ତିହିଡି ବ୍ଲକ ଅଧିନ ବଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ବିଧାୟକ : ସଂସ୍କୃତି ଓ ପରମ୍ପରାର ବିକାଶ ପ୍ରତି ସରକାର ଦେଉଛନ୍ତି ଗୁରୁତ୍ୱ
ତିହିଡି,୨୧/୦୩: ତିହିଡି ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଯାଇଛି । ବାସୁଦେବପୁର ବିଧାୟ୍ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହିସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାପ୍ୟାସ କରିଥିଲେ । ମୁକୁନ୍ଦପୁର ପଞ୍ଚାୟତସ୍ଥିତ ଏ୍ୟ÷ତିହାସିକ କାଳିମେଘା ମେଳନ ପଡିଆର ବିମାନ ପିଣ୍ଡି ନିର୍ମାଣ ଉଦଘାଟନ ହୋଇଯାଇଛି । ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପିଣ୍ଡିକୁ ବିଧାୟକ ରାଉତରାୟ ଉଦଘାଟନ କରିବା ପରେ ମେଳନ ପଡିଆରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମଳେନ କମିଟିର ସଭାପତି ବାଣିକଲ୍ୟାଣ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ଗଣେଶ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତଥିô ବିଧାୟକ ରାଉତରାୟ ଏଥିରେ ଯୋଗ ଦେଇ ସଂସ୍କୃତି ଓ ପରମ୍ପରାର ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଉଥିବା ବେଳେ ସେ ତିହିଡି ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରଖିôଥିବା କହିଥିଲେ ।
ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଯୋଗଦେଇ ବିମାନ ପିଣ୍ଡି ନିର୍ମାଣ ହେବା ଦ୍ୱାରା କାଳିମେଘା ମେଳନର ମର୍ଯ୍ୟାଦା ବୃଦ୍ଧି ଘଟିଲା ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ, ସରପଞ୍ଚ କୀର୍ତ୍ତନ ରାଉତ, ସମାଜସେବୀ ହିମାଦ୍ରୀ ରାଉତରାୟ ଯୋଗ ଦେଇ ବିଧାୟକଙ୍କ କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ । ଯୁବନେତା ସହଦେବ ଦଳେଇ, ଇପସିତା ନାୟକ, ମଧୁସ୍ମିତା ରାଉତ, ଅନ୍ନପୂର୍ଣ୍ଣା ନାୟକ, ବିଭୂତିଭୂଷଣ ପାଟ୍ଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଙ୍ଗୀତଜ୍ଞ ଭାଗିରଥି ଦତ୍ତ ଓ ତାଙ୍କ ଛାତ୍ରଛାତ୍ରୀ ମାନେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଭାଟପଡା ପଞ୍ଚାୟତ ଅଧିନ ମିର୍ଜାପୁରସ୍ଥିତ ଉମାମଣୀ ୟୁଜିଏମଇ ସ୍କୁଲର ନୂତନ ଶ୍ରେଣୀ ଗୃହର ବିଧାୟକ ରାଉତରାୟ ଶିଳାନ୍ୟାସ କରିଥିଲେ ।
୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଶ୍ରେଣୀ ଗୃହର ଶିଳାନ୍ୟାସ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ନାୟକଙ୍କ ସମେତ ବିଡିଓ ବସନ୍ତ କୁମାର ସାହାଣୀ, ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ରାଉତ, ବିଧାୟକଙ୍କ ପ୍ରତିନିଧି, ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ଜେନା, ସ୍କୁଲ ପରିଚାଳନା କମିଟିର ସଭାପତି ସର୍ବେଶ୍ୱର ନାୟକ, ଶିକ୍ଷାବିତ ନିତ୍ୟାନନ୍ଦ ନାୟକ, କୃପାସିନ୍ଧୁ କର, ଗଣେଶ ବେହେରା, ଦିବାକର ନାୟକ, ହରମୋହନ ନାୟକ, ସୁରେନ୍ଦ୍ର ନାୟକ, ବିଷ୍ଣୁ ଦାସ, ନରେନ୍ଦ୍ର ବାରିକ, ପି.ହୃଷିକେଶ, ଗଙ୍ଗାଧର ନାୟକଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଫତେପୁର ପଞ୍ଚାୟତ ଅଧିନ ବଡଗାଲୋ ଚକରେ ୨ ଲକ୍ଷା ଟଙ୍କା ବ୍ୟୟରେ ନିର୍ମିତ ଆଲୋକିକରଣର ବିଧାୟକ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ରୀତାଞ୍ଜଳି ପାତ୍ର, ପ୍ରାକ୍ତନ ସରପଞ୍ଚ ସୁରେନ୍ଦ୍ର ନାୟକ, କୋହ୍ଲ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ସମିତିସଭ୍ୟ ସୌମ୍ୟରଞ୍ଜନ ପରିଡା, ଯୁବନେତା ଉତ୍ତମ ମହାପାତ୍ର, ଉମାକାନ୍ତ ସେଠୀ, ଦିପୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ଣରେ ବିଧାୟକ ରାଉତରାୟ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଗୁଡୁପାଳ ସ୍କୁଲର ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ କରିଥିଲେ ।
Comments are closed.