ତିହିଡି, ୨୧/୦୫(ଯଦୁମଣି ପାଣିଗ୍ରାହୀ) : ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥି ବିଷ୍ଣୁବ୍ରତ ରାଉତରାୟଙ୍କ ବିଜୟ ଲାଗି ଅଣ୍ଟା ଭିଡିଛନ୍ତି ୯ ପଞ୍ଚାୟତର ନେତା ଓ କର୍ମୀ । ଜଣେ କି ଦୁଇଜଣ ନୁହଁନ୍ତି ବରଂ ପୁରା ୯ ପଞ୍ଚାୟତର ଦକ୍ଷ ନେତା ଓ କର୍ମୀମାନେ ରାତିଦିନ ଏକ କରି ଲାଗି ପଡିଛନ୍ତି । ଗତ ନିର୍ବାଚନରେ ଏହି ୯ଟି ପଞ୍ଚାୟତରୁ ବିଷ୍ଣୁବ୍ରତ ସର୍ବାଧିକ ଭୋଟ ପାଇଥିବା ବେଳେ ଏଥର ବି ଏହି ଧାରା ବଜାୟ ରଖିବାକୁ ବିଷ୍ଣୁବ୍ରତ ମଧ୍ୟ ପ୍ରୟାସ ଅବ୍ୟାହତ ରଖିଛନ୍ତି । ଏଥିପାଇଁ ସେ ନିଜର ପ୍ରଚାର ଅଭିଯାନକୁ ଅଧିକ ଜୋରଦାର କରିଛନ୍ତି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ହାରଜିତ୍ରେ ଏହି ୯ ପଞ୍ଚାୟତ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା କାରଣରୁ ଏଠାରୁ ଅଧିକ ଭୋଟ ହାତେଇବାକୁ ୩ ପ୍ରମୁଖ ଦଳ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତଙ୍କ ବ୍ୟତୀତ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଓ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ବି ଉକ୍ତ ୯ ପଞ୍ଚାୟତରେ ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ଜଣ ଯାକ ପ୍ରାର୍ଥୀ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବର ଆୟୋଜନ କରି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ଏହିସବୁ ପଞ୍ଚାୟତ ଗୁଡିକରେ ଭୋଟ ଦୀର୍ଘ ବର୍ଷ ଧରି ଅଣକଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଯାଉଥିବା ବେଳେ ଚଳିତ ବର୍ଷ ବି ଏହାର ପୁନରାବୃତ୍ତି ଘଟିପାରେ ବୋଲି ଅନୁମାନ କରାଯାଉଛି । ବିଷ୍ଣୁବ୍ରତଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ ମୁଖ୍ୟତଃ ଏହି ୯ ପଞ୍ଚାୟତର ସାଙ୍ଗଠନିକ ଦାୟିତ୍ୱ ବୁଝୁଥିବା ବେଳେ ବରିଷ୍ଠ ନେତା ହରିହର ସେନାପତି, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସୁପ୍ରଭା ପାଣି, ତାପସ ବେହେରା ଓ କୈଳାସ ପରିଡା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, ବିଷ୍ଣୁ କୁଅଁର ଓ ବୈକୁଣ୍ଠନାଥ ପାଣି, ଶିକ୍ଷାବିତ ସୁରେନ୍ଦ୍ର ନାୟକ, କହ୍ନେଇ ସାହୁ, ଉମାକାନ୍ତ ସେଠୀ, ଗଣେଶ ପ୍ରସାଦ ନାୟକ, ସଂଗ୍ରାମ ଦାସ, ନକୁଳ ବାରିକ, ନରେନ୍ଦ୍ର ବାରିକ, କୈଳାସ ଦାସ, କମଳାକାନ୍ତ ସ୍ୱାଇଁ, ଗୌରୀଶଙ୍କର ବେହେରା, ଯୁବନେତା ରାଜେଶ ପାଢୀ, ଲଳିତ ମୋହନ ନାୟକ, ଛନ୍ଦାଚରଣ ନାୟକ, ଅରୁଣ ବାରିକ, ଅନିରୁଦ୍ଧ ବାରିକ, ଅଭୟ ବିଶ୍ୱାଳ, ବିପିନ ବେହେରା, ଅଜୟ ଦାସ, ପ୍ରଦୀପ ଦାସ, ସଞ୍ଜୟ ମହାନ୍ତି, ଅକ୍ଷୟ ସେଠୀ ଓ ଶଶଧର ମଲ୍ଲିକ ପ୍ରମୁଖ ପ୍ରଚାରର ମୁଖ୍ୟ ଭୂମିକା ତୁଲାଇ ଆସୁଛନ୍ତି ।