Odisha news

ଭଦ୍ରକ ଜିଲ୍ଲାପାଳଙ୍କ କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ

0

ତିହିଡି(ଯଦୁମଣି ପାଣିଗ୍ରାହୀ ) : ଭଦ୍ରକ ଜିଲ୍ଲାପାଳ ଡ.ଜ୍ଞାନ ଦାସ ବୁଧବାର ଦିନ ତିହିଡି ସିଆରଏସ୍ ହାଇସ୍କୁଲରେ ଖୋଲା ଯାଇଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନରେ ଆସିଥିଲେ । ପରେ ସେ ପାଳିଆବିନ୍ଧା ଯାଇ ସେଠାରେ ପଞ୍ଚାୟତସ୍ତରୀୟ ସ୍ୱାବ ସଂଗ୍ରହ କେନ୍ଦ୍ର ମଧ୍ୟ ପରିଦର୍ଶନ କରି ସରପଞ୍ଚଉଷାକାନ୍ତ ନାୟକଙ୍କ ସହ ଏଥିନେଇ ଆଲୋଚନା କରିଥିଲେ । ବୁଧବାର ପୂର୍ବାହ୍ଣରେ ସେ ତିହିଡି ସିଆରଏସ୍ ହାଇସ୍କୁଲରେ ପହଞ୍ଚି ଏଠାରେ ପହଞ୍ଚି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସେଠାରେ କାର୍ଯ୍ୟରତ ଡା. ଜଗନ୍ନାଥ ଦାସଙ୍କ ଠାରୁ ପଚାରି ବୁଝିଥିଲେ ।

ସେହିପରି ରୋଗୀମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଆବଶ୍ୟକ ସେବାଯତ୍ନ ସଂପର୍କରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ କାଳରେ ଜିଲ୍ଲାପାଳ ଡ. ଦାସଙ୍କ ସହିତ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ ସାହାଣୀ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ର୍ୟତଲତା ନାୟକ ଓ ଭାଟପଡା ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏଠାରେ ଅସ୍ଥାୟୀ ଭାବେ କରାଯାଇଥିବା କୋଭିଡ କେୟାର ସେଣ୍ଟରରେ ବର୍ତ୍ତମାନ ୫୬ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଚିକିତ୍ସା ଦାୟିତ୍ୱରେ ୩ ଜଣ ଡାକ୍ତର ନିୟୋଜିତ ଅଛନ୍ତି ।

Leave A Reply