Odisha news

ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା, ୨ଗୋରୁ ଓ ୯ଛେଳି ଜୀବନ୍ତ ଦଗ୍ଧ

0

ତିହିଡି,୨୦/୦୪: ତିହିଡି ତହସିଲ ଅଧିନ କାଁପଡା ପଞ୍ଚାୟତର ଉତ୍ତରପାରି ଗାଁରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ପରିବାରର ୮ବଖରା ଘର ଓ ଏକ ଗୋରୁ ଗୁହାଳ ଜଳିଯାଇଛି । ଅଗ୍ନିକାଣ୍ଡରେ କୈଳାସ ମଳିକ, ସନ୍ଦୀପ ଦାସ, ଯୋଗେନ୍ଦ୍ର ମଳିକ ଓ ବାଇଧର ମଳିକଙ୍କ ୨ବଖରା ଲେଖାଏଁ ଘର ଜଳିଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଏହିସବୁ ପରିବାରର ସମସ୍ତ ଆସବାବ ପତ୍ର, ଧାନଚାଉଳ ଓ ଲୁଗାପଟା ପୋଡି ପାଉଁଶ ହୋଇଯାଇଛି । ଏଥିସହିତ ସନ୍ଦୀପଙ୍କ ଗୋରୁ ଗୁହାଳ ଜଳିଯିବାରୁ ୨ଟି ଗୋରୁ ଓ ୯ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡିନାହିଁ । ଖବରପାଇ ତିହିଡିରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯାଇ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply