ଭବିଷ୍ୟତରେ ଟ୍ରାକଫର ଡିଜେଲ୍ ପରିବର୍ତ୍ତେ ପାଣିରେ ଚାଲିବ । ଏଥିପାଇଁ ଗୁଜରାଟ ବୈଜ୍ଞାନିକ ଓ ଜିଏମ୍ପେକ୍ସ ବାୟୋ ଟେକ୍ନୋଲଜିର ମିହିର ଜୟସିଂହ ଏକ କିଟ୍ ପ୍ରସ୍ତୁତ କରିଛନ୍ତି ଯାହା ଫେବୃୟାରୀରେ ପ୍ରଦର୍ଶନ କରାଯିବ । ଏହାର ବ୍ୟବହାର ଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ କମିବ । ୩୫ରୁ ୯୦ ହର୍ସ ପାୱାର ପର୍ଯ୍ୟନ୍ତ ଟ୍ରାକଫରରେ ଏହି କିଟ୍ ଲଗାଯାଇପାରିବ । ଏଚ୍ ୨ ଇନ୍ଧନ ସେଲ୍ ହାଇବ୍ରିଡ୍ ସିଷ୍ଟମ୍ରୁ ଏହି କିଟ୍ ତିଆରି । ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ଅନେକ ମେଶିନ ଓ ଇଞ୍ଜିନରେ ଏହାର ବ୍ୟବହାର କରାଯିବ । ଏଚ୍ ୨ ଇନ୍ଧନ ସେଲ୍ ହାଇବ୍ରିଡ୍ ସିଷ୍ଟମ୍ ହାଇଡ୍ରୋଜେନ୍
ଡିଭାଇସ୍ ଓ ଅକ୍ସିଜେନ୍ (୨:୧)ର ମିଶ୍ରଣ । ଇଞ୍ଜିନ୍ ନ ବଦଳାଇ ଏହି କିଟ୍ ଲଗାଯାଇପାରିବ । ଏହି କିଟ୍ ଯୋଗୁ ମାଇଲେଜ୍ ଅଧିକ ରହିବା ସହିତ ଇଞ୍ଜିନ୍ ମଧ୍ୟ ଅଧିକ ଦିନ ଚାଲିବ ।
Prev Post
ନବନିର୍ବାଚିତ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅଭିନନ୍ଦନ
Next Post