Odisha news

ରିଲିଫ୍ ପ୍ରଦାନରେ ପାତର ଅନ୍ତର ଅଭିଯୋଗ, ୱାର୍ଡ ସଭ୍ୟାଙ୍କ ନେତୃତ୍ୱରେ ମହିଳାମାନଙ୍କ ବିକ୍ଷୋଭ

0

ତିହିଡି (ଯଦୁମଣି ପାଣିଗ୍ରାହୀ ): ରିଲିଫ୍ ପ୍ରଦାନରେ ପାତର ଅନ୍ତର ଅଭିଯୋଗରେ ୱାର୍ଡ ସଭ୍ୟାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାର୍ଶନ କରାଯାଇଛି । ଚଳିତ ବର୍ଷ ·ଷ ଆରମ୍ଭରେ ସରକାରୀ ଧାନ ବିହନ ଗଜା ହୋଇନଥିବା ଏବଂ ପରେ ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଥିଲା । ଏବଂ ଏବର ବନ୍ୟାରେ ଏଯାଏଁ ·ଷ ଜମିରୁ ପାଣି ଛାଡିନି ।

ଧାନ ·ଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ·ଳ ଘର ମଧ୍ୟ ଭାଙ୍ଗିଯାଇଛି । ଏପରିସ୍ଥଳରେ ସେମାନଙ୍କ ୱାର୍ଡକୁ ରିଲିଫ୍ରୁ ବାଦ୍ ଦିଆଯିବା ନେଇ ବ୍ଲକ ପ୍ରଶାସନର ଚଞ୍ଚକତା ବୋଲି ସେମାନେ କରିଛନ୍ତି । ଏଭଳି ଘଟଣା ଘଟିଛି ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଧିନ ଦେଉଳ ଗ୍ରାମରେ । ଏହି ୧୬ ନମ୍ବର ୱାର୍ଡଟି ବନ୍ୟାରେ କ୍ଷତି ସହିଥିବା ବେଳେ ରିଲିଫ୍ରେ ସେମାନଙ୍କୁ ବାଦ୍ ଦିଆଯାଇଛି । ଅଥଚ ପଡୋଶୀ ବିଲଣା ପଞ୍ଚାୟତବାସୀଙ୍କ ରିଲିଫ୍ ପ୍ରଦାନ କରାଯାଇଛି ।

ଏ ସମ୍ପର୍କରେ ୱାର୍ଡ ସଭ୍ୟା ବିଜୟଲକ୍ଷ୍ମୀ ସେଠୀଙ୍କ ନେତୃତ୍ୱରେ ସରସ୍ୱତୀ ସାହୁ, ଟୁନି ଯେନା, ସୁନାରାଣୀ ଯେନା, ଦୁଖିରାମ ଯେନା, ମାଳତୀ ସାହୁ, ମାନସୀ ଯେନା, କବିତା ଯେନା, ପ୍ରମିଳା ଯେନା, ହୁଣ୍ଡି ଯେନା, ସୁକଦେବ ଯେନା, ହେମଲତା ଯେନା, କୁମୁଦ ଯେନା ପ୍ରମୁଖ ୨୦ରୁ ଉଦ୍ଧ୍ୱର୍ ୱାର୍ଡବାସୀ ମଙ୍ଗଳବାର ମଧ୍ୟାହ୍ନରେ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ, ଚଳିତ ବନ୍ୟାରେ ଏହି ୱାର୍ଡରେ ବହୁ ମାଟି ଘର ଓ ଗୁହାଳ ଘର ଭାଙ୍ଗିବା ସହିତ ଚାଷ ଜମିରେ ପାଣି ଠିଆ ହୋଇ ରହିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନ୍ୟ ରାଜସ୍ୱ ଗ୍ରାମକୁ ରିଲିଫ ମିଳୁଥିବାବେଳେ ସେମାନଙ୍କ ୱାର୍ଡରେ ଲୋକଙ୍କୁ ନମିଳିବାର ନିରାଶ ହୋଇଛନ୍ତି । ତେବେ ବାଦ୍ ପଡିଥିବା ଏହି ୱାର୍ଡକୁ ସାନି ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି ବିଡିଓ ବସନ୍ତ ସାହାଣୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply