Odisha news

ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

0

ତିହିଡି,୨୮/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକରେ ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସମସ୍ୟା ସମ୍ବଳିତ ମୋଟ ୯୨ଟି ଅଭିଯୋଗ ଆଗତ ହୋଇଥିଲା । ଏଥି ମଧ୍ୟରୁ ୬୫ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ୨୭ଟି ଅଭିଯୋଗ ସାମୁହିକ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଏଥିରେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଏସ୍ପି ମଡକର ସନ୍ଦୀପ ସମ୍ପତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ସିଡିଏମଓ ଡା, ସୁଧାଂଶୁ ଶେଖର ବଳ, ବିଡିଓ ନିରଞ୍ଜନ ବାରିକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଏବିଡିଓ ମାନସ ଜେନା, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଅଭିଯୋଗ ଗୁଡିକ ମୁଖ୍ୟତଃ ରାସନ କାର୍ଡ, ଆବାସ ଯୋଜନା ଓ ପାନୀୟ ଜଳ ଆଦି ସମସ୍ୟା ଉପରେ ଆଧାରିତ ଥିବା ଜଣାଯାଇଛି ।

Leave A Reply