ତିହିଡି : ତିିହିଡି ବିଷୁବ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତିରେ ସ୍ଥାନୀୟ ଦୀନଦୟାଲ ଭବନରେ ବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ କଥାକାର ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ଉତ୍ସବକୁ ଉଦଘାଟନ କରିଥିଲେ । ସାମ୍ମୁଖ୍ୟର ସଂପାଦକ ରଘୁନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ପାଣିଗ୍ରାହୀ ଯୋଗ ଦେଇ ମାନବୀୟ ପ୍ରେମ ଲେଖକଙ୍କ ସୃଷ୍ଟିକୁ କାଳଜୟୀ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରରେ କବି ଓ ଗୀତିକାର ପଞ୍ଚାନନ ନାୟକଙ୍କ କବିତା ସଙ୍କଳନ ‘ନଗଡା ନାନାବାୟା’କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ । କବି ନାୟକ ନିଜ ସୃଷ୍ଟି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା କବି ସଞ୍ଜିତ କୁମାର ବଳ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ ।
ପ୍ରାବନ୍ଧିକ ମୁକ୍ତିକାନ୍ତ ନାୟକ ସ୍ୱାଗତ ଭାଷଣ ଓ ନୀଳମାଧବ ସେନାପତି ଅତିଥି ପରିଚୟ ଦେଇଥିଲେ । ପ୍ରାରମ୍ଭରେ ତିହିଡି ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । କବି କୃପା ମହାନ୍ତିଙ୍କ ସଂଯୋଜନାରେ କବି ବିଭୂତି ଭୂଷଣ ସେନାପତି, ଭାଗିରଥି ବଳ, ନିର୍ମଳ ଦଳାଇ, ଗୟାଧର ସେଠୀ, ବସନ୍ତ ଦାସ, ରୁବିଲତା ଦାସ, ବିଶ୍ୱନାଥ ନାୟକ, ଭାସ୍କର ସେଠୀ, ମୁକୁନ୍ଦଦେବ ନାୟକ, ସୁବାସ ମହାନ୍ତି, ମନୋଜ ପାଣିଗ୍ରାହୀ, ଦେବେନ୍ଦ୍ର ମହାଳିକ ପ୍ରମୁଖ କବିତା ପାଠ କରିଥିଲେ । ଶିକ୍ଷାବିତ ସୋମନାଥ ପାଢୀ, ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ଚନ୍ଦ୍ରକାନ୍ତ ମହାନ୍ତି, କଳ୍ପତରୁ ସେଠୀ, ପ୍ରଫୁଲ ନାୟକ ଓ କମଳାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଦୁର୍ଗାଚରଣ ନାୟକ, ଅଜୟ ମହାପାତ୍ର, ଅମୂଲ୍ୟ ସେନାପତି, ସୀତାକାନ୍ତ ନାୟକ, ପ୍ରଦୀପ ବଳ, ପ୍ରତାପ ଜେନା ପ୍ରମୁଖ ଉତ୍ସବ ପରିଚଳାନା କରିଥିଲେ ।