ଭଞ୍ଜନଗର : ଶନିବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ସଡକ ନିରାପତ୍ତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରାଫିକ ନିମୟକୁ କଡାକଡି ଭାବେ ପାଳନ କରିବା ଉପରେ ଉପଜିଳ୍ଲାପାଳ ଗୁରୁତ୍ୱାରୋପ କରିବାସହ ଯାଞ୍ଚ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯିବବୋଲି ଉଲ୍ଲେଖ କରିଛନ୍ତି । ବିଶେଷକରି ନିଶାସକ୍ତ ଅବସ୍ଥା ଗାଡି ଚଳାଇବା, ସିଟ୍ ବେଲ୍ଟ ନ ଲଗାଇବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ହେଲ୍ମେଟ୍ ବ୍ୟବହାର ନ କରିବା, ଦୁଇଚିକିଆ ଯାନାରେ ୩ଜଣ ଯାତ୍ରା କରିବା, ଧାର୍ଯ୍ୟ ସୀମା ଠାରୁ ଅଧିକା ଯାତ୍ରୀ କିମ୍ବା ମାଲ ପରିବହନ, ଗାଡି ଚଳାଇବାବେଳେ ମୋବାଇଲ ବ୍ୟବହାର କଲେ ଜୋରିମନା ଆଦାୟ ସହ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବ । ଏଥିସହ ନିର୍ଦ୍ଧାରତ ସ୍ଥାନ ଛାଡି ଅନ୍ୟ ସ୍ଥାନରେ ବସ୍ ଜୋରିମାନା ଆଦାୟ ସହ ଡ୍ରାଇଭରଙ୍କ ଲାଇସେନ୍ସ ଜବତ କରାଯିବ । ସେହିପରି ଖୁବଶୀଘ୍ର ଆମ୍ବପୁଆ – ବୁଗୁଡା ରାସ୍ତାର ମରାମତି କରାଯିବ ।
ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସହାୟତା ସହ ସମ୍ମାନୀତ କରାଯିବ । ଅନ୍ୟପକ୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡିଗୁଡିକ ସେମାନଙ୍କ ଗାଡିରେ ଗାଡିର ପରିବହନ କ୍ଷମତା ପ୍ରାଞ୍ଜଳଭାବେ ଲେଖିବା ନିହାତି ଜରୁରୀବୋଲି ଉପଜିଲ୍ଲାପାଳ ସ୍ପଷ୍ଟ ସୂଚନା ଦେଇଥିଲେ । ତେବେ ଭଞ୍ଜନଗର ଅଟୋ ଆସୋସିଏସନ୍ ପକ୍ଷରୁ କୁଲାଡରେ ଉପୁଜୁଥିବା ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ପ୍ରଶାସନକୁ ନିବେଦନ କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଦୀନମଣି ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ଶେଖର ରାୟ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ପ୍ରଫୁଲ କୁମାର ଗୌଡ, ଜାତୀୟ ରାଜପଥ ଅଧିକାରୀ, ଏନଏସିର ଯନ୍ତ୍ରୀ ସୁଶାନ୍ତ ସାହୁ, ଭଞ୍ଜନଗର ବିଇଓ ଏସ.ଧନଞ୍ଜୟ, ପେଟ୍ରୋଲ ପମ୍ପ ମାଲିକଙ୍କ ମଧ୍ୟରୁ ଟୁକୁନା ପଟ୍ଟନାୟକଙ୍କ ସମେତ ଅଟୋ ଆସୋସିଏସନ୍, ଟେକ୍ସି ସଂଘ, ଘରୋଇ ବସ ମାଲିକ ସଂଘ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Comments are closed.