ଆସନ୍ତାକାଲି ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତୀ ସାମାଜିକ ଦୂରତା ଓ ପ୍ରଶାସନିକ ନିୟମକୁ ଦୃଷ୍ଟିରେ ରଖି ବାବା ସାହେବ ଆମ୍ବେଦକର ଜୟନ୍ତୀକୁ ପାଳନ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଜ୍ୟସଭାପତି
ଆମ୍ବେଦକରଙ୍କ ଜୟନ୍ତୀକୁ କିପରି ପାଳନ କରିବେ ସେ ନେଇ କାର୍ଯ୍ୟକର୍ତା ଉଦେ୍ଦଶ୍ୟରେ ଅଡିଓ ବାର୍ତା ଦେଲେ ରାଜ୍ୟସଭାପତି
ଘରେ ରହି ବାବା ସାହେବ ଆମ୍ବେଦକର ଜୟନ୍ତୀକୁ ପାଳନ କରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
ବିଜେପି କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି ୰ୠରରୟଞଷରଘରରୟଚ୍ଚ – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ଅତି କମରେ ୨ ଟି ଗରିବ ବସ୍ତିର ଲୋକଙ୍କମାନଙ୍କୁ ଭୋଜନ ବ୍ୟବସ୍ଥା କରାଇବେ
୰ଡରବକ୍ସୠବମରଉକ୍ଟଙ୍ଖରକ୍ସଝଗ୍ଧବଚ୍ଚଝବଲର କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବଂଟନ କରିବେ ବିଜେପି କାର୍ଯ୍ୟକର୍ତା
ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନା ମୁକ୍ତ ବସ୍ତି’ ର ଶପଥ କରାଇବେ ବିଜେପି କାର୍ଯ୍ୟକର୍ତା
ଭୁବନେଶ୍ୱର,ତା.୧୩/୪: ବର୍ତମାନ ସମୟରେ କରୋନା ପୂରା ବିଶ୍ୱରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି । ଏହି ମହାମାରୀ ଦ୍ୱାରା ସାରା ବିଶ୍ୱର ପ୍ରାୟ ସମସ୍ତ ଦେଶ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ଏବଂ ଆମ ଦେଶରେ କରୋନା ନିୟନ୍ତ୍ରଣାଧୀନ ରହିଛି । ଆଜିର ଏହି ପରିସ୍ଥିତିରେ ଭକ୍ତ ଭଗବାନଙ୍କ ପାଖକୁ ଯାଇ ପାରୁନାହିଁ । ଦେଶବାସୀ ଘରେ ରହି କରୋନା ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି । ଆସନ୍ତାକାଲି ଭାରତରତ୍ନ ବି.ଆର ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଜୟନ୍ତୀକୁ କିପରି କାର୍ଯ୍ୟକର୍ତାମାନେ ପାଳନ କରିବା ସେ ନେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏକ ଅଡିଓ ବାର୍ତା ଜାରି କରିଛନ୍ତି ।
ଆମେ ପ୍ରତି ବର୍ଷ ଭାରତରତ୍ନ ଡା. ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀକୁ ଧୁମଧାମରେ ପାଳନ କରୁଥିଲେ । ଚଳିତ ବର୍ଷ ଲକଡାଉନକୁ ଧ୍ୟାନରେ ରଖି ସମସ୍ତ କାର୍ଯ୍ୟକର୍ତା ନିଜ ଘରେ ରହି ଡା. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବେ । ଏହା ସହ ଆମ୍ବେଦକରଙ୍କ ଜୀବନୀ ପୁସ୍ତକକୁ ପଠନ କରିବେ । ପାର୍ଟୀର ପ୍ରତ୍ୟେକ କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତାକୁ ଧ୍ୟାନରେ ରଖି ୰ୠରରୟଞଷରଘରରୟଚ୍ଚ – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ଅତି କମରେ ୨ଟି ଗରିବ ବସ୍ତିର ଲୋକଙ୍କମାନଙ୍କୁ ଭୋଜନ ବ୍ୟବସ୍ଥା କରାଇବା ସହ ୰ଡରବକ୍ସୠବମରଉକ୍ଟଙ୍ଖରକ୍ସଝଗ୍ଧବଚ୍ଚଝବଲର କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ତିଆରି କରିଥିବା ଫେସ କଭର ତଥା ମାସ୍କକୁ ବଂଟନ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରତି ଗରିବ ବସ୍ତିର ବାସିନ୍ଦା ମାନଙ୍କୁ ‘ମୋ ବସ୍ତି- କରୋନାମୁକ୍ତ ବସ୍ତି’ ର ଶପଥ କରାଇବା ସହ ସେମାନଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଇବେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିଦେ୍ର୍ଦଶ ଅନୁଯାୟୀ ସମାଜିକ ଦୂରତା, ପ୍ରଶାସନିକ ନିୟମ ଏବଂ ମୁହଁରେ ମାସ୍କ ଲଗାଇ ସମସ୍ତ କାର୍ଯ୍ୟ ସଂପନ୍ନ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ଏହା ସହ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ କରିବା ପାଇଁ ଶ୍ରୀ ମହାନ୍ତି ସମସ୍ତ କାର୍ଯ୍ୟମାନଙ୍କୁ ନିବେଦନ କରିବା ସହ ମହାବିଷୁଭ ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।