଇ ଗୋଲେଇ ମଧ୍ୟ ଦେଇ ଯାତ୍ରୀ ମାନେ ଟ୍ରେନ ମଧ୍ୟକୁ ପ୍ରବେଷ କରିବେ । ସେହିପରି ଟ୍ରେନ , ଯାତ୍ରୀ ବସିବା ସ୍ଥାନ , ଟିକେଟ କାଉଣ୍ଟର , ବ୍ୟାରିକେଡ ଆଦିକୁ ବିଶୋଧନ କରାଯାଇଛି । ବିଶୋଧନ କରିବା ନିମନ୍ତେ ପ୍ରାୟ 30 ଜଣ କର୍ମାଚାରୀଙ୍କୁ ନିୟୋଜିତ କରାଯାଇଛି ।