Odisha news

ଗୁଡୁପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0

ତିହିଡି,୨୬/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଗୁଡୁପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ କେଶବ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ପଣ୍ଡା ଓ ବରଦାକାନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ବିଜୟ କୁମାର ମହାଳିକ, ନିରାକାର ମଳିକ, ଅଶୋକ କୁମାର ବିଶ୍ୱାଳ, ସୁଶାନ୍ତ କୁମାର ସାହୁ, ଶିକ୍ଷୟିତ୍ରୀ ବନ୍ଦନା ବଳଙ୍କ ସମେତ ପରିଚାଳନା କମିଟିର ସଭ୍ୟ/ସଭ୍ୟା-ଚଞ୍ଚଳା ସେଠୀ, କାଞ୍ଚନ ନାୟକ, ମାତନ ମହାଳିକ, ପୁଷ୍ପଲତା ନାୟକ, ବିଜୟ ଦାସ ଓ ରଶ୍ମିତା ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply