Odisha news

କରୋନା ଲଢେଇର ସଚ୍ଚା ସୈନିକ: ଯୁବ ପୋଲିସ ଅଫିସର ତପନ ପ୍ରଧାନ

0

ତିହିଡି (ଯଦୁମଣି ପାଣିଗ୍ରାହୀ ): ସଂପ୍ରତି ଚାଲିଥିବା ମହାମାରୀ କରୋନା ବିରୋଧୀ ଲଢେଇରେ ଜଣେ ସଚ୍ଚା ସୈନିକ ହେଉଛନ୍ତି ଯୁବ ପୋଲିସ ଅଫିସର ତପନ ପ୍ରଧାନ । କରୋନାକୁ ପ୍ରତିହତ କରିବା ଲାଗି ସରକାରୀ ସ୍ତରରେ ଯେଉଁ ଲଢେଇ ଜାରି ରହିଛି ସେଥିରେ ଦିନରାତିକୁ ଏକାକାର କରି ସେ ନିରବଚ୍ଛିନ୍ନ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଚାଲିଛନ୍ତି । ତିହିଡି ଥାନାରେ ଅତିରିକ୍ତ ଆଇଆଇସି ଭାବେ କାର୍ଯ୍ୟରତ ଏହି ଯୁବ ଅଫିସର ଜଣଙ୍କ ମାସ ମାସ ଧରି ନିଜ କାର୍ଯ୍ୟକୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରି ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଜଣେ କର୍ମଠ, ସଚ୍ଚୋଟ ଓ ନିଷ୍ଠାପର ଅଫିସର ଭାବେ ଜଣାଶୁଣା ଶ୍ରୀ ପ୍ରଧାନ ଥାନାକୁ ଆସୁଥିବା ଲୋକଙ୍କ ଆପତ୍ତି ଅଭିଯୋଗକୁ ଅତ୍ୟନ୍ତ ଧୈର୍ଯ୍ୟ ସହକାରେ ଶୁଣିବା ସହ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରୁଥିବା ବେଳେ ଥାନା ବାହାରେ କରୋନା ସଂପର୍କୀତ ସରକାରୀ ନିୟମ ଖିଲାପକାରୀ ବ୍ୟକ୍ତି ଓ ବ୍ୟବସାୟୀଙ୍କୁ ସଚେତନ କରିବା ଓ ଆବଶ୍ୟକ ସ୍ଥଳେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି କାର୍ଯ୍ୟ ଅତ୍ୟନ୍ତ ନିଷ୍ଠାର ସହ ସଂପନ୍ନ କରୁଛନ୍ତି । ସମସ୍ତଙ୍କୁ ମାର୍ଜିତ ଓ ରୁଚି ସଂପନ୍ନ ବ୍ୟବହାର ପ୍ରଦର୍ଶନ କରୁଥିବା ଶ୍ରୀ ପ୍ରଧାନ କରୋନା ଲଢେଇର ସଫଳତା ଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଲୋକେ କରୋନା ନିୟମକୁ ନିଷ୍ଠାର ସହ ପାଳନ କରିବା, ମାସ୍କ ବ୍ୟବହାର କରିବା ଓ ସର୍ବଦା ସାମାଜିକ ଦୂରତା ରକ୍ଷା କରିବାକୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave A Reply