Odisha news

ଗୁଆମାଳ ମୋଡସାହି ରାସ୍ତାରୁ ଗୋମାଂସ ଉଦ୍ଧାର, ଜଣେ ଗିରଫ୍

0

ତିହିଡି, ୨୦/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଗୁଆମାଳ ପଞ୍ଚାୟତ ଅଧିନ ମୋଡସାହି ରାସ୍ତାରୁ ଗୋମାଂସ ଉଦ୍ଧାର ହୋଇଥିବା ବେଳେ ·ଲାଣକାରୀ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଯୁବକକୁ ଥାନାକୁ ଆଣିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ମୁତାବକ, ବୁଧବାର ସଂଧ୍ୟା ପ୍ରାୟ ୭.୩୦ ଘଟିକା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍ ଯୋଗେ ମୋଡସାହି ଦେଇ ଦୋଳସାହି ଆଡକୁ ଆସୁଥିଲେ । ସତ୍ୟାନନ୍ଦ ତ୍ରିପାଠୀଙ୍କ ଘର ନିକଟରେ ହଠାତ୍ ବାଇକ୍ରୁ ଏକ ବସ୍ତା ତଳକୁ ଖସି ପଡିଥିଲା । ପଛରେ ବସିଥିବା ଯୁବକ ଜଣକ ତଳକୁ ଓହ୍ଲାଇ ଉକ୍ତ ବସ୍ତାକୁ ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଯୁବକମାନେ ତାକୁ ଘେରି ଯାଇଥିଲେ । ବାଇକ୍ ·ଳକ ଭୟରେ ଖସି ପଳେଇ ଯାଇଥିବା ବେଳେ ଅନ୍ୟ ଜଣେ ଧରା ପଡିଥିଲା । ବସ୍ତାରେ କଣ ଅଛି ବୋଲି ପ·ରିବାରୁ ଗୋମାଂସ ଥିବା ସେ କହିଥିଲା ଏବଂ ସେମାନେ ଗୋମାଂସ ନେଇ ଗୁଜିଦରଡାରୁ ନନ୍ଦପୁର ଯାଉଥିଲେ ବୋଲି ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ଯୁବକ ଓ ଉକ୍ତ ଗୋମାଂସ ବସ୍ତାକୁ ନେଇ ପୋଲିସ ଥାନାକୁ ଆସିଥିଲା । ଏହି ଘଟଣାକୁ ନେଇ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଥାନାରେ ପହଞ୍ଚି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିି କରିିଥିଲେ । ପୋଲି ଜବତ୍ ମାଂସରୁ ପରୀକ୍ଷା କରିବା ଲାଗି ସାମ୍ପୁଲ ରଖି ଅବଶିଷ୍ଟ ମାଂସକୁ ମାଟିରେ ପୋତି ଦେଇଛି । ଅଟକ ଅଭିଯୁୁକ୍ତକୁ ଗୁରୁବାର କୋର୍ଟ ·ଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

Leave A Reply