Odisha news

ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ନିବେଦନ

0

ତିହିଡି,୨୧/୦୫: ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କେନ୍ଦ୍ରରେ ମୋଦୀ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନର ସରକାର ପ୍ରତିଷ୍ଠା ହେଲେ ମହିଳା ମାନଙ୍କର ଆର୍ଥିକ ମାନଦଣ୍ଡ ଆହୁରି ମଜବୁତ ହେବ । ମହିଳାମାନେ ଜାଗ୍ରତ ଓ ସଚେତନ ହେଲେ ଓଡିଣାର ୨୪ ବର୍ଷର କଳଙ୍କିତ ଶାସନର ଅବସାନ ଘଟିବ । ତେଣୁ ଆଗାମୀ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ଅଭିମନୁ୍ୟ ସେଠୀ ଓ ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ବିଜେପି ନେତାମାନେ ନିବେଦନ କରିଛନ୍ତି । କାନ୍ତକବି ମଣ୍ଡଳ ପକ୍ଷରୁ ଅଚକ ପଞ୍ଚାୟତରେ ଆୟୋଜିତ ମାତୃ ଆର୍ଶୀବାଦ ସମ୍ମିଳନୀରେ ବିଜେପି ନେତାମାନେ ଏହା କହିବା ସହ ଓଡିଶା ଶାସନକୁ ତାମିଲ ଅଧିକାରୀଙ୍କ ହାତକୁ ଟେକି ଦେଇଥିବା ନବୀନ ସରକାରଙ୍କୁ ଏଥର ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବା ସହ ଓଡିଶାର ସ୍ୱାଭିମାନକୁ ବଞ୍ଚାଇବାକୁ ନିବେଦନ କରିଥିଲେ । ବରିଷ୍ଠ ନେତା ରଘୁନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସ୍ଥିତ ଥିବା ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ଅଭିମନୁ୍ୟ ସେଠୀ ଓ ସୂର୍ଯ୍ୟବଂଶୀ ସୂରଜ, ମାଆ ମାନଙ୍କ ଆଶୀର୍ବାଦର ହାତ ସେମାନଙ୍କ ମୁଣ୍ଡ ଉପରେ ଥିଲେ ସେମାନଙ୍କୁ କୌଣସି ଶକ୍ତି ହରାଇ ପାରିବ ନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦୀନବନ୍ଧୁ ପତି, ଅଜୟ ନାୟକ, ନାରୀନେତ୍ରୀ ରଞ୍ଜିତା ସ୍ୱାଇଁ, ଭୋପାଳରୁ ଆସିଥିବା ବିଧାୟକ ରାମେଶ୍ୱର ଶର୍ମା, ସରପଞ୍ଚକୁନ୍ତଳା ମଳିକ, ରଘୁନାଥ ମଳିକ, ସୀତାକାନ୍ତ ନାୟକ, ଭରତ ଚନ୍ଦ୍ର ସାହୁ, ପର୍ଶୁ ପାଣିଗ୍ରାହୀ, ବିଜେପିରେ ସାମିଲ ହୋଇଥିବା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ମାଧବୀଲତା ଭୋଇ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ପାଇଁ ମାଆଭଉଣୀଙ୍କ ଆଶୀର୍ବାଦ କାମନା କରିଥିଲେ । ସୁଧାଂଶୁ ପାଣିଗ୍ରାହୀ, ଉଷାକାନ୍ତ ନାୟକ, ଦେବେନ୍ଦ୍ର ପୁହାଣ, ମଣ୍ଡଳ ସଭାପତି ତପନ ପାଢୀ, ପ୍ରଦୀପ ବଳ, ଶୁକଦେବ ମଳିକ, ଅଲିଳପ୍ରଭା ରାଉଳ, ସରୋଜ ନାୟକ, ବୁଦ୍ଧଦେବ ଜେନା, ପ୍ରଶାନ୍ତ ପଲାଇ, ସୂର୍ଯ୍ୟନାରାୟଣ ଭୋଇ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Leave A Reply