ତିହିଡି,୩୦/୦୭(ଯଦୁମଣି ପାଣିଗ୍ରାହୀ): ଜନୈକା ନାବାଳିକା ସହ ଦୁର୍ଷ୍କମ କରି ଫେରାର ଥିବା ଜଣେ ଅଭିଯୁକ୍ତକୁ ୬ ବର୍ଷ ପରେ ତିହିଡି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରକାଶ ଯେ, ଅଭିଯୁକ୍ତ ସୂରଜ ଜନୈକା ନାବାଳିକାକୁ ଗତ ୨୦୧୮ ମସିହାରେ ଦୁର୍ଷ୍କମ କରି ଫେରାର ହୋଇଯାଇଥିଲା । ଏଥିନେଇ ଥାନାରେ ଏକ ମାମଲା-୨୨୧/୧୮ ରୁଜୁ ହୋଇଥିଲା । ତେବେ ଦୀର୍ଘଦିନ ଧରି ସେ ଫେରାର ଥିବାରୁ ତାଙ୍କ ନାମରେ ୱାରେଣ୍ଟ ବାହାର କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ରବିବାର ରାତିରେ ସୂରଜକୁ ତିହିଡି ପୋଲିସ ଗିରଫ କରିଥିଲା । ଡାକ୍ତରୀ ପରୀକ୍ଷା ପରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।