Odisha news

ପୀରହାଟ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ

0

ତିହିଡି : ତିହିଡି ବ୍ଲକ ଅଧିନ ପୀରହାଟ ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ଓ ମାତୃଭାଷା ପାଳିତ ହୋଇଯାଇଛି । ୟୁଥ୍ ଏଣ୍ଡ ଇକୋ କ୍ଲବ ପରିଚାଳନାରେ କୋଭିଡ କଟକଣା ମଧ୍ୟରେ ଏହା ପାଳିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ସଙ୍ଗୀତ, କୁଇଜ ଓ ଚିତ୍ରାଙ୍କନ ପତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାତୃଭାଷା ଦିବସକୁ ଶିକ୍ଷକ ଜୟନ୍ତ କୁମାର ମହାନ୍ତି ଓ ବିଜ୍ଞାନ ଦିବସକୁ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି, ଶିକ୍ଷୟିତ୍ରୀ ପ୍ରମୋଦିନ ବାରିକ ପରିଚାଳନା କରିଥିଲେ ।

ପ୍ରବନ୍ଧରେ ସତ୍ୟପ୍ରକାଶ ବିଶ୍ୱାଳ ପ୍ରଥମ ହୋଇଥିବା ବେଳେ ବନ୍ଦନା ଦାସ ଓ ଅଙ୍କିତ ପ୍ରିୟଦର୍ଶିନୀ ପତି୍ର ଯଥାକ୍ରମେ ୨ୟ ଓ ୩ୟ ହୋଇଥିଲେ । ସଙ୍ଗୀତରେ ମୌସୁମୀ ପ୍ରିୟଦର୍ଶିନୀ ବାରିକ ୧ମ, ସସ୍ମିତା ସାହୁ ୨ୟ ଓ ଲକ୍ଷ୍ମୀଧର ସାହୁ ୩ୟ ହୋଇଥିଲେ । ଚିତ୍ରାଙ୍କନରେ ସ୍ପପ୍ନ ପ୍ରକାଶ ସ୍ୱାଇଁ ୧ମ, ନାରାୟଣ ଚନ୍ଦ୍ର ବଳ ୨ୟ ଓ ଜୟକୃଷ୍ଣ ଦାସ ୩ୟ ହୋଇଥିଲେ । କୁଇଜରେ ଶ୍ରୁତିରେଖା ବେହେରା ୧ମ, ସ୍ମୃତିପ୍ରଭା ବିଶ୍ୱାଳ ୨ୟ, ସ୍ୱାଗତିକା ବେହେରା ୩ୟ ହୋଇଥିଲେ । କୃତି ପ୍ରତିଯୋଗୀ ପ୍ରତିଯୋଗୀ ମାନଙ୍କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପତି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ରବିନ୍ଦ୍ର ପରିଆରୀ, ସତ୍ୟନାରାୟଣ ମଲ୍ଲିକ, କ୍ଷୀରପ୍ରଭା ମହାନ୍ତି, ବନ୍ଦନା ପାଣିଗ୍ରାହୀ ଓ କବିତା ଦାସ ପ୍ରମୁଖ ପରିଚାଳନା କରିଥିଲେ ।

All Rights Reserved. cialis generic south africa Food, or hot diabetic patient levitra viagra preo do e cialis.

Leave A Reply