Odisha news

ଦେଶୀ ମଦ ପ୍ରସ୍ତୁତକାରୀ ଗିରଫ

0

ତିହିଡି(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ପକ୍ଷରୁ ତାଳପଦା ପଞ୍ଚାୟତ ଗୋପ ଗ୍ରାମରେ ଚଢାଉ କରାଯିବା ସହିତ ସେଠାରେ ପ୍ରସ୍ତୁତ କରାଯାଉଥିବା ଦେଶୀ ମଦକୁ ନଷ୍ଟ କରାଯାଇଛି । ସେହିପରି ସେଠାରୁ ଚାନ୍ଦ ମାଝୀ ନାମକ ଜଣେ ମଦ ପ୍ରସ୍ତୁତକାରୀକୁ ସେଠାରୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ତିହିଡି ଥାନାରେ ଏଥିନେଇ ଏକ ମାମଲା ନଂ-୩୨୪/୨୫ ରୁଜୁ କରାଯିବା ସହିତ ଅଭିଯୁକ୍ତ ଶ୍ରୀ ମାଝୀକୁ କୋର୍ଟ ଚାଲାଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏହି ଗାଁରେ କିଛି ଲୋକ ନିୟମିତ ଭାବେ ଦେଶୀ ମଦ ପ୍ରସ୍ତୁ କରୁଥିବା ବେଳେ ଏଗୁଡିକ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥାଏ ।

Leave A Reply