ତିହିଡି, ୨୭/୧୦(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ଅନ୍ତର୍ଗତ କାଁପଡା ପଞ୍ଚାୟତ ଦକ୍ଷିଣପାଣି ଗ୍ରାମରେ ମଶାଧୂପ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ମା’ଝିଅଙ୍କ ସମେତ ୩ ଜଣ ଅସୁସ୍ଥ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଏହି ଗାଁର ମା’ସସ୍ମିତା ଦାସ(୩୦), ଝିଅ ପ୍ରୀତିପ୍ରଭା(୧୦) ଓ ପଡୋଶୀ ଲିଜା ମଳିକ(୧୩) ତ ଶନିବାର ରାତିରେ ଗୋଟିଏ କୋଠରୀରେ ମଶାଧୂପ ଦେଇ ଶୋଇଥିଲେ । ତେବେ ସକାଳେ ସେମାନଙ୍କର ଉଠିବା ବିଳମ୍ବ ହେବାରୁ ପରିବାର ଲୋକେ ସନେ୍ଦହ ପ୍ରକାଶ କରିଥିଲେ । ସେମାନେ ଏଥିନେଇ ସରପଞ୍ଚଙ୍କୁ ଅବଗତ କରାଇଥିଲେ । ସରପଞ୍ଚ କୁନ୍ତଳା ମଳିକ ଏ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଗ୍ରାମବାସୀ ଘରର ଝରକା ଭାଙ୍ଗି ଉକ୍ତ ୩ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ଆଣିଥିଲେ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁସ୍ଥ ଥିବା ଜଣାଯାଇଛି ।